

ବିଜେପୁର ଦୁର୍ଗାପୂଜା ଅବସରରେ ମେଣ୍ଢା ଲଢେଇ
ବିଜେପୁର : ବରଗଡ ଜିଲ୍ଲା ବିଜେପୁର ସାର୍ବଜନୀନ ନବଦିନାତ୍ମକ ଦୁର୍ଗାପୂଜା ଅବସରରେ ସୋମବାର ଅପରାହ୍ନ ୩ ଟା ସମୟରେ ହାଇସ୍କୁଲ ପଡିଆରେ ବିଶେଷ ଆକର୍ଷଣ ମେଣ୍ଢା ଲଢେଇ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି । ଦୁର୍ଗାପୂଜା କମିଟୀ ଆନୁକୁଲ୍ୟରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମକୁ ଯୋଖିପାଲି କ୍ରୀଡା ଶିକ୍ଷକ ବିଶ୍ବମ୍ବର ପଧାନ ପରିଚାଳନା କରିଥିବା ବେଳେ ବିଚାରକ ଭାବେ ସୁଦାମ ସାହୁ ଓ ଜିତେନ୍ଦ୍ରୀୟ ସାହୁ ସୂଚାରୁ ରୂପେ ଦାୟିତ୍ବ ତୁଳାଇଥିଲେ । ଏଥିରେ ବିଭିନ୍ନ ଅଞ୍ଚଳରୁ ପ୍ରାୟ ୧୮ ଗୋଟି ପ୍ରତିଯୋଗି ମେଣ୍ଢା ଅଂଶଗ୍ରହଣ କରିଥିବା ବେଳେ ଚାରିଦନ୍ତିଆ ମେଣ୍ଢା ଲଢେଇ ପ୍ରତିଯୋଗିତାରେ କଦଳୀମୁଣ୍ଡା ବାବୁଲୁ ଭୁଏଙ୍କ ମେଣ୍ଢା ପ୍ରଥମ ହୋଇ ୩୦୦୦ ଟଙ୍କା ଓ ସହଲା ସଙ୍କେତ ସାହୁଙ୍କ ମେଣ୍ଢା ଦ୍ୱିତୀୟ ସ୍ଥାନ ଅଧିକାର କରି ୨୦୦୦ ଟଙ୍କା ପୁରଷ୍କାର ରାଶି ପ୍ରାପ୍ତ କରିଥିଲେ ।


ସେହିପରି ଛଅ ଦନ୍ତିଆ ମେଣ୍ଢା ଲଢ଼େଇ ପ୍ରତିଯୋଗିତାରେ ହଲଦିପାଲି ଧିରେନ ହାତୀଙ୍କ ମେଣ୍ଢା ପ୍ରଥମ ହୋଇ ୬୦୦୦ ଟଙ୍କା ପୁରଷ୍କାର ରାଶି ଜିତିଥିବା ବେଳେ ଖଡଗପୁର ଅଭିମନ୍ୟୁ ପଧାନଙ୍କ ମେଣ୍ଢା ଦ୍ୱିତୀୟ ସ୍ଥାନ ଅଧିକାର କରି ୩୦୦୦ ଟଙ୍କା ପୁରଷ୍କାର ରାଶି ହାସଳ କରିବା ସହିତ ଚାଞ୍ଚଳ୍ୟ ସୃଷ୍ଟି କରିଥିଲେ । କମିଟୀ ତରଫରୁ ତାପସ ଗଡତୀୟା, ନବୀନ କୁମାର ସାହୁ, ଗୁରୁବାରୁ ମେହେର, ଦେବବ୍ରତ ରଥ, ଗାନ୍ଧୀ ମେହେର, ସାମ୍ବାଦିକ ଜିତେନ୍ଦ୍ରିୟ ମେହେର, ସୂର୍ଯ୍ୟକାନ୍ତ ବାରିକ, ଜୟ ଥଇତ, ବିଜୟ ଥଇତ, ଅଶୋକ ନାଏକ ପ୍ରମୁଖ ଶାନ୍ତି ଶୃଙ୍ଖଳା ରକ୍ଷାରେ ବିଷେଶ ଦାୟିତ୍ବ ତୁଳାଇଥିଲେ । ହଜାର ହଜାର ଉତ୍ସାହିତ ଦର୍ଶକଙ୍କ ଭିଡରେ ପଡିଆରେ ସରଗରମ ଲାଗିରହିଥିବା ଅବସରରେ ବ୍ୟଗ୍ରତାର ସହିତ ସମସ୍ତେ କାର୍ଯ୍ୟକ୍ରମକୁ ଉପଭୋଗ ପୂର୍ବକ ଆତ୍ମତୃପ୍ତି ଲାଭ କରି ମଜା ଉଠାଇଥିଲେ ।





