Bahadjhola +3 college

Dadhibaman Jew +3 Mahavidyalaya-Bahadjhola : ଅଧ୍ୟକ୍ଷ ନଳୀନ ରଞ୍ଜନ ଭୁୟାଁ ଭିଜିଲାନ୍ସ ଜାଲରେ

ନୟାଗଡ଼/ନୂଆଗାଁ: ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ବାହାଡ଼ଝୋଲା +୩ ମହାବିଦ୍ୟାଳୟ ଅଧ୍ୟକ୍ଷ ନଳୀନ ରଞ୍ଜନ ଭୁୟାଁ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ଉକ୍ତ ମହାବିଦ୍ୟାଳୟ କିରାଣୀଙ୍କ ଦରମା କରିବା ପାଇଁ ଅଧ୍ୟକ୍ଷ ୧ ଲକ୍ଷ ଟଙ୍କା ଦାବି କରିଥିଲେ । ଯାହାକୁ ନେଇ କିରାଣୀ ଭିଜିଲାନ୍ସ ସହ ଯୋଗାଯୋଗ କରିଥିଲେ । ଆଜି ଅଧ୍ୟକ୍ଷ ତାଙ୍କ ଘରେ ଟଙ୍କା ନେଉଥିବା ସମୟରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଭିଜିଲାନ୍ସ ଟିମ୍ ଝାମ୍ପ ମାରିଥିଲା । ଭିଜିଲାନ୍ସ ତାଙ୍କ ବାହାଡ଼ଝୋଲା ଘର ଓ ମହାବିଦ୍ୟାଲୟରେ ଚଢ଼ାଉ କରିଥିବା ସୂଚନା ମିଳିଛି ।

Leave a Comment

Your email address will not be published. Required fields are marked *

Scroll to Top