

ଭକ୍ତି, ସଂସ୍କୃତି ଓ ଜନସମାଗମର ମହାସଙ୍ଗମ
ବରଗଡ଼/ବିଜେପୁର : ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ବରମୁଣ୍ଡା ଗ୍ରାମର ଧବଳେଶ୍ୱର ମନ୍ଦିର ପରିସରରେ ତିନି ଦିନିଆଁ ମହାଶିବରାତ୍ରୀ ପୂଜା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରତିଦିନ ମାନପୁର କଳାକାରଙ୍କ ଦ୍ୱାରା ପ୍ରଦର୍ଶିତ ଜଳନ୍ଧର ଦରବାର ଏହାର ବିଶେଷ ଆକର୍ଷଣ ଥିଲା । ତା.୧୩.୦୨.୨୦୨୬ ପ୍ରଥମ ଦିବସ ଶୁକ୍ରବାର ଦିନ ମୁଖ୍ୟ ଅତିଥି ଭାବେ ଅମୃତାଧାରା ନରସିଂହହୋମର ପ୍ରାଣପ୍ରତିଷ୍ଠାତା ଯଶୋବନ୍ତ ମେହେର, ସମ୍ମାନୀତ ଅଆ ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଜୟକୃଷ୍ଣ ଡ଼ନସନା, ସରପଞ୍ଚ ସବିତା ସାହୁ ଉପସ୍ଥିତ ଥିଲେ । ଏହି ଅବସରରେ ସ୍ଥାନୀୟ କଳାକାରଗଣ ଲୋକକଳା ଓ ଲୋକନୃତ୍ୟ ପରିବେଷଣ କରି ଅଗଣିତ ଦର୍ଶକଙ୍କ ମନ କିଣିଥିଲେ । ତା.୧୪.୦୨.୨୦୨୬ ଦ୍ବିତୀୟ ଦିବସ ଶନିବାର ଦିନ ମୁଖ୍ୟ ଅତିଥି ଭାବେ ଓଡ଼ିଶା ସରକାରଙ୍କ ପୂର୍ବତନ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ ଉପସ୍ଥିତ ଥିଲେ । ଏହି ଦିନ ସନ୍ଧ୍ୟା ୬ ଟାରୁ ବିରମହାରାଜପୁର, ସୋନପୁରର “ଭକ୍ତି ଆରାଧନା ଭଜନ ଗ୍ରୁପ୍” ଏକ ବର୍ଣ୍ଣାଢ଼୍ୟ ଭଜନ ସନ୍ଧ୍ୟା କାର୍ଯ୍ୟକ୍ରମ ପରିବେଷଣ କରି ଅସଂଖ୍ୟ ଦର୍ଶକଙ୍କ ମନମୁଗ୍ଧ କରିଥିଲା । ତା.୧୫/୦୨/୨୦୨୬ ଅନ୍ତିମ ତଆ ରବିବାର ଦିନ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଜେପୁର ବିଧାୟକ ଶ୍ରୀଯୁକ୍ତ ସନତ କୁମାର ଗଡତିୟା, ସମ୍ମାନୀତ ଅତିଥି ଭାବେ ଲାଉମୁଣ୍ଡା ମଣ୍ଡଳ ସଭାପତି ଆଶୁତୋଷ ମେହେର, ଯୁବନେତା ସୁବ୍ରତ ସିଂ ଉପସ୍ଥିତ ଥିଲେ । ମହାଶିବରାତ୍ରୀ ଦିନ ସନ୍ଧ୍ୟାରେ ପ୍ରସିଦ୍ଧ ସାଂସ୍କୃତିକ ଅନୁଷ୍ଠାନ “କଳାଜୀବି”, ବରଗଡର ସୁନାମଧନ୍ୟ ଗାୟୀକା ପଦ୍ମଶ୍ରୀ ଖଟେଇଙ୍କ ଦ୍ୱାରା ଲୋକକଳା ଓ ଲୋକଗୀତର ନିଖୁଣ ପ୍ରତିଛବି ପ୍ରତିଫଳିତ ହୋଇଥିଲା ଯାହା, ସଙ୍ଗୀତର ତାଳେ ତାଳେ ଦର୍ଶକଙ୍କୁ ଝୁମାଇ ଦେଇଥିଲା । ରାତ୍ରି ୧୧:୩୦ ଟାରେ ସଂପ୍ରଦା, ରେମତାର କଳାକାରଙ୍କ ସଙ୍ଗୀତର ମୂର୍ଚ୍ଛନାରେ ବିମୋହିତ ଅସଂଖ୍ୟ ଭକ୍ତ, ଦର୍ଶକ ତଥା ଶ୍ରଦ୍ଧାଳୁ ଦେବ ଦେବ ମହାଦେବଙ୍କୁ ଭକ୍ତିପୂତ ନିବେଦନ କରିଥିଲେ ଓ ମହାଦୀପ ଚଢ଼ା ହୋଇଥିଲା । ବରମୁଣ୍ଡା ଗ୍ରାମବାସୀଙ୍କ ସୌହାର୍ଦ୍ୟ ପୂର୍ଣ୍ଣ ସହଯୋଗରେ ମହାପ୍ରସାଦ ସେବନ ପରେ କାର୍ଯ୍ୟକ୍ରମର ପରିସମାପ୍ତି ଘଟିଥିଲା ଯାହା ପ୍ରଶଂସନୀୟ ଥିଲା ।



