ବିଜେପୁର : ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ପଞ୍ଚାୟତ ହାଇସ୍କୁଲ ପୁଞ୍ଜିପଥର ଠାରେ ବିଜେପୁର ବ୍ଲକ ସ୍ତରୀୟ ଶିଶୁମେଳା ପ୍ରଧାନ ଶିକ୍ଷକ ଚୂଡାମଣି ବଢେଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଏସ୍.ଏମ୍.ସି ଚେୟାରପର୍ସନ୍ ପାରେଶ୍ବର ସାହୁ ଉପସ୍ଥିତ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ସରୋଜ ବିଶ୍ବାଲ, ଓଷ୍ଟା ସଭ୍ୟ ରମାକାନ୍ତ ପୃଷ୍ଟି, ଭଟିଗାଁ ସରପଞ୍ଚ ଦେବକୀ ମେହେର ଉପସ୍ଥିତ ଥିଲେ । ଦେବରାଜ ସାହୁ ସଭା ପରିଚାଳନା କରିଥିବା ବେଳେ ଦାମୋଦର ମହାପାତ୍ର ଅତିଥି ପରିଚୟ ଏବଂ ସୁଶାନ୍ତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଅତିଥିଗଣ ପ୍ରଥମେ ଦୀପ ପ୍ରଜ୍ଜଳନ କରି ସଭା ଉଦଘାଟନ କରିଥିବା ବେଳେ ଛାତ୍ରୀମେନେ ସ୍ବାଗତ ସଙ୍ଗୀତ ଗାୟନ କରିଥିଲେ । କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା । ସେ ମଧ୍ୟରୁ ତର୍କରେ ଅଙ୍କିତା ବାରିକ ଓ ପ୍ରିୟଙ୍କା ଦାଶ, କଣ୍ଠ ସଙ୍ଗୀତରେ ରଶ୍ମିତା ସାହୁ ଓ ରୋଜାଲିନ୍ ଦୀପ, ଚିତ୍ରାଙ୍କନରେ ରୀତୁରାଣୀ ସାହୁ ଓ କରିୟାନ୍ ହରିପାଲ, ଆବୃତ୍ତିରେ ଜ୍ୟୋତି ସାହୁ ଓ ଶାଲିନା ବେହେରା, ଗଳ୍ପଲିଖନ ପ୍ରିୟଙ୍କା ସୁନା ଓ ବିଦୁସ୍ମିତା ବିଶ୍ବାଲ, କବିତା ରଚନାରେ ବର୍ଷାରାଣୀ ମହାନନ୍ଦ ଓ ଲକି ସାହୁ, ଏକକ ଅଭିନୟରେ ସ୍ମୃତିରେଖା ତ୍ରିପାଠୀ ଓ ବର୍ଷାରାଣୀ ମହାନନ୍ଦ, ଏକକ ନୃତ୍ୟରେ ଅନୁସୂୟା ସାହୁ ଓ ଅହଲ୍ୟା ମହାନନ୍ଦ, ସାଧାରଣ ଜ୍ଞାନରେ ସମୀକ୍ଷା ସେଠ୍ ଓ ବିନ୍ଦିଆ ମେହେର, କୁଇଜ୍ ରେ ସ୍ନେହା ସାହୁ ଓ ରାନୀ ମହାନନ୍ଦ ଯଥାକ୍ରମେ ପ୍ରଥମ ଓ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବେଳ ସେମାନଙ୍କୁ ପୁରଷ୍କୃତ କରାଯାଇଥିଲା । ଉତ୍ତିର୍ଣ୍ଣ ଛାତ୍ରଛାତ୍ରୀ ଏବଂ ସେମାନଙ୍କୁ ଜିଲ୍ଲା ସ୍ତରକୁ ଉତ୍ତିର୍ଣ୍ଣ କରାଯାଇଥିବାର କ୍ରୀଡା ଶିକ୍ଷକ ଦଶରଥ ଗଡତିଆ ସୂଚନା ଦେଇଛନ୍ତି । ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଓଷ୍ଟା ସଭାପତି ସଦାନନ୍ଦ ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ମୋତିରାମ ସାହୁ ଉପସ୍ଥିତ ଥିବାବେଲେ ସମ୍ମାନୀତ ଅତିଥି ଭାବେ ସହ-ସମ୍ପାଦକ ଆଶୁତୋଷ ରଥ, ଜିଲ୍ଲା ସମ୍ପାଦକ ସଞ୍ଜୟ ସିଂ, ସମିତି ସଭ୍ୟା ରାୟମତି ନାଏକଙ୍କ ପ୍ରତିନିଧି ଶୁଶିଳ ନାଏକ, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଅଜିତ ସାହୁ, ମଧୁସୂଦନ ସାହୁ, ଚୂଡାମଣି ସାହୁ, ଦେବରାଜ ବଢେଇ ଉପସ୍ଥିତ ଥିଲେ । କୃଷ୍ଣଚନ୍ଦ୍ର ନାଏକ ସଭା ପରିଚାଳନା ଓ ଗଜାନନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଅଜିତ ମେହେର ଓ ମଧୁସୂଦନ ସାହୁଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ଓ ପରିଚାଳନା କମିଟୀ ସହଯୋଗ କରିଥିଲେ ।
bijepur bargarh padampur



