ବିଜେପୁରରେ ଜିଲ୍ଲା ସ୍ତରୀୟ ଶ୍ରୀଅରବିନ୍ଦ ମହିଳା ପାଠଚକ୍ର ସମ୍ମିଳନୀ

ନାରୀଗଣ ଭଗବତ ଅଭିମୁଖୀ ହେଲେ ଦିବ୍ୟଯୁଗ ସମ୍ଭବ

ବିଜେପୁର : ନାରୀମାନେ ଭଗବତ ଅଭିମୁଖୀ ହେଲେ ଦିବ୍ୟଯୁଗ ସମ୍ଭବ ବୋଲି ବରଗଡ଼ ଜିଲ୍ଲା ବିଜେପୁର ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର, ମାତୃତୀର୍ଥ ପରିସରରେ ଆୟୋଜିତ ଜିଲ୍ଲାସ୍ତରୀୟ ଶ୍ରୀଅରବିନ୍ଦ ମହିଳା ପାଠଚକ୍ର ସମ୍ମିଳନୀରେ ଆଲୋଚକଗଣ ମତପ୍ରକାଶ କରିଥିଲେ । ପୂର୍ବାହ୍ନରେ ସାଧକ ଶ୍ରୀଧର ସାହୁ ମାତୃ ପତାକା ଉତ୍ତୋଳନ କରିଥିଲେ । ପ୍ରାଚୀ ମାଝୀ, ନେହା ପଧାନ, ସନ୍ଧ୍ୟାରାଣୀ ମେହେର, ପ୍ରାଚୀ ନାଏକ, ରିତିକା ମହାକୁର, ଦୀପାଞ୍ଜଳୀ ମେହେର, ଶାନ୍ତି ମେହେର ପ୍ରମୁଖ ବନ୍ଦେମାତରମ ସଂଗୀତ ଗାନ କରିଥିଲେ । ପରେ ଆୟୋଜିତ ଜିଲ୍ଲାସ୍ତରୀୟ ସମ୍ମିଳନୀକୁ ସଂଗତୀ ମଣ୍ଡଳ ସଂଯୋଜକ ପ୍ରଫୁଲ୍ଲ ପଣ୍ଡା ଉଦଘାଟନ କରିଥିଲେ । ଜିଲ୍ଲା ମହିଳା ପାଠଚକ୍ରର ସଙ୍ଗଠକ ଜୟନ୍ତୀ ସିଂଙ୍କ ସଂଯୋଜନାରେ ପ୍ରଥମ ଅଧିବେଶନ ଅନୁଷ୍ଠିତ ହୋଇଥିଲା । ଲଳିତା ପ୍ରଧାନ ଦୁର୍ଗା ସ୍ତୋତ୍ର, ରାଜଲକ୍ଷ୍ମୀ ମହାରଣା ମାତୃ ପୁସ୍ତକ ଓ ସୀମାଞ୍ଜଳୀ ସ୍ବାଇଁ ମାତୃ ମନ୍ତ୍ର ଉଚ୍ଚାରଣ କରିଥିଲେ ।ମମତା ଦାସ ଜୀବନର ଲକ୍ଷ୍ୟ, ବୈଜୟନ୍ତୀ ଧରୁଆ ଶ୍ରୀମା, ଆହ୍ଲାଦିନୀ ଦଳାଇ ଶ୍ରୀଅରବିନ୍ଦ, ତପସ୍ବିନୀ ମହାପାତ୍ର ଶ୍ରୀଅରବିନ୍ଦ ପାଠଚକ୍ର, ପ୍ରତିମା ଗୁରୁ ନାମଜପ ବିଷୟରେ ଆଲୋଚନା କରିଥିଲେ ଶ୍ରୀଧର ସାହୁ ଓ ରମେଶ ଚନ୍ଦ୍ର ସାହୁ ଆଲୋଚନା ଚକ୍ରର ଉପସଂହାର କରିଥିଲେ । ଶକୁନ୍ତଳା ସାହୁ ସମ୍ମିଳନୀର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ପରିଚାଳନା କମିଟି ସଦସ୍ୟ ରାଜେଶ୍ବର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଲକ୍ଷ୍ମୀପ୍ରିୟା ରାଉତଙ୍କ ସଂଯୋଜନାରେ ଦ୍ବିତୀୟ ଅଧିବେଶନରେ ଦିବ୍ୟଯୁଗ ସ୍ଥାପନ ଓ ନାରୀ ଶୀର୍ଷକ ଉପରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ପ୍ରଫୁଲ୍ଲ କୁମାର ପଣ୍ଡା ଓ ଅଧ୍ୟାପକ ରାଧାକାନ୍ତ ମିଶ୍ର ଆଲୋଚକ ଭାବେ ଯୋଗଦେଇ ଥିଲେ । ସମ୍ପାଦକ ଦେବାର୍ଚ୍ଚନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।ସଙ୍ଗତୀ ମଣ୍ଡଳ ସଂଯୋଜକ ପ୍ରଫୁଲ୍ଲ କୁମାର ପଣ୍ଡାଙ୍କ ସଂଯୋଜନାରେ ସାଙ୍ଗଠନିକ ଆଲୋଚନା ହୋଇଥିଲା । ସଭାପତି ଲୋକନାଥ ମେହେର ଧନ୍ୟବାଦ ଅର୍ପଣ କରିଥିଲେ , ଜିଲ୍ଲା ପରିଷଦ ସଦସ୍ୟ ସୁଶାନ୍ତ କୁମାର ଗଡତିଆ ମାତୃ ପତାକା ଅବତରଣ କରିଥିଲେ । ସାମାଜିକକର୍ମୀ ଯୋଗେନ୍ଦ୍ର ପଧାନ ଉପସ୍ଥିତ ଥିଲେ।ଏଥିରେ ବାରଗୋଟି ବ୍ଲକର ୩୦ ଗୋଟି ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ସମେତ ମହିଳା ପାଠଚକ୍ରର କର୍ମୀ ଅପାଭାଇ ଯୋଗଦେଇ ଥିଲେ । ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ସମସ୍ତ ଅପାଭାଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top