: ପଦ୍ମପୁର- ପଦ୍ମପୁର ନିକଟସ୍ଥ ଗଡଭାଟି ଛକ ନିକଟରେ ମୋଟର ସାଇକେଲ ଧକ୍କାରେ ସାଇକେଲ ଚାଳକଙ୍କ ମୃତ୍ୟୁ । ମିଳିଥିବା ସୂଚନା ଅନୁସାରେ ବୁବୁଡା ଗାଁ ର 50 ବର୍ଷିୟ ବାବନ ବିଶି ସବୁଦିନ ପରି ରାଜମିସ୍ତ୍ରୀ କାମ କରି ପଦ୍ମପୁରରୁ ଘରକୁ ଫେରୁଥିଲେ । ପଛପଟୁ ଦ୍ରୁତ ଗତିରେ ଆସୁଥିବା ଗୋଟିଏ ବାଇକ ଯାହାର ନମ୍ବର OD 31 K 1404, ବାବନକୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ହିଁ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟିଥିଲା । ପଦ୍ମପୁର ପୋଲିସ ଘଟଣାସ୍ଥଳକୁ ପହଞ୍ଚି ଶବ ଜବତ କରି ବ୍ଧବଚ୍ଛେଦ ପାଇଁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛି | ବାଇକ ଆରୋହୀ ଫେରାର ଥିବା ବେଳେ ପୋଲିସ ଅଧିକ ତଦନ୍ତ କରୁଛି |




