ବିଜେପୁରରେ ବିର୍ସାମୁଣ୍ଡାଙ୍କ ଜୟନ୍ତୀ ଓ ସମ୍ବିଧାନ ଦିବସ ପାଳନ

ବିଜେପୁରରେ ବିର୍ସାମୁଣ୍ଡାଙ୍କ ଜୟନ୍ତୀ ଓ ସମ୍ବିଧାନ ଦିବସ ପାଳନ

ବିଜେପୁର : ବରଗଡ ଜିଲ୍ଲା ବିଜେପୁର ଠାରେ ଅନୁସୂଚିତ ଜାତି କର୍ମଚାରୀ ସଂଘ ଓ ବହୁଜନ ବିକାଶ ଓ ସମ୍ବିଧାନ ସୁରକ୍ଷା ମଞ୍ଚ ତରଫରୁ ୧୫୦ ତମ ଧରତି ଆବା ବିର୍ସା ମୁଣ୍ଡା ଜୟନ୍ତୀ ଓ ୭୬ ତମ ସମ୍ବିଧାନ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ପ୍ରଥମେ ବିପୁଳ ସଂଖ୍ୟାରେ ସମ୍ବିଧାନ ପ୍ରେମୀ ପୁରୁଷ ଓ ମହିଳାଙ୍କ ସମ୍ପୃକ୍ତିରେ ଆୟୋଜିତ ଏକ ରେଲିରେ ବିଭିନ୍ନ ସ୍ଲୋଗାନ ଦେଇ ସମସ୍ତେ ସଭା ସ୍ଥଳରେ ପହଞ୍ଚିବା ପରେ ସେମାନଙ୍କୁ ସ୍ବାଗତ କରାଯାଇଥିଲା ।

ଏହି ଅବସରରେ ଅନୁଷ୍ଠିତ ସଭାରେ କର୍ମଚାରୀ ସଂଘ ସଭାପତି ସନ୍ତୋଷ ବାଗଙ୍କ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ବହୁଜନ ବିକାଶ ଓ ସୁରକ୍ଷା ସଂଘର ରାଜ୍ୟ ସଂଯୋଜକ ବାବୁଲୁ ବିଭାର, ମୁଖ୍ୟ ବକ୍ତା ଭାବେ ମୁରିବାହାଲ ପଞ୍ଚାୟତ ସମିତି କଲେଜର ପ୍ରିନ୍ସିପାଲ ଡ.ରମେଶ ଚନ୍ଦ୍ର ମହାନନ୍ଦ, ସମ୍ମାନୀତ ଅତିଥି ଭାବେ ବଳରାମ ବିଭାର, ବରଗଡ ଏସସି/ଏସଟି ମିଳିତ ମଞ୍ଚର ସୁରେଖା ଭୋଇ, ପ୍ରବୁଦ୍ଧ ଭାରତ ସଂଘ ତୋରାର ସଭାନେତ୍ରୀ ପଦ୍ମାଳୟା ଦୀପ, ଜାରିଂ ସରପଞ୍ଚ ପ୍ରଭାସିନୀ ବିଭାର, ପହଣ୍ଡି ସରପଞ୍ଚ ନବୀନ ମହାନନ୍ଦ, ଟି.ଗଣ୍ଡପାଲି ସରପଞ୍ଚ ଦିଲ୍ଲିପ ଦୀପ, ମନ୍ଦାକିନୀ ମଲ୍ଲିକ, ବାଲକିଶୋର ଛତର, ଗୋଳାପ ପାଇକ, ଜଗଦିଶ ବୌଦ୍ଧ ଉପସ୍ଥିତ ରହି ବୀର ବିର୍ସା ମୁଣ୍ଡା ଓ ଭାରତୀୟ ସମ୍ବିଧାନ ସହିତ ଦେଶ ପ୍ରତି ସମ୍ବିଧାନ ପ୍ରଣେତା ଡ.ଭୀମରାଓ ଅମ୍ବେଦକରଙ୍କ ଅବଦାନ ଉପରେ ବହୁମୂଲ୍ୟ ବକ୍ତବ୍ୟ ପ୍ରଦାନ କରିଥିଲେ ।

ଲକ୍ଷ୍ମୀ ନାରାୟଣ ପାଇକ ଓ ପ୍ରଫୁଲ୍ଲ କୁମାର ଭୋଇ ମଞ୍ଚ ପରିଚାଳନା ଓ ଅଙ୍ଗଦ ବାଗ ଧନ୍ୟବାଦ ଜ୍ଞାପନ କରିଥିଲେ । ଏହି ଅବସରରେ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ସୋହେଲା, ଗାଇସିଲେଟ, ବିଜେପୁର, ବରପାଲି, ବରଗଡ ଆଦି ବିଭିନ୍ନ ସଂଗଠନ ସମେତ ରାଜ୍ୟ ସ୍ତରୀୟ ସୁରଭି କାର୍ଯ୍ୟକ୍ରମର କୁଇଜ୍ ପ୍ରତିଯୋଗିତାରେ ଦ୍ବିତୀୟ ସ୍ଥାନ ଅଧିକାର କରି ବିଜେପୁର ତଥା ବରଗଡ ଜିଲ୍ଲାର ଗୌରବ ବଢାଇଥିବା କୁନି ପ୍ରତିଭା ଅଙ୍କିତ କୁମାର ପାଇକଙ୍କୁ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା ।

Leave a Comment

Your email address will not be published. Required fields are marked *

Scroll to Top