

ସାମାଜିକ ପରିବର୍ତ୍ତନ ପାଇଁ ଶିକ୍ଷାର ଭୂମିକା ଗୁରୁତ୍ବପୂର୍ଣ୍ଣ
ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ବାରଗୋଟି କ୍ଲଷ୍ଟରସ୍ତରୀୟ ଶିକ୍ଷା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । ଜାରିଂ କ୍ଲଷ୍ଟରସ୍ତରୀୟ ଶିକ୍ଷା ସଭା ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା । ପଞ୍ଚସଖା ଶିକ୍ଷା ସେତୁର ସଭାପତି ତଥା ଶିକ୍ଷାପ୍ରେମୀ ଘନଶ୍ୟାମ ସାହୁଙ୍କ ଅଧ୍ୟକ୍ଷତା ଓ ସିଆରସିସି ରାଜେଶ୍ବର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ପ୍ରଭାସିନୀ ବିଭାର ଓ ସମ୍ମାନୀୟ ଜିଲ୍ଲା ପରିଷଦ ସଦସ୍ୟ ସୁଶାନ୍ତ କୁମାର ଗଡତିଆ, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ପଧାନ, ସ୍କୁଲର ଚେୟାରମେନ ମନୋଜ ସାହୁ, ଅବସରପ୍ରାପ୍ତ ଶିକ୍ଷକ ସଦାନନ୍ଦ ମହାନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ । ମୀନାକ୍ଷୀ ରାଣୀ ରାଉତଙ୍କ ନିର୍ଦ୍ଦେଶନାରେ ସ୍କୁଲର ଛାତ୍ରୀମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ । ପ୍ରଧାନ ଶିକ୍ଷକ ଭାଦ୍ରବ ପାଣ୍ଡେ ଅତିଥି ପରିଚୟ ପ୍ରଦାନ କରିଥିଲେ । ସାମାଜିକ ପରିବର୍ତ୍ତନ ପାଇଁ ଶିକ୍ଷାର ଭୂମିକା ଗୁରୁତ୍ବପୂର୍ଣ୍ଣ । ଏହି ନ୍ୟାୟରେ ଜାତୀୟ ଶିକ୍ଷା ନୀତି ଅନୁସାରେ ୧୮ ବର୍ଷ ବୟସ ହେବା ପର୍ଯ୍ୟନ୍ତ ପ୍ରତିଟି ପିଲା ନିରବଚ୍ଛିନ୍ନ ଭାବେ ପାଠପଢା ଅବ୍ୟାହତ ରଖିବାର ଯୋଜନା ରହିଛି । ଏହାର ସଫଳ ରୂପାୟନ ନିମିତ୍ତ ଗୋଷ୍ଠୀ, ଆଲୁମିନି ସଦସ୍ୟ/ସଦସ୍ୟା, ଜନପ୍ରତିନିଧି, ସାମାଜିକ କର୍ମୀଙ୍କ ସକ୍ରିୟ ସହଯୋଗର ଆବଶ୍ୟକତା ରହିଛି ବୋଲି ସଭାରେ ମତପ୍ରକାଶ ପାଇଥିଲା । ସହକାରୀ ଶିକ୍ଷକ ବାହାଦୁର ପଧାନ ଆସ ସ୍କୁଲ ଯିବା ଅଭିଯାନର ଏକ ସଫଳ କାହାଣୀ ପଢି ଶୁଣାଇଥିଲେ । ସହକାରୀ ଶିକ୍ଷୟିତ୍ରୀ ମନ୍ଦାକିନୀ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।


ପରେ ଉପସ୍ଥିତ ଅଭିଭାବକ ,ସିଟିଏସ ସର୍ଭେ କରିଥିବା ଶିକ୍ଷକ/ଶିକ୍ଷୟିତ୍ରୀ ତଥା ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ ହୋଇଥିବା ଛାତ୍ରୀ ଛାତ୍ର ସାମିଲ ଥିଲେ । ପ୍ରେମରାଜ ରଣା, ଗୀତାଞ୍ଜଳି ସାହୁ, ସଂଘମିତ୍ରା ମାହାଣା, ନିର୍ମଳା ସାହୁ, କମଳିନୀ ସାହୁ, ମଧୁ ସୂଦନ ଭୋଇ, ରୋମାଞ୍ଚଳ ମହାନନ୍ଦ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସେହିପରି ସିଆରସିସି ସୀତାରାମ ଦୀପଙ୍କ ଆବାହକତ୍ବରେ ବରମୁଣ୍ଡା ଉ.ପ୍ରା ବିଦ୍ୟାଳୟରେ, ଦୁର୍ବାଦଳ ବଡଗୋଛିଆଙ୍କ ଆବାହକତ୍ବରେ ଅଇଲପୁରରେ, ସୁଧାଂଶୁ ଶେଖର ଜାଲଙ୍କ ଆବାହକତ୍ବରେ ସଂକର୍ଷଣ ଉ.ପ୍ରା ବିଦ୍ୟାଳୟ, ବିଜେପୁରରେ ଶିକ୍ଷା ସଭା ଅନୁଷ୍ଠିତ ହୋଇଥିଲା । ବାସୁଦେବ ସାହୁଙ୍କ ଆବାହକତ୍ବରେ ତାଳପଦର ପ୍ରାଥମିକ ବିଦ୍ୟାଳୟରେ, ନବୀନ କୁମାର ସାହୁଙ୍କ ଆବାହକତ୍ବରେ କଲଙ୍ଗାଡେରାରେ , ତ୍ରିନାଥ ସେଠଙ୍କ ଆବାହକତ୍ବରେ ବାଦିପାଲିରେ, ପ୍ରକାଶ ମହାନନ୍ଦଙ୍କ ଆବାହକତ୍ବରେ ଲାଉମୁଣ୍ଡା, ହେମନ୍ତ କୁମାର ଆରୁକଙ୍କ ଆବାହକତ୍ବରେ ଖୁଣ୍ଟପାଲି, ପ୍ରଭାତ ରଞ୍ଜନ ସାହୁଙ୍କ ଆବାହକତ୍ବରେ ଟି.ଗଣ୍ଡପାଲି ଉ.ପ୍ରା ବିଦ୍ୟାଳୟରେ, ପ୍ରଫୁଲ୍ଲ କୁମାର ଭୋଇଙ୍କ ଆବାହକତ୍ବରେ ଖରମୁଣ୍ଡା, ଡୋଳାମଣି କୁମ୍ଭାରଙ୍କ ଆବାହକତ୍ବରେ ବଡବ୍ରାହ୍ମଣୀ ଉ.ପ୍ରା ବିଦ୍ୟାଳୟରେ ଶିକ୍ଷା ସଭା ସମାରୋହରେ ଅନୁଷ୍ଠିତ ହୋଇଯାଇଛି ।





