ବରଗଡ: ଝାରବନ୍ଧ ବ୍ଲକର ଝାରବନ୍ଧ ଓ ଡ଼ଭା ଅଞ୍ଚଳରେ ବରଗଡ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ପୋଲିସ ବିଭାଗ ଏବଂ ଅବକାରୀ ବିଭାଗ ପକ୍ଷରୁ ଏକ ମିଳିତ କାର୍ଯ୍ୟକାରୀ ସ୍କ୍ୱାର୍ଡ ଗଠିତ ହୋଇ COTPA (ତମାଖୁ ନୀୟନ୍ତ୍ରଣ) ନୀୟମ ଭଙ୍ଗକରି ସର୍ବସାଧାରଣ ସ୍ଥାନମାନଙ୍କରେ ତମାଖୁ ଉତ୍ପାଦ ବିକ୍ରି କରୁଥିବା ୧୬ ଜଣ ନିୟମ ଖିଲାପକାରୀଙ୍କ ଠାରୁ ସମୁଦାୟ ଟ.୩୫୦୦/ – ଜୋରିମାନା ସଂଗ୍ରହ କରାଯିବା ସହ ଜନସାଧରଣଙ୍କୁ ଖାଦ୍ୟରେ ରଂଗ ବ୍ୟବହାର ନ କରିବା, ଖବରକାଗଜ ରେ ଖାଦ୍ୟ ସାମଗ୍ରୀ ନ ଦେବା ଏବଂ ତମାଖୁ ବ୍ୟବହାରର କ୍ଷତି ବିଷୟରେ ସଚେତନ କରାଗଲା । ଉକ୍ତ ମିଳିତ କାର୍ଯ୍ୟକାରୀ ସ୍କ୍ୱାର୍ଡରେ ସ୍ୱାସ୍ଥ୍ୟ ବିଭାଗରୁ ଜିଲ୍ଲା ଭେଷଜ ନିରୀକ୍ଷକ ସୁନିତା ନାଗ, ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ଶ୍ରୀ ପରମେଶ୍ୱର ନାଏକ, ଜିଲ୍ଲା ପରମର୍ଶଦାତା ଶ୍ରୀ ସୀତେଶ ତ୍ରୀପାଠୀ, ଅବକାରୀ ବିଭାଗରୁ ଏସ.ଆଇ. ବଳରାମ ପଧାନ ଓ ତାଙ୍କ ସହଯୋଗୀ କର୍ମକର୍ତ୍ତା ଏବଂ ପୋଲିସ ବିଭାଗରୁ ଏସ.ଆଇ ପ୍ରଦୀପ ସଦର ଓ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତଥିଲେ







