ବିଜେପୁରରେ ସୁନେତ୍ର ପ୍ରଶିକ୍ଷଣ ଶିବିର
ବିଜେପୁର/ବରଗଡ : ବରଗଡ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ସ୍ଥାନୀୟ ସଂକର୍ଷଣ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସୁରେନ୍ଦ୍ର ସାଏ ଦିବ୍ୟ ଦୃଷ୍ଟି ଯୋଜନାର ପ୍ରଶିକ୍ଷଣ ଶିବିର ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ପାଣ୍ଡେ ଏହାକୁ ଉଦଘାଟନ କରିଥିଲେ । ବି.ଆର୍.ଟି ପ୍ରଶାନ୍ତ ଗଡତିଆଙ୍କ ତତ୍ତ୍ବାବଧାନରେ ପୂର୍ବତନ ସି.ଆର୍.ସି.ସି ବିଭୂତି ଭୂଷଣ ସାହୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ବିଜେପୁର, ଜାରିଂ, ପଡା, ବାନ୍ଦୁପାଲି, କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟର ମୋଟ ୫୦ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଶିବିରରେ ସାମିଲ୍ ହେଇ ପ୍ରଶିକ୍ଷଣ ଗ୍ରହଣ କରିଥିଲେ ।



