ବିଜେପୁର ବ୍ଲକରେ କ୍ଲଷ୍ଟରସ୍ତରୀୟ ବୈଠକ

ବିଜେପୁର ବ୍ଲକରେ କ୍ଲଷ୍ଟରସ୍ତରୀୟ ବୈଠକ

ବରଗଡ଼/ବିଜେପୁର : ବରଗଡ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ବିଭିନ୍ନ କ୍ଲଷ୍ଟରରେ ମାସିକ କ୍ଲଷ୍ଟରସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜାରିଂ କ୍ଲଷ୍ଟରର କ୍ଷେତରପଡା ପ୍ରାଥମିକ ବିଦ୍ୟାଳୟରେ ସିଆରସିସି ରାଜେଶ୍ବର ବେହେରାଙ୍କ ଆବାହକତ୍ବ ତଥା ସ୍ଥାନୀୟ ସ୍କୁଲର ପ୍ରଧାନ ଶିକ୍ଷକ ରତ୍ନ ଭୋଇଙ୍କ ଅଧ୍ୟକ୍ଷତାରେ ପ୍ରଧାନ ଶିକ୍ଷକ ଭାଦ୍ରବ ପାଣ୍ଡେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ଶିକ୍ଷକ ବାସୁଦେବ ସାହୁ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ । ମାନପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ପୁରି ଆଜିର ଅନୁଚିନ୍ତା, ଶିକ୍ଷକ ଅଭିଷେକ ଦାଶ ଆଜିର ଖବର ବିଷୟରେ ଆଲୋଚନା କରିଥିଲେ । ପରେ ଶିକ୍ଷୟିତ୍ରୀ ଟିକେଶ୍ବରୀ ସେଠ, ଶିକ୍ଷକ ଅଭିଷେକ ଦାଶ ଯାଦୁ ପେଡି, ପଞ୍ଚମ ଓ ଅଷ୍ଟମ ଶ୍ରେଣୀର ପ୍ରତିକାରାତ୍ମକ ଶିକ୍ଷଣ ସଂପର୍କରେ ଆଲୋଚନା କରିଥିଲେ । ଶୈକ୍ଷିକ ଦିଗ ଉପରେ ଆଲୋଚନା ହୋଇଥିଲା । ଧର୍ମ ସାହୁ, ସତ୍ୟଭାମା ପାତ୍ର, ସୁନୀତା ପଧାନ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏଥିରେ କ୍ଲଷ୍ଟରର ଦଶଟି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଏଫ୍.ଏଲ୍.ଏନ ଶିକ୍ଷକ ଶିକ୍ଷୟିତ୍ରୀ ସାମିଲ ଥିଲେ । ସେହିପରି ଇନ୍ଦିରା ଗାନ୍ଧି କଲୋନୀ ସ୍କୁଲ ପଢ଼ାରେ ଆୟୋଜିତ ବୈଠକରେ ସିଆରସିସି ନବୀନ କୁମାର ସାହୁଙ୍କ ଆବାହକତ୍ବରେ ପ୍ରଧାନ ଶିକ୍ଷକ ଟିକଲାଲ ପଧାନ ଅଧ୍ୟକ୍ଷତା କରିଥିଲେ । ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ଅନୁଷ୍ଠାନ ବରଗଡର ଶିକ୍ଷକ ପ୍ରଶିକ୍ଷକ ଗଗନ ବେହେରା, ବରୁଣ କୁମ୍ଭକାର ପ୍ରମୁଖ ଯୋଗଦେଇ ବୈଠକ ପରିଦର୍ଶନ କରିଥିଲେ । ସଆରସିସି ସୀତାରାମ ଦୀପଙ୍କ ଆବାହକତ୍ବରେ ଏମ୍. ଶ୍ରୀଗିଡାରେ, ସିଆରସିସି ହେମନ୍ତ କୁମାର ଆରୁକଙ୍କ ଆବାହକତ୍ବରେ ଭେଟିଆପଦରରେ ସିଆରସିସି ପ୍ରକାଶ ମହାନନ୍ଦଙ୍କ ଆବାହକତ୍ବରେ ସାତବନ୍ଦରେ, ପ୍ରଫୁଲ୍ଲ ଭୋଇଙ୍କ ଆବାହକତ୍ବରେ ଖରମୁଣ୍ଡାରେ, ଡୋଳାମଣି କୁମ୍ଭାରଙ୍କ ଆବାହକତ୍ବରେ ଟେଙ୍ଗରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ, ସିଆରସିସି ପ୍ରଭାତ ରଂଜନ ସାହୁଙ୍କ ଆବାହକତ୍ବରେ ଟି.ଗଣ୍ଡପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ, ବଡବାଉଁଶେନ ସିଆରସିସି ଦୁର୍ବାଦଳ ବଡଗୋଛିଆଙ୍କ ଆବାହକତ୍ବରେ ତଥା ପ୍ରଧାନ ଶିକ୍ଷକ ଗୌରାଙ୍ଗ ସାହୁଙ୍କ ଅଧ୍ୟକ୍ଷତାରେ କୁର୍ଲାମୁଣ୍ଡା ପ୍ରାଥମିକ ବିଦ୍ୟାଳୟରେ ଅଷ୍ଟମ ମାସିକ କ୍ଲଷ୍ଟରସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି ।

Leave a Comment

Your email address will not be published. Required fields are marked *

Scroll to Top