

ପ୍ରାକ୍ତନ ସିଆରସିସି ଶରତ ପଧାନ ସମ୍ବର୍ଦ୍ଧିତ
ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ବାରଗୋଡା ଗ୍ରାମର ଅଶୋକ ବାଟିକାରେ ବ୍ଲକ ସିଆରସିସି ସଂଘର ନୂଆଁଖାଇ ଭେଟଘାଟ ଶନିବାର ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ବାସୁଦେବ ପଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମାଁ ସମଲେଶ୍ବରୀଙ୍କ ନିକଟରେ ଧୂପପୁଷ୍ପ ନିବେଦନ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ସାନମାନେ ବଡ଼ ମାନଙ୍କୁ ଜୁହାର କରିଥିବା ବେଳେ ବୟୋଜ୍ୟେଷ୍ଠମାନେ ସାନ ମାନଙ୍କୁ ସ୍ନେହାଶୀର୍ବାଦ ପ୍ରଦାନ ସମୟରେ ଭାଇଚାରା ଭାବ ବେଶ ଭାବମୟ ପରିବେଶ ସୃଷ୍ଟି କରିଥିଲା ଡୋଳାମଣି କୁମ୍ଭାର ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ । ଏହି ଅବସରରେ ଖରମୁଣ୍ଡା କ୍ଲଷ୍ଟରର ପ୍ରାକ୍ତନ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶରତ କୁମାର ପଧାନଙ୍କୁ ପ୍ରଶସ୍ତିପତ୍ର ସହ ଉପଢ଼ୌକନ ଦେଇ ସମ୍ମାନୀତ କରାଯାଇଥିବା ବେଳେ ପଥର୍ଲା ସିଆରସିସି ହେମନ୍ତ କୁମାର ଆରୁକ ପ୍ରଶସ୍ତି ପତ୍ର ପଠନ କରିଥିଲେ । ଖରମୁଣ୍ଡା କ୍ଲଷ୍ଟରର ନୂତନ ସିଆରସିସି ଭାବେ ଯୋଗଦାନ କରିଥିବା ପ୍ରଫୁଲ୍ଲ ଭୋଇଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଯୋଖିପାଲି ଓ ବଡବ୍ରାହ୍ମଣୀ ସିଆରସିସି ତ୍ରିନାଥ ସେଠ ଓ ଡୋଳାମଣି କୁମ୍ଭାରଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସଂପାଦକ ଦୁର୍ବାଦଳ ବଡଗୋଛିଆ ବିବରଣୀ ପଠନ କରିଥିଲେ ।ଟି.ଗଣ୍ଡପାଲି ସିଆରସିସି ପ୍ରଭାତ ରଞ୍ଜନ ସାହୁ ସ୍ବାଗତ ଭାଷଣ, ଲାଉମୁଣ୍ଡା ସିଆରସିସି ପ୍ରକାଶ ମହାନନ୍ଦ ଅତିଥି ପରିଚୟ ପ୍ରଦାନ କରିଥିଲେ । ସିଆରସିସି ସୀତାରାମ ଦୀପ, ନବୀନ କୁମାର ସାହୁ ପ୍ରମୁଖ ନୂଆଁଖାଇର ବିଶ୍ୱ ଭାତୃତ୍ବ ବନ୍ଧନ ପରି ସିଆରସିସି ସଂଘର ସମସ୍ତ ସଦସ୍ୟ ଚିରଦିନ ଗୋଟିଏ ଡୋରିରେ ବାନ୍ଧି ହୋଇଥିବା ବୋଲି ସିଆରସିସି ସୀତାରାମ ଦୀପ ଓ ନବୀନ କୁମାର ସାହୁ ମତପୋଷଣ କରିଥିଲେ ।ସିଆରସିସି ରାଜେଶ୍ବର ବେହେରା ସଂଯୋଜନାରେ ଅନୁଷ୍ଠିତ ସଭାରେ ଦିଲ୍ଲୀପ ବଡଗୋଛିଆ, ବିମଳ ସାହା, ଜୟନ୍ତ ନାଗ, ସୌଭାଗ୍ୟ ବାରିକ, ଶେଷ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।ବିଜେପୁର ସିଆରସିସି ସୁଧାଂଶୁ ଶେଖର ଜାଲ ଧନ୍ୟବାଦ ଅର୍ପଣ କରିଥିଲେ ।





