

ବିଜେପୁରରେ ସମର ଶିକ୍ଷାର୍ଥୀ ବାହିନୀ ଦିବସ ପାଳିତ
ବିଜେପୁର : ବରଗଡ ଜିଲ୍ଲା ବିଜେପୁର ମହାବିଦ୍ୟାଳୟରେ ଅଦ୍ୟ ତା.୨୩.୧୧.୨୦୨୫ ରବିବାର ଦିନ ସମର ଶିକ୍ଷାର୍ଥୀ ବାହିନୀର ୭୮ ତମ ଦିବସ ପାଳିତ ହୋଇଯାଇଛି। ଏହି ଦିବସକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ଏନ୍.ସି.ସିର ତତ୍ତ୍ୱାବଧାରକ ଡ.ଚିନ୍ମୟ ସାହୁ ନେତୃତ୍ୱରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଦୀପ କୁମାର ମିଶ୍ର ଯୋଗଦାନ ପୂର୍ବକ ପତାକା ଉତ୍ତୋଳନ କରି ଏକତା, ଅନୁଶାସନ ଓ ଦେଶ ଗଢିବାରେ ଏନ୍.ସି.ସି କ୍ୟାଡେଟ ମାନଙ୍କର ମହତ୍ତ୍ୱପୂର୍ଣ୍ଣ ଯୋଗଦାନ ରହିଛି ବୋଲି ମତ ବ୍ୟକ୍ତ କରିଥିଲେ। ସମ୍ମାନୀତ ଅତିଥି ଭାବେ ଅଧ୍ୟାପିକା ମଣ୍ଟି ବିଶି ଉପସ୍ଥିତ ଥିଲେ । ଏହି ଅବସରରେ ଏନ୍.ସି.ସି ଦିବସ ଉପଲକ୍ଷେ ଯୁବଶକ୍ତି ଓ ଦେଶ ନିର୍ମାତା ସମ୍ପର୍କରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ଲିଜା ପଧାନ, ମାନସ ମିର୍ଦ୍ଧା, ନୀତିଶ ନନ୍ଦ, ପ୍ରଭାତ ସାହୁ, ସ୍ମୃତି ସାହୁ ପ୍ରଭୃତି କ୍ୟାଡେଟ ଅଂଶ ଗ୍ରହଣ କରିଥିଲେ । ଚିତ୍ତରଞ୍ଜନ ପଶାୟତ, ସୋନାଲି ରାଣୀ ଦାଶ, ମାନସ ମହାପାତ୍ର, ଭେଙ୍କଟଶ୍ବର ସାହୁ ଆଦି କ୍ୟାଡେଟ ମାନେ ସାଫଳ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଉଚ୍ଚ ବିଦ୍ୟାଳୟର ଏନ୍.ସି.ସି ଅଫିସର ରୂପକ ପ୍ରଧାନଙ୍କ ତତ୍ତ୍ବାବଧାନରେ ମହାବିଦ୍ୟାଳୟ ଓ ସରକାରୀ ଉଚ୍ଚ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଶହେ ଦଶ କ୍ୟାଡେଟଙ୍କୁ ନେଇ ଏକ ବିରାଟ ଶୋଭାଯାତ୍ରାରେ ବିଜେପୁର ସହର ପରିକ୍ରମା ସହିତ ଏକତା ଓ ଅନୁଶାସନର ସନ୍ଦେଶ ପ୍ରଦାନ କରାଯାଇଥିଲା । ଶୋଭାଯାତ୍ରାରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିବା ବେଳେ ମାନସ ମହାପାତ୍ର, ରୁଦ୍ର ପ୍ରତାପ ମେହେର, କିରନ ସାହୁ, ପୁନମ ପାଇକ, ପୂଜା ଜାଳ ଆଦି କ୍ୟାଡେଟ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।





