ଦାନୀପାଲି ଠାରେ ରକ୍ତଦାନ ଶିବିର ଆୟୋଜିତ

ଦାନୀପାଲି ଠାରେ ରକ୍ତଦାନ ଶିବିର ଆୟୋଜିତ

ସମ୍ବଲପୁର : “ରକ୍ତଦାନ୍ ମହତ୍ ଦାନ୍ ରକ୍ତଦାନ୍ ଜୀବନ୍ ଦାନ୍” | ରକ୍ତ ହିଁ ରକ୍ତର ବିକଳ୍ପ, ରକ୍ତର ଅନ୍ୟ କୌଣସି ବିକଳ୍ପ ନାହିଁ | ତେଣୁ, ସମସ୍ତେ ରକ୍ତଦାନ କରି ଅନ୍ୟ ମାନଙ୍କର ଜୀବନ ବଞ୍ଚାଇବା ଦିଗରେ ସାହାଯ୍ୟ କରିବା ଉଚିତ | ଏହାହିଁ ହେଉଛି ମାନବିକତା । ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତାବ୍ଦୀ ବର୍ଷ ପାଳନ ଅବସରରେ ସେବା ଭାରତୀ ଏବଂ ସଂଘର ଭୀମଭୋଇ ତରୁଣ ବ୍ୟବସାୟୀ ଶାଖାର ମିଳିତ ଆନୁକୂଲ୍ୟରେ ତାରିଖ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସମ୍ବଲପୁର ସ୍ଥାନୀୟ ବୁଢ଼ାରଜା ଦାନୀପାଲି ସ୍ଥିତ ଭୀମଭୋଇ କଲ୍ୟାଣ ମଣ୍ଡପ ଠାରେ ସକାଳ ୯ ଘଟିକାରୁ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ ଏହି ଶିବିର ଅନୁଷ୍ଠିତ ଏହି ଶିବିରରେ ୪୪ ଜଣ ସହୃଦୟ ଭଦ୍ରବ୍ୟକ୍ତି ଭଦ୍ରମହିଳା ରକ୍ତଦାତାଙ୍କ ଠାରୁ ରକ୍ତ ସଂଗୃହିତ ହୋଇଥିଲା । ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୁଶାନ୍ତ କୁମାର ଦାସ ମୁଖ୍ୟଅତିଥି ଭାବରେ ପ୍ରଦୀପ ପ୍ରଜ୍ବଳନ କରି ଏହି ଶିବିରକୁ ଉଦ୍’ଘାଟନ କରିଥିଲେ । ବୁର୍ଲା ବୀର ସୁରେନ୍ଦ୍ର ସାଏ ମେଡିକେଲ ସାଇନ୍ସ ଏବଂ ରିସାର୍ଚ୍ଚ ଇନ୍’ଷ୍ଟିଚ୍ୟୁଟ ସ୍ଥିତ ବ୍ଲଡବ୍ୟାଙ୍କ ର ଡାକ୍ତର ନୀତିଶ ପ୍ରଧାନ, ଦେବାଶିଷ ମିଶ୍ର, ଲାଲୁ ବିଶ୍ୱାସ, ଜନକ ବେହେରା ଓ ଅଜୟ ପ୍ରଧାନ ଶିବିରରେ ଯୋଗଦେଇ ରକ୍ତ ସଂଗ୍ରହ କରିଥିଲେ । ବୁଢାରଜା ସଂଘଚାଳକ ସତ୍ୟ ନାରାୟଣ ପଣ୍ଡା, “ସେବାଭାରତୀ” ର ପଶ୍ଚିମ ପ୍ରାନ୍ତ ସଭାପତି ରବି ଟଣ୍ଡନ, ସମ୍ବଲପୁର ମହାନଗର ସଭାପତି ବିବେକାନନ୍ଦ ଦାଶ, ସଂଘର ପୂର୍ବତନ ଜିଲ୍ଲା ପ୍ରଚାରକ ସଂସ୍କୃତିରତ୍ନ କାର୍ତ୍ତିକ ପ୍ରସାଦ ବହିଦାର, ଗୋଲକ ବିହାରୀ ମିଶ୍ର, ସବିତା ପଣ୍ଡା, ମହାନଗର କାର୍ଯ୍ୟନିର୍ବାହୀ ପ୍ରିୟଦର୍ଶୀ ଯୋଶୀ, ବିଭାଗ ପ୍ରଚାରକ ଶ୍ରୀମନ୍ତ ପ୍ରଧାନ, ଡାକ୍ତର ପ୍ରଭାସ ଦେବତା, ନରେଶ ବର୍ମା, ଜ୍ୟୋତି ରଞ୍ଜନ ପ୍ରଧାନ, ହରି ହରିପାଲ, ବିଷ୍ଣୁପ୍ରିୟା ଜେନା ପ୍ରମୁଖ ଯୋଗଦାନ ପୂର୍ବକ ରକ୍ତଦାନ କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ଶିବିର ଆୟୋଜନରେ ଆଶୁତୋଷ ପଣ୍ଡା, ବିଶ୍ୱ ଭୂଷଣ ବିଶ୍ୱାଳ, ବିନୟ ସୋନୀ, ଆକାଶ ପାଢ଼ୀ, ବ୍ୟୋମକେଶ ସାହୁ, ଅନୁପ ବହୁଗୁଣା, ଆନନ୍ଦ ଅଗ୍ରଓ୍ବାଲ, ବିଶ୍ୱ ନାରାୟଣ ଧର, ଅଶୋକ ଦାଶ, ବିଜୟ କୁମାର ତିଓ୍ବାରୀ, ଅଶୋକ ସିଂ, ମୁରାରୀ ଭାଇ, ଲକ୍ଷ୍ମଣ ପୃଷ୍ଟି, ରୁଦ୍ର କର୍ଣ୍ଣ, ନବୀନ କିଶୋର ମହାପାତ୍ର, ଶୁଭ୍ରଜିତ ରଥ ପ୍ରମୁଖ ସହଯୋଗ କରିଥିଲେ । ଶିବିରକୁ ସଫଳ କରିଥିବାରୁ ବିଶ୍ୱ ରଞ୍ଜନ ଜେନା ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ |

Leave a Comment

Your email address will not be published. Required fields are marked *

Scroll to Top