ବିଜେପୁର ଶିକ୍ଷକ ସଂଘର ନିଷ୍ପତ୍ତି : ଏମ୍ ଆଇ ଏସ ପିସିଙ୍କ ବଦଳି ନ ହେଲେ ଆନ୍ଦୋଳନ ଚେତାବନୀ

ବିଜେପୁର ଶିକ୍ଷକ ସଂଘର ନିଷ୍ପତ୍ତି
ଏମ୍ ଆଇ ଏସ ପିସିଙ୍କ ବଦଳି ନ ହେଲେ ଆନ୍ଦୋଳନ ଚେତାବନୀ

ବିଜେପୁର : ବରଗଡ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଏମ୍ ଆଇ ଏସ ପିସିଙ୍କ ଅନ୍ୟତ୍ର ବଦଳି ପାଇଁ ସ୍ଥାନୀୟ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଦୀର୍ଘ ଦିନରୁ ଦାବୀ ହେଉଛି । ହେଲେ ଏ ନେଇ ବ୍ଲକରୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିଦାବିଷ୍ଣୁ ମନୋଭାବ ଯୋଗୁଁ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପାଉଛି । ମିଳିଥିବା ସୂଚନା ଅନୁସାରେ ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ MIS,PC ଙ୍କ ଆଚରଣ ଓ କାର୍ଯ୍ୟଶୈଳୀ ଅତ୍ୟନ୍ତ ନୈରାଶ୍ୟଜନକ । ପ୍ରଧାନ ଶିକ୍ଷକ ତଥା ଶିକ୍ଷକ ଗଣ UDISE+ କାର୍ଯ୍ୟ ପାଇଁ ସଂପୃକ୍ତ MIS,PC ଙ୍କୁ ନିବେଦନ କଲେ ସୁଦ୍ଧା ସଠିକ୍ ପରାମର୍ଶ ମିଳି ପାରୁନାହିଁ । ତାଙ୍କର କାର୍ଯ୍ୟ ଦକ୍ଷତା ଯୋଗୁଁ ଏହି ବ୍ଳକର ସ୍ବାଭିମାନ ସର୍ବଦା କ୍ଷୁର୍ଣ୍ଣ ହେଉଥିବା ଅଭିଯୋଗ ହେଉଛି । ଅପର ପକ୍ଷରେ ସଂପୃକ୍ତ କର୍ମଚାରୀ ନିୟମିତ ଭାବେ କାର୍ଯ୍ୟାଳୟକୁ ଆସୁ ନଥିଲେ ସୁଦ୍ଧା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ଅଧିକାରୀଙ୍କ ଅପାରଗତା ଯୋଗୁଁ ପରବର୍ତ୍ତୀ ସମୟରେ ଉପସ୍ଥାନ ଖାତାରେ ନିୟମିତ ସ୍ବାକ୍ଷର କରି ଦେଉଥିବା ଅଭିଯୋଗ ହେଉଛି । MIS,PC ଙ୍କୁ ଅନ୍ୟତ୍ର ବଦଳି କରିବା ପାଇଁ ଚଳିତ ବର୍ଷ ଅପ୍ରେଲ ୧୨ ତାରିଖରେ ବିଜେପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ମାଧ୍ୟମରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ଫଳରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସହକାରୀ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ସରୋଜ କୁମାର ଭୁଏ ଏବଂ ଶ୍ରୀ ବିନୟ ପ୍ରକାଶ ସଏ ମଇ ୨୦ ତାରିଖରେ ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପହଞ୍ଚି ତଦନ୍ତ କରିଥିଲେ, ହେଲେ ପରିତାପର ବିଷୟ ଯେ, ପ୍ରାୟ ଦୁଇ ମାସ ଅତିବାହିତ ହୋଇ ଯାଇଥିଲେ ସୁଦ୍ଧା ଜିଲ୍ଲା ଶିକ୍ଷା ବିଭାଗ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରା ନ ଯାଇଥିବାରୁ ଶିକ୍ଷକ ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଫଳରେ ବୁଧବାର ସନ୍ଧ୍ୟାରେ ସ୍ଥାନୀୟ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପରିସରରେ ସଭାପତି ସନ୍ତୋଷ ବାଗଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ଆଗାମୀ ସାତ ଦିନ ମଧ୍ୟରେ ସଂପୃକ୍ତ MIS,PC ଙ୍କୁ ଅନ୍ୟତ୍ର ବଦଳି କରା ନଗଲେ ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ ତାଳା ପକାଇ ଆନ୍ଦୋଳନ କରାଯିବାକୁ ମିଳିତ ଶିକ୍ଷକ ସଂଘ ବିଜେପୁର ତରଫରୁ ନିଷ୍ପତ୍ତି ହୋଇଛି । ବୈଠକରେ ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇ ଥିଲେ । ସଂପାଦକ ସୌମ୍ୟରଞ୍ଜନ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top