District Level Bal Vaigyanik Pradarshani- Sohela : ଡାକେଶ୍ୱର ଭୋଇ, ପରିବହନ ଏବଂ ଯୋଗାଯୋଗ ସବ ଥିମ ରେ ଦ୍ଵିତୀୟ ସ୍ଥାନ

ବରଗଡ଼/ଝାରବନ୍ଧ : ବରଗଡ଼ ଜିଲ୍ଲାର ସୋହେଲା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, ଲେବିଡି ଠାରେ ଜିଲ୍ଲା ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି | 7 ଗୋଟି ସବ ଥିମ ଯଥା ଖାଦ୍ୟ, ସ୍ୱାସ୍ଥ୍ୟ ଏବଂ ସ୍ୱଚ୍ଛତା, ପରିବହନ ଏବଂ ଯୋଗାଯୋଗ, ପ୍ରାକୃତିକ ଚାଷ, ବିପର୍ଯ୍ୟୟ ପରିଚାଳନା, ଗାଣିତିକ ମଡେଲିଂ ଏବଂ ଗଣନାକାରୀ ଚିନ୍ତାଧାରା, ବର୍ଜ୍ୟବସ୍ତୁ ପରିଚାଳନା ଏବଂ ଉତ୍ସ ପରିଚାଳନା କୁ ନେଇ ବାଳ ବୈଜ୍ଞାନିକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା | 12 ଗୋଟି ବ୍ଲକ ରୁ ପ୍ରତ୍ୟକ ସବ ଥିମ ରୁ ଗୋଟିଏ ପ୍ରୋଜେକ୍ଟ ପ୍ରଦର୍ଶନ କରିଥିଲେ | ସର୍ବମୋଟ 84 ଗୋଟି ପ୍ରୋଜେକ୍ଟ ପ୍ରଦର୍ଶିତ ହୋଇଥିଲା | ଝାରବନ୍ଧ ବ୍ଲକ ର ପୁଟୁକା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ଡାକେଶ୍ୱର ଭୋଇ, ପରିବହନ ଏବଂ ଯୋଗାଯୋଗ ସବ ଥିମ ରେ ଦ୍ଵିତୀୟ ସ୍ଥାନ ଅଧିକାର କରି ଝାରବନ୍ଧ ବ୍ଲକ ର ଗର୍ବ ଓ ଗୌରବ କୁ ଦ୍ବିଗୁଣିତ କରିଛନ୍ତି | ତାଙ୍କ ସହିତ ଗାଇଡ଼ ଶିକ୍ଷକ ଭାବେ ନାରାୟଣ ସାହୁ ସହଯୋଗ କରିଥିଲେ |

Leave a Comment

Your email address will not be published. Required fields are marked *

Scroll to Top