ବ୍ୟଙ୍ଗକବିଙ୍କ ଜନ୍ମଦିନ ପାଳନ ଅବସରରେ ଦେଶାତ୍ମବୋଧକ କବିତା ଆସର

ବ୍ୟଙ୍ଗକବିଙ୍କ ଜନ୍ମଦିନ ପାଳନ ଅବସରରେ ଦେଶାତ୍ମବୋଧକ କବିତା ଆସର

ସମ୍ବଲପୁର : ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଦେଶପ୍ରୀତି ଭାବନା ସହିତ ସମସ୍ତଙ୍କୁ ଗୋଟିଏ ରଜ୍ଜୁରେ ବାନ୍ଧି ରଖିବାର ପ୍ରୟାସରେ କଲମ ପରିବାର ଟ୍ରଷ୍ଟ, ସମ୍ବଲପୁର ଆନୁକୂଲ୍ୟରେ ସମ୍ବଲପୁର ସ୍ଥାନୀୟ ଜିଲ୍ଲା ସାମ୍ବାଦିକ ଭବନ ଠାରେ ସଭାପତି ତାଫିଜୁଲ ହୁସେନଙ୍କ ଅଧ୍ୟକ୍ଷତାରେ ସ୍ବାଧିନତା ଦିବସ ଦିନ ଭଳି ଏକ ପବିତ୍ର ତିଥିରେ ବଲାଙ୍ଗିର ଜିଲ୍ଲା ଖୁଜେନପାଲି ଗ୍ରାମରେ ଜନ୍ମ ଲାଭ କରିଥିବା ଜଣେ ଉଦିୟମାନ ପ୍ରତିଭା ତଥା ବ୍ୟଙ୍ଗକବି ଗଦାଧର ନିଆଲଙ୍କ ୫୩ ତମ ଜନ୍ମଦିନ ଶୃଙ୍ଖଳିତ ଭବେ ପାଳିତ ହୋଇଯାଇଛି । ସଂକୃତିରତ୍ନ ତଥା ବିଶିଷ୍ଟ ସମାଜସେବୀ କାର୍ତ୍ତିକ ପ୍ରସାଦ ବହିଦାର, ଉପ ସଭାପତି ଜୟକୃଷ୍ଣ ବେହେରା, ଭବାନୀ ଭୋଇଙ୍କ ସମେତ ବିଶିଷ୍ଟ ମାନ୍ୟଗଣ୍ୟ ବକ୍ତିବିଶେଷ ତରଭୁଜ ଫଳ କାଟି ଏକ ନିଆରା ଢଙ୍ଗରେ ପାଳିତ ଉକ୍ତ କାର୍ଯ୍ୟକ୍ରମରେ ସାହିତ୍ୟ ପ୍ରେମି କଳାପ୍ରେମୀ ଶ୍ରୀ ନିଆଲଙ୍କ ଜନ୍ମଦିବସ ପାଳନ ଅବସରରେ ବିଶିଷ୍ଟ ଗୀତିକାର ତଥା ଅନୁବାଦକ କ୍ଷେତ୍ରମଣି ବିଭାର ଅତିଥି ପରିଚୟ, ସ୍ବାଗତ ବକ୍ତବ୍ୟ ସହିତ ସଭା ପରିଚାଳନା ଦାୟୀତ୍ବ ତୁଳାଇଥିବା ବେଳେ ଉପନୀତ କବିତା ଆସରକୁ ମମତା ନାଥ ସଂଯୋଜନା କରିଥିଲେ ଓ ଅନନ୍ୟା ବେହେରା ସହଯୋଗ କରିଥିଲେ । ସହ-ସମ୍ପାଦକ ଶ୍ରୀ ବେହେରା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଆକାଶବାଣୀ ଗିତ ସଙ୍ଗୀତକାର ରଶେଶ ସୁନା, ଗୀତିକାର ଶିବ ଶଙ୍କର ପ୍ରଧାନ, କଣ୍ଠଶିଳ୍ପୀ ଶତୃଘନ ଲୁହା, ବଂଶୀ ବାଦକ କୃଷ୍ଣଚନ୍ଦ୍ର ସେନ୍ଦ୍ରିଆ, ସଙ୍ଗୀତକାର ବ୍ରହ୍ମା କୁମ୍ଭାର, ଅଫିସର ହରିପାଲ, ଜଗନ୍ନାଥ କୁମ୍ଭାର, ସୂରଜ ସୁନାଙ୍କ ସମେତ ଶ୍ରୀ ନିଆଲଙ୍କ ଧର୍ମପତ୍ନୀ ଯଶୋବନ୍ତୀ ନିଆଲ, ପୁତ୍ର ପ୍ରତ୍ୟୁଷ ରଞ୍ଜନ ନିଆଲ, ଶାଳକ ଲୋକନାଥ ମହାନନ୍ଦ ଓ ତାଙ୍କୁ ଭଳ ପାଉଥିବା ବିଶିଷ୍ଟ କଳାକାର, କବି, କଳାପ୍ରେମୀ, ପ୍ରଶଂସକ ଉପସ୍ଥିତ ରହି କବିତା, ଗୀତ, ଉପହାର, ଉପମା ତଥା ଅଭିଭାଷଣ ମାଧ୍ୟମରେ ଦିର୍ଘାୟୁ କାମନା ପୂର୍ବକ କର୍ତ୍ତବ୍ୟ ପଥରେ ଉତ୍ତରୋତ୍ତର ଉନ୍ନତି ନିମିତ୍ତ ଜନ୍ମଦିନର ଆନ୍ତରିକ ଶୁଭେଚ୍ଛା ଜ୍ଞାପନ କରିଥିଲେ ।

Oplus_0

Leave a Comment

Your email address will not be published. Required fields are marked *

Scroll to Top