

ବିଜେପୁର ମହାବିଦ୍ୟାଳୟରେ ଆତ୍ମରକ୍ଷା ତାଲିମ ଶିବିର ଉଦଯାପିତ
ବିଜେପୁର/ବରଗଡ : ବରଗଡ ଜିଲ୍ଲା ବିଜେପୁର ମହାବିଦ୍ୟାଳୟରେ ୯ ଦିନିଆଁ ଆତ୍ମରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଇତିହାସ ବିଭାଗ ପ୍ରାଧ୍ୟାପକ ଶ୍ରୀଯୁକ୍ତ ପ୍ରଦୀପ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ଶିବିରରେ ତାଲିମ ପ୍ରଶିକ୍ଷକ କବିତା ବୁଡ଼େକ ୧୮୬ ଜଣ ଯୁକ୍ତ ଦୁଇ କଳା ଓ ବିଜ୍ଞାନ ବିଭାଗର ଛାତ୍ରୀମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ମହାବିଦ୍ୟାଳୟର ସଂଯୋଜିକା ତଥା ରସାୟନ ବିଜ୍ଞାନର ଅଧ୍ୟାପିକା ଶ୍ରୀମତୀ ଅନୁକମ୍ପା ପ୍ରଧାନଙ୍କର ସଂଯୋଜନାରେ ପରିଚାଳିତ କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ପ୍ରଶାନ୍ତ ସାହୁ, ପ୍ରାଧ୍ୟାପକ ମହେନ୍ଦ୍ର ପ୍ରଧାନ, ପ୍ରାଧ୍ୟାପକ ଯୋଗେଶଚନ୍ଦ୍ର ଭୋଇ, ଅଧ୍ୟାପକ ଅମୁଲ୍ୟନିଧି ପଧାନ, ସରୋଜ ପାଣିଗ୍ରାହୀ, ଡ. ଚିନ୍ମୟ ସାହୁ, ଡ. ଦିନେଶ ଅଗ୍ରଓ୍ବାଲା, ଅଧ୍ୟାପିକା ପ୍ରତୀକ୍ଷା ସେଠ୍, ମାନସୀ ମହାରଣା, ଝରଣା ମହାକୁର, ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ସଂଯୋଜିକା ଅନୁକମ୍ପା ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।



