Junior Red Cross Training-Bheden : ବ୍ଲକ ସ୍ତରୀୟ ଜୁନିୟର ରେଡ଼କ୍ରସ ତାଲିମ ଶିବିର

ବରଗଡ଼/ଭେଡେନ: ବରଗଡ ଜିଲ୍ଲା ଭେଡେନ ବ୍ଲକ ରେମଣ୍ଡା ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ଜୁନିୟର ରେଡ଼କ୍ରସ ତାଲିମ ଶିବିର ପାଳିତ ଅନୁଷ୍ଠିତ ହୋଇଯାଇଛି। ଏହାକୁ ସଂଯୋଜନା କରିଥିଲେ ଶିକ୍ଷକ ଜଗନ୍ନାଥ ଦାସ। ପ୍ରଥମେ ଅତିଥି ମାନକଂ ପକ୍ଷରୁ ରେଡ଼କ୍ରସ ପତାକା ଉତ୍ତୋଳନ କରିଥିଲେ। ପରେ ସରସ୍ଵତୀ, ଗଣେଶ ଓ ଜୁନିଅର ରେଡକ୍ରସ ର ପ୍ରତିଷ୍ଠାତା ହେନେରୀ ଡୋନାଣ୍ଟ କଂ ପ୍ରତିଛବି ପ୍ରଦୀପ ପ୍ରଜ୍ବଳନ ଓ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଛାତ୍ରୀ ମାନଙ୍କ ଦ୍ବାରା ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ।ଏଥିରେ ସଭାପତିତ୍ବ କରିଥିଲେ ରେମଣ୍ଡା ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଶାନ୍ତ ହୋତା । ମୁଖ୍ୟ ଅତିଥି ଭେଡେନ ଶିକ୍ଷା ଅଧିକାରୀ ମଛିଦ୍ର ମଲ୍ଲିକ,ସ୍ଵତନ୍ତ୍ର ଅତିଥି ଭାବେ ବିଜ୍ଞାନ ଜିଲ୍ଲା ରିସୋର୍ସ ପର୍ସନ ଧର୍ମରାଜ ପ୍ରଧାନ, ସମ୍ମାନୀତ ଅତିଥି ରେମଣ୍ଡା ସରପଞ୍ଚ ଉଦ୍ଧବ ବାରିକ, ଡାଃ ମନୋରଞ୍ଜନ ମେହେର,ବିଦ୍ୟାଳୟର ଅଧ୍ୟକ୍ଷ ମୋହନ ଦୋରା, ସଦସ୍ୟ ରାମଚନ୍ଦ୍ର ରଣା, ଭେଡେନ ବ୍ଲକ ରେଡ଼କ୍ରସ ସଂଯୋଜକ ଶ୍ଯାମସୁନ୍ଦର ଭୋଇ, ଖେଳ ସଂପାଦକ ଶ୍ରୀମତୀ ବିଜୁଳିବତୀ ଦଲେଇ, ସିଆରସିସି ମନୋରଞ୍ଜନ ବେହେରା ଯୋଗଦେଇଥିଲେ। ଦ୍ଵିତୀୟ ଅଧିବେଶନରେ ଛାତ୍ରଛାତ୍ରୀ ମାନକୁଂ ନେଇ ପ୍ରବନ୍ଧ, କୁଇଜ୍ ଓ ଜିକେ, ପୂର୍ବରୁ ପ୍ରସ୍ତୁତ ହୋଇ ନଥିବା ବକ୍ତୃତା, ଗ୍ରୁପ ସଂଗୀତ,, ଗ୍ରୁପ ଡାନ୍ସ ଇତ୍ୟାଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ସରକାରୀ ରେମଣ୍ଡା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ମହାଦେବ ଭୋଇ ଯୋଗ ଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ଏଥିରେ ଭେଡେନ ବ୍ଲକ ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ। ପରିଶେଷରେ ରାଜକୁମାର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Comment

Your email address will not be published. Required fields are marked *

Scroll to Top