ବୃକ୍ଷ ରୋପଣ ଓ ପରିମଳ ସଚେତନ ଅଭିଯାନ ପାଳନ

ବୃକ୍ଷ ରୋପଣ ଓ ପରିମଳ ସଚେତନ ଅଭିଯାନ ପାଳନ

ବିଜେପୁର : ବରଗଡ ଜିଲ୍ଲା ବିଜେପୁର ବ୍ଳକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଟି.ଗଣ୍ଡପାଲି ଦ୍ୱାରା ସଙ୍ଗଠିତ ରାଜ୍ୟସରକାରଙ୍କ ଇଇପି କାର୍ଯକ୍ରମ ସ୍ଥାନୀୟ ଶିବ ମନ୍ଦିର ପରିସରରେ ପାଳିତ ହୋଇଯାଇଛି । ଏହି କାର୍ଯକ୍ରମ ଜରିଆରେ ମନ୍ଦିର ପୋଖରୀ ହୁଡାର ଆବର୍ଜନା ସଫେଇ, ବୃକ୍ଷରୋପଣ, ଆର୍ଦ୍ର ଓ ଶୁଷ୍କ ଆବର୍ଜନା ସଂଗ୍ରହପାଇଁ ଦୁଇଟି କୁଣ୍ଡ ତିଆରି ଇତ୍ୟାଦି କାର୍ଯ୍ୟ କରାଯାଇଛି । ଇକୋ କ୍ଲବ ଦାୟିତ୍ବରେ ଥିବା ଶିକ୍ଷକ ଆର୍ତ୍ତତ୍ରାଣ ବେହେରାଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ଘେଁସ ରେଞ୍ଜର ବିଜୟଲକ୍ଷ୍ମୀ ପଟେଲ ଏକ ନଡିଆ ଚାରା ରୋପଣ କରି ଏହାର ଶୁଭ ଉଦଘାଟନ କରିବା ସହିତ ଆବର୍ଜନା କୁଣ୍ଡ ଦଇଟିର ଉଦଘାଟନ କରି ଗ୍ରାମବାସୀ ତଥା ଇକୋ କ୍ଲବ ଉଦ୍ଦେଶ୍ୟରେ ଏକ ପ୍ରେରଣାଦାୟକ ସଂକ୍ଷିପ୍ତ ଅଭିଭାଷଣ ମାଧ୍ୟମରେ ଉତ୍ସାହିତ କରିଥିବା ବେଳେ ବିଜେପୁର ଫରେଷ୍ଟର ଚିନ୍ନୟ ପ୍ରଧାନ ଓ ଫରେଷ୍ଟଗାର୍ଡ ନରେଶ ମେହେର ଉପସ୍ଥିତ ରହି ଏହାର ଶୋଭାବର୍ଦ୍ଧନ କରିଥିଲେ ।

ପ୍ରଥମେ ଟି.ଗଣ୍ଡପାଲି ହାଇସ୍କୁଲ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ବିଭିନ୍ନ ସ୍ଲୋଗାନ ଦେଇ ଏକ ସଚେତନ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇଥିଲା । ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭରତ ସା’ଙ୍କ ପରିଚାଳନାରେ ଗାଆଁ ମନ୍ଦିର ପରିଚାଳନା କମିଟୀ ,ବିଦ୍ୟାଳୟ ପରିଚାଳନା କମିଟୀ, ସମାଜସେବୀ ତଥା ବିଦ୍ୟାଳୟର ପିଇଟି ରାଧାକାନ୍ତ ବାରିକ, ସରୋଜ କୁମାର ସାହୁ, ଗଣିତ ଶିକ୍ଷକ ସୁଧୀର କୁମାର ଭୋଇ, ଶିକ୍ଷକ ମକରଧ୍ବଜ ସାହୁ, ବିଦ୍ୟାଧର ସାହୁ ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଥିଲେ । ଏଭଳି କାର୍ଯ୍ୟରେ ନିୟୋଜିତ ବ୍ୟକ୍ତି ବିଶେଷଙ୍କୁ ଅକୁଣ୍ଠିତ ହୃଦୟରେ ପରିବେଶ ସୁରକ୍ଷା ଓ ସମ୍ବଳର ସଂରକ୍ଷଣ କରିବା ଦିଗରେ ସହଯୋଗ ତଥା ଉତ୍ସାହିତ କଲେ ସୁସ୍ଥ ପରିବେଶ ପାଇଁ ଏକ ମହତ୍ ପଦକ୍ଷେପ ହେବ ବୋଲି ଏହି ଅବସରରେ ଇକୋ କ୍ଲବ ଦାୟିତ୍ବରେ ଥିବା ଶିକ୍ଷକ ଶ୍ରୀ ବେହେରା ପ୍ରକାଶ କରନ୍ତି ।

Leave a Comment

Your email address will not be published. Required fields are marked *

Scroll to Top