

ବିଜେପୁର ସି.ଏଚ୍.ସି ରେ ରାଷ୍ଟ୍ରୀୟ ବାଳସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ
ବିଜେପୁର : ଭାରତର ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ପରିଚାଳିତ ରାଷ୍ଟ୍ରୀୟ ବାଳସ୍ବାସ୍ଥ୍ୟ କାର୍ଯ୍ୟକ୍ରମ (RBSK) ଜନ୍ମରୁ ୧୮ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥାର ଶୀଘ୍ର ଚିହ୍ନଟ ଏବଂ ପରିଚାଳନା ଉପରେ ଧ୍ୟାନ ଦେଇଥାଏ । ଜନ୍ମର ତୃଟି, ରୋଗ, ଅଭାବ ଏବଂ ବିକାଶ ବିଳମ୍ବ ଏହି ଚାରୋଟି ମୁଖ୍ୟ କ୍ଷେତ୍ରକୁ ସମାଧାନ ତଥା ସ୍ବାସ୍ଥ୍ୟସେବା ଓ ପରୀକ୍ଷା କରି ପିଲାମାନଙ୍କ ପାଇଁ ସାମଗ୍ରିକ ଜୀବନ ଶୈଳୀରେ ଉନ୍ନତି ଆଣିବା ତଥା ସ୍ବାସ୍ଥ୍ୟସେବା ଓ ପରୀକ୍ଷା କରି ସେମାନଙ୍କ ସୁନିଶ୍ଚିତ ଭବିଷ୍ୟତ ପ୍ରତି ଲକ୍ଷ୍ୟ ରଖିଥାଏ । ଏହି ଲକ୍ଷ୍ୟରେ ବରଗଡ ଜିଲ୍ଲା ବିଜେପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଠାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସରୋଜ କୁମାର ବିଶ୍ବାଲଙ୍କ ତତ୍ତ୍ବାବଧାନରେ ରାଷ୍ଟ୍ରୀୟ ବାଳସ୍ବାସ୍ଥ୍ୟ କାର୍ଯ୍ୟକ୍ରମ (RBSK) ର କୋର କମିଟୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଦ୍ୱାରା କେତେ ଜଣ ଶିଶୁ ଉପକୃତ ହୋଇଛନ୍ତି ସେ ବିଷୟରେ ଡ଼ା.ଲିଙ୍ଗରାଜ ଦାଶ, ଡ଼ା.ପ୍ରଜ୍ଞା ପାରମିତା ପାତ୍ର, ଆଲୋଚନା କରିଥିଲେ । ଏହାକୁ ଗୋଷ୍ଠୀ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା.ସୁଶାନ୍ତ ମେହେର ପ୍ରଶଂସା କରିଥିଲେ । ଉକ୍ତ ବୈଠକରେ ମାନ୍ୟବର ବିଜେପୁର ବିଧାୟକ ସନତ କୁମାର ଗଡତିୟାଙ୍କ ପ୍ରତିନିଧି ଜିଲ୍ଲା ପରିଷଦ ସଭ୍ୟ ସୁଶାନ୍ତ କୁମାର ଗଡତିଆ, ଗୋଷ୍ଠୀ ଶିକ୍ଷାଧିକାରୀ ବଲ୍ଲଭ ମେହେର, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସୁଶାନ୍ତ କୁମାର ପାଣ୍ଡେ, ବି.ପି.ଏମ. ବିଜୟ କୁମାର ସରାପ, ବି.ଏ.ଏମ ବାଳଗୋପାଳ ପଣ୍ଡା, ବି.ଡ଼ି.ଏମ ନାରାୟଣ ପାଢୀଙ୍କ ସମେତ ଅନ୍ୟାନ୍ୟ ସଦସ୍ୟଗଣ ଉପସ୍ଥିତ ଥିଲେ ।





