Jurior Red Cross Atabira ଅତାବିରା ବ୍ଲକସ୍ତରୀୟ ଜୁନିଅର ରେଡକ୍ରସ

ଅତାବିରା: ଅତାବିରା ବ୍ଲକ  ଲରମ୍ଭା ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ଜୁନିୟର ରେଡକ୍ରସ୍ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି  ସୁଶାନ୍ତ ସାହୁ  ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ  ବ୍ଲକ ଶିକ୍ଷା ଅଧିକାରୀ ମିଶ୍ରlଣି କୁମ୍ଭାର ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଧାନ ଶିକ୍ଷକ  ଆଲୋକ ସାହୁ, ଅତିରିକ୍ତ  ବ୍ଲକ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ, ବ୍ଲକ କ୍ରୀଡା  ସମ୍ପାଦକ ସୁଦୀପ୍ତ ସାହୁ,  ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ ।ବ୍ଲକ କ୍ରୀଡା ସମ୍ପାଦକ  ଶ୍ରୀ ସାହୁ  କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ବ୍ଲକ ଜୁନିଅର ରେଡକ୍ରସ ର  ଆର୍ ପି ମନୋହର  ଦାଶ  ମଞ୍ଚ ପରିଚାଳନା କରିଥିଲେ। ଧର୍ମରାଜପ୍ରଧାନ ପ୍ରତିଯୋଗିତା ଗୁଡ଼ିକୁ ପରିଚାଳନା କରିଥିଲେ । ଏଥିରେ ଓଡ଼ିଆ କିମ୍ବା ଇଂରାଜୀ ପ୍ରବନ୍ଧ ଲିଖନ, କୁଇଜ, ଏକ୍ସଟେମ୍ପୋରି ବକୃତା, ଚିତ୍ରାଙ୍କନ, ଦଳୀୟ ନୃତ୍ୟ ଓ ଦଳଗତ ସଙ୍ଗୀତ ଆଦି ୬ ଟି ପ୍ରତିଯୋଗିତା ହୋଇଥିଲା ।ବ୍ଲକ ର ୧୫୫ଜଣ ଛାତ୍ର ଛାତ୍ରୀ ଓ  ଶିକ୍ଷକ ଶିକ୍ଷୟିତ୍ରୀ ଏଥିରେ ଅଂଶଗ୍ରହଣ କରିଥିଲେ। ବ୍ୟକ୍ତିଗତ ପ୍ରତିଯୋଗିତାରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଓ ଦଳଗତ ପ୍ରତିଯୋଗିତାରେ ଯେଉଁ ଦଳ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ସେମାନେ ଜିଲା ସ୍ତରରେ ମଧ୍ୟ ପ୍ରତିଯୋଗିତା କରିପାରିବେ ବୋଲି ଜଣା ପଡିଛି। ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ଵାରା   ମାଁ ବାଗଦେଵୀ  ଓ ହେନେରି  ଡୁନାଣ୍ଟ  ଙ୍କ  ଫଟୋ  ରେ ପୁଷ୍ପ  ମାଲ୍ୟ ଅର୍ପଣ ପରେ  ଛାତ୍ର ଛାତ୍ରୀ ମାନେ  ରେଡକ୍ରସ ସଙ୍ଗୀତ  ଗାନ କରିଥିଲେ ।  ପବିତ୍ର  ମାହନା, କୈଳାଶ ସେଠ୍,  ପ୍ରମୋଦ ସେଠ୍ ପ୍ରମୁଖ ବିଚାରକ  ଦାୟିତ୍ଵ ତୁଲାଇଥିଲେ । କୃତି ପ୍ରତିଯୋଗୀ ଙ୍କୁ ଟ୍ରଫି ଓ ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ଅମୃତ ବାରିକ୍ ,ରବି ଗୁପ୍ତା,ଅନିତା ଭୁଏ , ମମତା ରାଉତ , ଗଗନ ଚିରଗୁନ ,ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ କର୍ମକର୍ତ୍ତା , ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିବା ବେଳେ ଶିକ୍ଷକ ବିନୟ ନାଏକ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top