

ଢେଲକିଖଡିଆ କଳାକାର ମହୋତ୍ସବ ୨୦୨୬


ସୁନ୍ଦରଗଡ : ସୁନ୍ଦରଗଡ ଜିଲ୍ଲା ଲେଫ୍ରିପଡା ବ୍ଲକ ଗିରିଂକେଲା ଗ୍ରା.ପ ର ବୈରାଗିବାହାଲ ଗ୍ରାମରେ ଢେଲକିଖଡିଆ ସମାଜର କଳାକାରମାନଙ୍କ ଦୁଇ ଦିନିଆଁ ଦିବାରାତ୍ରୀ ମହୋତ୍ସବ ୨୦୨୬ ଅନୁଷ୍ଠିତ ହୋଇଯାଇଛି । ଭାଗବତ ଟୁଙ୍ଗୀ ସୁରକ୍ଷା ସମିତିର ରାଜ୍ୟ ସଭାପତି ରଜନିକାନ୍ତ ଆଚାର୍ଯ୍ୟଙ୍କ ଉଦ୍ୟୋଗ ତଥା ଆୟୋଜକ ଊପେନ୍ଦ୍ର ବାଗଙ୍କ ପ୍ରଚେଷ୍ଟାରେ ଅନୁଷ୍ଠିତ ଏହି ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଭାଗବତ ଟୁଙ୍ଗୀ ଜିଲ୍ଲା କୋଷାଧ୍ୟକ୍ଷ ତଥା ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ରମେଶ ସୁନା, ସମ୍ମାନୀତ ଅତିଥି ଭାବେ କୀର୍ତ୍ତନ୍ୟ ଡାଇରେକ୍ଟର୍ ବୁଦ୍ଧଦେବ ନାଏକ, କଳାକାର ମୁକ୍ତା ଶତପଥି, ହରିପ୍ରିୟା ବେହେରାଙ୍କ ସମେତ ଅତିଥିଗଣ ଉପସ୍ଥିତ ରହି ଆତିଥ୍ୟ ସ୍ବିକାର ପୂର୍ବକ କଳାକାରମାନଙ୍କ ଉନ୍ନତୀ ନିମିତ୍ତ ଉଦବୋଧନ ଦେଇଥିଲେ । ପାଞ୍ଚଗୋଟି ବ୍ଲକର କଳାକାରଗଣ ଉପସ୍ଥିତ ଥିଲେ । ଭାଗବତ ଟୁଙ୍ଗୀର ପ୍ରଚାର ପ୍ରସାର, ଘର, ଅଙ୍ଗଦାନ ବିଷୟରେ ଶ୍ରୀଯୁକ୍ତ ସୁନା ଓ ଆଚାର୍ଯ୍ୟ ଆଲୋକପାତ କରିଥିଲେ ।


ଏହା ସହିତ ନିକଟ ଭବିଷ୍ୟତରେ ରାଉରକେଲାରେ ସପ୍ତାହବ୍ୟାପି ଭାଗବତ ପରାୟଣ ହେବାକୁ ଥିବା ବେଳେ ଏଥିରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଉପସ୍ଥିତ ରହିବାକୁ ନିମନ୍ତ୍ରଣ ବିଷୟରେ ସୂଚନା ସହିତ ପ୍ରତ୍ୟେକ ବ୍ଲକରୁ ଦୁଇ ଗୋଟି କଳାକାର ଦଳ ଯୋଗଦେବେ ବୋଲି ସୂଚନା ପ୍ରଦାନ କରାଯାଇଥିଲା । ଆଗାମୀ ରାଉରକେଲା, ସବଡେଗା, ବ୍ଲକ ସମ୍ମିଳନୀ, ବଣାଇ ରାଜ୍ୟ ସ୍ତରୀୟ ସମ୍ମିଳନୀରେ ସମସ୍ତେ ଉପସ୍ଥିତ ରହିବା ପାଇଁ ସଭାପତି ଆହ୍ବାନ କରିଥିଲେ । ଏହି ଅବସରରେ ବିଭିନ୍ନ କଳାକାର ଦଳ କ୍ରମାନୁସାରେ ନୃତ୍ୟଗୀତ ପରିବେଷଣ କରୁଥିଲେ ଓ ସେମାନଙ୍କୁ ମାନପତ୍ର ପ୍ରଦାନ କରାଯାଉଥିଲା । ଦଳମାନଙ୍କ ଅନୁରୋଧ କ୍ରମେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ସୁନାଙ୍କ ପରିବେଶିତ ଆକର୍ଷଣୀୟ ସମ୍ବଲପୁରୀ ଭଜନ ତଥା କଳାକାରଙ୍କ ବାଦ୍ୟର ତାଳ ସମସ୍ତ ଅତିଥି ଓ କଳାକାରଙ୍କୁ ଝୁମେଇ ଦେଇଥିଲା । ସଦାନନ୍ଦ ଛତ୍ରିଆ ମଞ୍ଚ ସଞ୍ଚାଳନ ପରେ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।





