ବିଜେପୁର କୃଷକ ସଂଗଠନର ବୈଠକ

ବିଜେପୁର କୃଷକ ସଂଗଠନର ବୈଠକ

ବିଜେପୁର : ବରଗଡ ଜିଲ୍ଲା ବବିଜେପୁର ବ୍ଲକ ଅନ୍ତର୍ଗତ ଏମ୍.ଗଣ୍ଡପାଲି ଗୁରୁବାରୀ ମିର୍ଦ୍ଧା ମିନି ଷ୍ଟାଡିୟମ୍ ପରିସରର ସ୍ଥାୟୀ ସଭାପତି ସୁବାଷ ପଧାନଙ୍କ ସଭାପତିତ୍ବରେ ବିଜେପୁର କୃଷକ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଦାସର୍ବଦା ଚାଷ ସହିତ ଚାଷୀଙ୍କ ବିଭିନ୍ନ ସମସ୍ୟା ଲାଗି ରହିଥିବା ବେଳେ ଧାନ ପଞ୍ଜିକରଣ ବ୍ୟବସ୍ଥା, ବିଦ୍ୟୁତ ବିଲ୍ ସମସ୍ୟା, ସାର ବଣ୍ଟନର ଅବ୍ୟବସ୍ଥା, ଆଗାମୀ ଖରିଫ ଧାନ ବିକ୍ରୀ ସମସ୍ୟା ସମେତ ଚା୍ଷିପ୍ରତି ସରକାରୀ କର୍ମଚାରୀମାନଙ୍କ ଅବହେଳା ଆଦି ବିଭିନ୍ନ ବିଷୟକୁ ନେଇ ବିଶେଷ ଆଲୋଚନା କରାଯାଇଥିଲା । ଆସନ୍ତା ନଭେମ୍ବର ୧୯ ତାରିଖ ବୁଧବାର ଦିନ ବିଜେପୁର ଏସଏଚଜି ଭବନ ବୈଠକ କରାଯାଇ ସଂଗଠନର କାର୍ଯ୍ୟକାରୀ କମିଟୀ ଗଠନ କରାଯିବା ନିମିତ୍ତ ଏହି ଅବସରରେ ପ୍ରସ୍ତାବିତ ହୋଇଛି ବୋଲି ସଭାପତି ଶ୍ରୀ ପଧାନଙ୍କ ଠାରୁ ସୂଚନା ମିଳିଛି ।

Leave a Comment

Your email address will not be published. Required fields are marked *

Scroll to Top