

ଦାବୀ ପୂରଣ ନହେଲେ ହେବ ଆନ୍ଦୋଳନ
ବିଜେପୁର/ବରଗଡ : ବରଗଡ ଜିଲ୍ଲା ବିଜେପୁର ମିଳିତ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ବିଜେପୁର ବ୍ଲକ ଶିକ୍ଷା ଅଧିକାରୀ ଙ୍କୁ Unified Automation System (UAS) portal ବର୍ଜନ କରାଯିବାକୁ ନେଇ ଏକ ଦାବୀପତ୍ର ପ୍ରଦାନ କରାଯାଇଛି । ପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକୀୟ ଭିତ୍ତିଭୂମିର ଅଭାବ, ଉପାନ୍ତ ଅଞ୍ଚଳରେ ମୋବାଇଲ ନେଟଓ୍ବର୍କ, ଇଣ୍ଟରନେଟ୍ ସମସ୍ୟା ସହିତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଅନାବଶ୍ୟକ କାର୍ଯ୍ୟଭାର ଦେଇ ଶିକ୍ଷାଦାନ ପ୍ରକ୍ରିୟାରେ ସମସ୍ୟା ସୃଷ୍ଟି ହେବା ଭଳି ଏକ ପୋର୍ଟାଲ ଲାଗୁ କରାଯାଇଥିବାରୁ ଶିକ୍ଷକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି ଯାହାକୁ ଶିକ୍ଷକ ସମାଜ ତୀବ୍ର ବିରୋଧ କରୁଛି । ଦାବୀପତ୍ର ପ୍ରଦାନ ସମୟରେ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସନ୍ତୋଷ ବାଗ, ସମ୍ପାଦକ ସୌମ୍ୟ ରଞ୍ଜନ ପଧାନ, ସହ ସମ୍ପାଦକ ରାଜେଶ ସାହୁ, କୋଷାଧକ୍ଷ ଶଶିଭୂଷଣ ସାହୁ ଙ୍କ ସମେତ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେଳ। ଏହାକୁ ପ୍ରତ୍ୟାହୃତ ନ କଲେ ଆଗାମୀଦିନରେ ଏହାର ବିରୋଧରେ ସଂଘ ତରଫରୁ ଆନ୍ଦୋଳନର ପନ୍ଥା ଗ୍ରହଣ କରିବାକୁ ସ୍ଥିର କରାଯାଇଛି ବୋଲି ସମ୍ପାଦକ ସୌମ୍ୟ ରଞ୍ଜନ ପଧାନ ସୂଚନା ଦେଇଛନ୍ତି ।



