

କାର୍ଯ୍ୟ କରିବାର ମାନସିକତା ହିଁ ଅସଲ କଥା
ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁର ସହରର ମାତୃତୀର୍ଥ ସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ଶ୍ରୀଅରବିନ୍ଦଙ୍କ ଜୟନ୍ତୀ ସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ପରିଚାଳନା କମିଟି ସଭାପତି ଶ୍ରୀମାନ ଲୋକନାଥ ମେହେର ମାତୃ ପତାକା ଓ କୋଷାଧ୍ୟକ୍ଷା ସୁଶ୍ରୀ ପ୍ରତିମା ଗୁରୁ ତ୍ରିରଙ୍ଗା ପତାକାକୁ ଉତ୍ତୋଳନ କରିଥିଲେ । ଛାତ୍ରୀଛାତ୍ରମାନେ ମାର୍ଚ୍ଚ ଫାଷ୍ଟ କରି ମାତୃପତାକା ସମେତ ତ୍ରିରଙ୍ଗାକୁ ଅଭିବାଦନ ଜଣାଇଥିଲେ । ଶିକ୍ଷାର୍ଥୀଗଣ ବନ୍ଦେ ମାତରଂ ଓ ଜାତୀୟ ସଙ୍ଗୀତ ପରିବେଷଣ କରିଥିଲେ । ପରେ ସଭାପତି ଶ୍ରୀମାନ ଲୋକନାଥ ମେହେରଙ୍କ ଅଧ୍ୟକ୍ଷତାରେ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଥିଲା ।ସମ୍ପାଦକ ଶ୍ରୀମାନ ଦେବାର୍ଚ୍ଚନ ସାହୁ, କୋଷାଧ୍ୟକ୍ଷା ସୁଶ୍ରୀ ପ୍ରତିମା ଗୁରୁ, ପରିଚାଳନା କମିଟି ସଦସ୍ୟ ରାଜେଶ୍ବର ବେହେରା, ସଂଜୀବ କୁମାର ପଣ୍ଡା, ଶକୁନ୍ତଳା ସାହୁ, ଅଧ୍ୟକ୍ଷ ବଳରାମ ସାହା ପ୍ରମୁଖ ଯୋଗଦେଇ ପରମପ୍ରଭୁଙ୍କୁ ଭକ୍ତି ଅର୍ଘ୍ୟ ଅର୍ପଣ କରିଥିଲେ । କାର୍ଯ୍ୟ କରିବାର ମାନସିକତା ହିଁ ଅସଲ କଥା ।


କରୁଥିବା କାମରେ ଆନ୍ତରିକତା ରହିଲେ ନିଶ୍ଚୟ ସଫଳତା ହାସଲ କରିହେବ, ଏଥିରେ ଦ୍ବିମତ ନାହିଁ ବୋଲି ମତପ୍ରକାଶ ପାଇଥିଲା ପ୍ରାର୍ଥନା ସମର୍ପିତା, ପୟୋମ୍ବିକା ଭୋଇ, ରିୟାଂଶୀ ସାହୁ, ଅୟୋନିଜା ମାହାଣା, ଅଞ୍ଜୁ ବଗର୍ତ୍ତୀ, ଜ୍ୟୋତ୍ସ୍ନା ମେହେର, ଆଶୀର୍ବାଦ ଗଡତିୟା ପ୍ରମୁଖ ଛାତ୍ରୀଛାତ୍ରମାନେ ଶ୍ରୀଅରବିନ୍ଦଙ୍କୁ ନିଜର ବକ୍ତବ୍ୟ ମାଧ୍ୟମରେ ଜନ୍ମଦିନ ଶୁଭେଚ୍ଛା ଜଣାଇଥିଲେ । ଶ୍ରୀଅରବିନ୍ଦ ବିଜ୍ଞାନ ମେଳା ଓ ସଂଗୀତ, ପ୍ରବନ୍ଧ, ଗଳ୍ପ କଥନ ପ୍ରତିଯୋଗିତାର ସଫଳ ପ୍ରତିଯୋଗୀଙ୍କୁ ଟ୍ରଫି ଓ ଉତ୍କର୍ଷତା ପତ୍ର ଦେଇ ପୁରସ୍କୃତ କରାଯାଇଥିଲା । ମଧୁସୂଦନ ମହାପାତ୍ର, ରାଜଲକ୍ଷ୍ମୀ ମହାରଣା, ସୀମାଞ୍ଜଳୀ ସ୍ବାଇଁ, ସ୍ବର୍ଣ୍ଣପ୍ରଭା ମାହାଣା ପ୍ରମୁଖ ଅପାଭାଇ ପୁରସ୍କାର ବିତରଣ ସମାରୋହକୁ ପରିଚାଳନା କରିଥିଲେ । ଶିକ୍ଷକ ଚୂଡାମଣି ତାଣ୍ଡି ସମାରୋହକୁ ସଂଯୋଜନା କରିଥିବା ବେଳେ ପୁଷ୍ପାଞ୍ଜଳି ସାହୁ, ମିଲି ଦେହେରୀ, ସନ୍ଧ୍ୟା ଛତର, ସୁବର୍ଣ୍ଣ ଦିଶ୍ରୀ, ମିଥିଳା ପଧାନ, ସସ୍ମିତା ସାହୁ, ସ୍ୱାଗତିକା ବରେଇ, ଶିଶିର ସେଠ, ରାଜା ପଧାନ, କ୍ଷୀରୋଦ୍ର ଖମାରୀ, କପୁରଚାନ୍ଦ ଦାଶ ପ୍ରମୁଖ ଅପାଭାଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଅଧ୍ୟକ୍ଷ ବଳରାମ ସାହା ଧନ୍ୟବାଦ ଅର୍ପଣ କରିଥିଲେ ।





