

ସର୍ବାଗ୍ରେ ନାରୀର ଭୂମିକା ବୋଲି ମତପ୍ରକାଶ
ବିଜେପୁର/ବରଗଡ : ଅଦ୍ୟ ତା.୧୧-୦୨-୨୦୨୫ ମଙ୍ଗଳବାର ଦିନ ବରଗଡ ଜିଲ୍ଲା ବିଜେପୁର ମହାବିଦ୍ୟାଳୟରେ ବ୍ଲକ ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଓଡିଶା ଷ୍ଟେଟ୍ କମିଶନ୍ ଫର୍ ଓମେନ୍, ବରଗଡ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ବରଗଡ ଓ୍ବେଲଫେୟାର୍ ଅଫିସ୍ ର ସମ୍ପୂର୍ଣ ସହଯୋଗରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଜେପୁର ବିଧାୟକ ତଥା ଜମିଦାର ସନତ କୁମାର ଗଡତିୟା, ସମ୍ମାନୀତ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ମିଶ୍ର, ବରଗଡ ଡି.ଏସ୍.ଡବ୍ଲୁ.ଓ ସନ୍ଧ୍ୟାରାଣୀ ନେପାକ, ବରଗଡ ଡି.ଏସ୍.ପି ରୀନା ବେହେରା, ବରଗଡ ପ୍ରୋଟେକସନ୍ ଅଫିସର ମାଙ୍ଗଳିକା ଦାଶ ପ୍ରମୁଖ ମଞ୍ଚାସୀନ ଥିଲେ । ଅତିଥିଗଣ ପ୍ରଥମେ ବାଗଦେବୀ ସରସ୍ବତୀ ଓ ଇଷ୍ଟଦେବୀ ମା ସମଲେଶ୍ୱରୀଙ୍କ ଫଟୋଚିତ୍ର ସମ୍ମୁଖରେ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏହାପରେ ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ଗାୟନ କରିଥିଲେ । ଓଡ଼ିଆ ଅଧ୍ୟାପକ ସରୋଜ କୁମାର ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିଥିଲେ । “ଜନନୀ ଜନ୍ମ ଭୂମିଶ୍ଚ ସ୍ବର୍ଗାତ ଅପି ଗରୀୟସୀ”। ସାମ୍ପ୍ରତିକ ସମାଜରେ ନାରୀର ଭୂମିକା ସର୍ବାଗ୍ରେ ବୋଲି ଅତିଥିଗଣ ମତବ୍ୟକ୍ତ କରିଥିଲେ । ଅଧ୍ୟକ୍ଷ ଶ୍ରୀଯୀକ୍ତ ମିଶ୍ର ତାଙ୍କର ଅଭିଭାଷଣରେ ନାରୀର ବିକଳ୍ପ ଅସମ୍ଭବ ବୋଲି ପ୍ରକାଶ କରିଥିଲେ । ପ୍ରୋଟେକସନ୍ ଅଫିସର ଶ୍ରୀମତୀ ଦାସ ତାଙ୍କର କାର୍ଯ୍ୟାଳୟକୁ ଆସୁଥିବା ନାରୀ ସମ୍ମନ୍ଧୀୟ ସମସ୍ୟା ତାର ସମାଧାନର ଅନୁଭୂତିକୁ ଛାତ୍ରୀମାନଙ୍କ ଆଗରେ ପ୍ରକାଶ କରିଥିଲେ । ଟେକିନିକାଲ ସେସନରେ ଆଇନଜୀବୀ ସୀତାରାମ ମେହେର ବାର୍ ଆସୋସିଏସନ୍ ବରଗଡ ଅଣ୍ଡରଷ୍ଟାଡିଙ୍ଗ୍ ଜେଣ୍ଡର୍ ଆଣ୍ଡ ଜେଣ୍ଡର୍ ବେସଡ଼୍ ଭାଉଲେନ୍ସ୍ ଏଣ୍ଡ୍ ଓଭର୍ ଭିୟୁ ଅଫ୍ ଲିଗାଲ୍ ରାଇଟ୍ ଫର୍ ଓମେନ୍ ଉପରେ ଛାତ୍ରୀମାନଙ୍କୁ ଅବଗତ କରିଥିଲେ ତଥା ଭାରତ ସମ୍ବିଧାନରେ ଉଲ୍ଲେଖଥିବା ନାରୀ ସୁରକ୍ଷା ପାଇଁ ଧାରା ମାନଙ୍କ ଉପରେ ଆଲୋକପାତ କରିଥିଲେ । ଅନ୍ୟ ଜଣେ ଆଇନଜୀବୀ ଜୟଶ୍ରୀ ମହାପାତ୍ର ସ୍କିମସ୍ ଏଣ୍ଡ୍ ପ୍ରୋଗ୍ରାମ୍ ଫର୍ ଓମେନ୍ ଏକସେସିଂ ଲିଗାଲ୍ ଏକ୍ଟ୍ ଏଣ୍ଡ ଜଷ୍ଟିସ୍ ମେକାନିଜମ୍ ଉପରେ ଆଲୋଚନା କରିଥିଲେ । ଛାତ୍ରୀମାନଙ୍କୁ ବିପଥଗାମୀ ନ ହୋଇ ନିଜ ଉଜ୍ଜଳ ଭାଭିଷ୍ୟତ ତୋଳିବାପାଇଁ ସଦାସର୍ବଦା ଚେଷ୍ଟିତ ରହିବାକୁ ପରାମର୍ଶ ଦେଇଥିଲେ। ଶେଷରେ ଷ୍ଟେଟ୍ କମିଶନ୍ ଫର୍ ଓମେନ୍ ର କର୍ମକର୍ତ୍ତା ତରୁଣ ପୃସେଠ୍ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।



