ବିଜେପୁର ଦୁଇ ଦିନିଆଁ ଦକ୍ଷତା ବିକାଶ କର୍ମଶାଳା ଉଦଯାପିତ

ବିଜେପୁର ଦୁଇ ଦିନିଆଁ ଦକ୍ଷତା ବିକାଶ କର୍ମଶାଳା ଉଦଯାପିତ

ବିଜେପୁର : ବରଗଡ ଶିକ୍ଷା ବିଭାଗୀୟ ନିର୍ଦ୍ଦେଶ କ୍ରମେ ବିଜେପୁର ସରକାରୀ ଉଚ୍ଚ ବିଦ୍ୟାଳୟରେ ନଭେମ୍ବର ୧୦ ଓ ୧୧ ଦୁଇ ଦିନିଆଁ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିନ ବିଜେପୁର ବିଇଓ ବଲ୍ଲଭ ମେହେର, ଏବିଇଓ ସୁଶାନ୍ତ କୁମାର ପାଣ୍ଡେ, ସ୍ଥାନୀୟ ପ୍ରଧାନ ଶିକ୍ଷକ ମନୋଜ ବେହେରା ଓ ଦ୍ବିତୀୟ ଦିବସରେ ବରଗଡ ଏଡିଇଓ ସରୋଜ କୁମାର ଭୁଏ, ବିଜେପୁର ବିଇଓ ବଲ୍ଲଭ ମେହେର, ଏବିଇଓ ସୁଶାନ୍ତ କୁମାର ପାଣ୍ଡେ, ପ୍ରଧାନ ଶିକ୍ଷକ ମନୋଜ ବେହେରା ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ ।

ବିଜେପୁର ବ୍ଲକର ୩୫ ଓ ସୋହେଲା ବ୍ଲକର ୩୫ ଜଣ ହାଇସ୍କୁଲ ଶିକ୍ଷକ/ଶିକ୍ଷୟିତ୍ରୀ ସାମିଲ ଥିବା ଉକ୍ତ କର୍ମଶାଳାରେ ବରଗଡ ଜିଲ୍ଲା ଶିକ୍ଷକ ପ୍ରଶିକ୍ଷଣ ପ୍ରତିଷ୍ଠାନର ଶିକ୍ଷକ ପ୍ରଶିକ୍ଷକ ଗଗନ ବେହେରା, ଗୋଡଭଗା ଜନତା ନୋଡାଲ ହାଇସ୍କୁଲର ଶିକ୍ଷୟିତ୍ରୀ କଲ୍ୟାଣୀ ସାମନ୍ତ, ଅତାବିରା ବାଳକ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଆଶୁତୋଷ ବେହେରା ପ୍ରଶିକ୍ଷକ ଭାବେ ଦାୟୀତ୍ବ ତୁଳାଇଥିଲେ । ନବମ ଓ ଦଶମ ଶ୍ରେଣୀର ପ୍ରତ୍ୟେକ ପିଲା ବୃତ୍ତି ଗଠନ ନିମିତ୍ତ ଯେପରିକି ଶିକ୍ଷକ, ଓକିଲ, ବୈଜ୍ଞାନିକ, ସାମ୍ବାଦିକ ଆଦି ବୃତ୍ତିଗତ ଦକ୍ଷତା ବଢାଇବେ ସେ ବିଷୟରେ ସବିଶେଷ ବିବରଣୀ ସହିତ ଆଲୋଚନା ପୂର୍ବକ ପ୍ରଶିକ୍ଷଣ ଦିଆଯାଇଥିଲା । ଶେଷରେ ଅଂଶଗ୍ରହଣକାରୀ ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ସାର୍ଟିଫିକେଟ୍ ପ୍ରଦାନ ପୂର୍ବକ କର୍ମଶାଳାର ଊଦଯାପନୀ ହୋଇଥିଲା ।

Leave a Comment

Your email address will not be published. Required fields are marked *

Scroll to Top