ଚାରପାଲି ୟୁ.ଜି.ଏଚ୍.ଏସ୍. ରେ ବାର୍ଷିକ କ୍ରୀଡ଼ାଉତ୍ସବ

Oplus_131072

ଚାରପାଲି ୟୁ.ଜି.ଏଚ୍.ଏସ୍. ରେ ବାର୍ଷିକ କ୍ରୀଡ଼ାଉତ୍ସବ

ବିଜେପୁର/ବରଗଡ : ବରଗଡ ଜିଲ୍ଲା ବିଜେପୁର ବ୍ଳକ ଅନ୍ତର୍ଗତ ଚାରପାଲି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ୨୦୨୪-୨୫ ଅନୁଷ୍ଠିତ ହୋଇଯାଇଛି ପ୍ରଧାନ ଶିକ୍ଷକ ଭାର୍ଗବ ଚନ୍ଦ୍ର ନାଏକଙ୍କ ସଭାପତିତ୍ବରେ ଆୟୋଜିତ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସୁଷମା ସାହୁ, ସମ୍ମାନୀତ ଅତିଥି ଭାବେ ପୁର୍ବତନ ସରପଞ୍ଚ ଦେବେନ୍ଦ୍ରନାଥ ସାହୁ, ସମାଜସେବୀ ଶରତ ବିଶି ସାମୁହିକ ଭାବେ ଏହାକୁ ଉଦଘାଟିତ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଦୌଡ, ଜେଭେଲିନ୍ ଥ୍ରୋ, ମ୍ୟୁଜିକ୍ ଚେୟାର୍ ଆଦି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ବରିଷ୍ଠ ବିଭାଗରରେ ସୌମ୍ୟ ରଞ୍ଜନ ସାହୁ ଓ ଅଲିସା ଖମାରୀ, କନିଷ୍ଠ ବିଭାଗରେ ସ୍ବାଧୀନ ନାଏକ ଓ କୁସୁମ ଭୂଏ ଯଥାକ୍ରମେ ବାଳକ ବାଳିକା ବିଭାଗରେ ଚମ୍ପିଆନ୍ ହୋଇଥିଲେ। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବି.ଇ.ଓ ନାରାୟଣ ଭୁଏ, ସମ୍ମାନୀତ ଅତିଥି ଭାବେ ଏ.ବି.ଈ.ଓ ସୁଶାନ୍ତ କୁମାର ପାଣ୍ଡେ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ଶାରିରୀକ ଶିକ୍ଷା ଶିକ୍ଷକ ନିଳାଞ୍ଚଳ କୁମୁରା ଖେଳ ପରିଚାଳନା କରିଥିଲେ । ଶିକ୍ଷକ ଚନ୍ଦ୍ରମଣି ସାହୁ ସଭାକୁ ସଂଯୋଜନା କରିଥିଲେ । ସମଗ୍ର କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ସ‌ହ‌ଯୋଗ କରିଥିଲେ। ଶିକ୍ଷକ ମନୀଷ କୁମାର ଷଡଙ୍ଗୀ ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top