

ଚାରପାଲି ସେବାଶ୍ରମରେ ଜନଜାତି ଗୌରବ ଦିବସ ଓ ଅଭିଭାବକ ଅଂଶୀଦାର କାର୍ଯ୍ୟକ୍ରମ
ଚାରପାଲି : ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଚାରପାଲି ଉ.ପ୍ରା ସାବାଶ୍ରମ ବିଦ୍ୟାଳୟରେ ଜନଜାତି ଗୌରବ ଦିବସ ଅବସରରେ ବିର୍ସା ମୁଣ୍ଡାଙ୍କ ୧୫୦ ତମ ଜନ୍ମଜୟନ୍ତୀ ପାଳନ ଓ ଅଭିଭାବକ ଅଂଶୀଦାର ସଭା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ପଦ୍ମିନୀ ଭୋଇଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ସୁଷମା ସାହୁ, ସମ୍ମାନୀତ ଅତିଥି ଭାବେ ପୂର୍ବତନ ସରପଞ୍ଚ ତଥା ଗୌନ୍ତିଆ ଦେବେନ୍ଦ୍ରନାଥ ସାହୁ, ସ୍ବାମ୍ବାଦିକ ତଥା ଜଗନ୍ନାଥ କୁମ୍ଭାର ଏସଏମସି ଚେୟାରମେନ୍ ସୁମିତ ସାହୁ, ପୂର୍ବତନ ଶିକ୍ଷୟତ୍ରୀ ବୀଣପାଣି ପ୍ରଧାନ ଉପସ୍ଥିତ ରହି ବହୁମୁଲ୍ୟ ବକ୍ତବ୍ୟ ପ୍ରଦାନ କରି ସମମସ୍ତଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ରଙ୍ଗୋଲୀ ଓ ନୃତ୍ୟ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କ ସହିତ ପୂର୍ବ ଅନୁଷ୍ଠିତ ପ୍ରଥମ ଓ ତୃତୀୟ ଶ୍ରେଣୀ କବିତା ଆବୃତ୍ତି, ଗଳ୍ପ କଥନ, ଚତୁର୍ଥ ଓ ପଞ୍ଚମ ଶ୍ରେଣୀ ପ୍ରଶ୍ନମଞ୍ଚ, ଚିତ୍ରକଳା ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିଗଣ ପୁରଷ୍କାର ପ୍ରଦାନ ପୂର୍ବକ ଉତ୍ସାହିତ କରିଥିଲେ । ସମଗ୍ର କାର୍ଯ୍ୟକ୍ରମର ପରିଚାଳନା ଦାୟୀତ୍ବ ସହ-ଶିକ୍ଷୟିତ୍ରୀ ଅନୀତା ଦାସେ ତୁଳ ବେଳେ ସହ-ଶିକ୍ଷୟିତ୍ରୀ ମାନିନୀ ଝାଙ୍କର ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । କାର୍ଯ୍ୟକ୍ରମରେ ବିଦ୍ୟାଳୟର କର୍ମଚାରୀମାନଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ ।





