

କ୍ଲଷ୍ଟର ଗୁଡିକରେ ବିଭିନ୍ନ ଶିଶୁ ପ୍ରତିଭା ପୁରଷ୍କୃତ
ବିଜେପୁର : ବରଗଡ ଜିଲ୍ଲା ବିଜେପୁର ବ୍ଲକର ବିଭିନ୍ନ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ଶିଶୁ ପ୍ରତିଭା ମହୋତ୍ସବ ସୁରଭି ୨୦୨୫ ଅନୁଷ୍ଠିତ ହୋଇଯାଇଛି । ଲାଉମୁଣ୍ଡା କ୍ଲଷ୍ଟରର ପଞ୍ଚାୟତ ହାଇସ୍କୁଲ ଟୁହିଲାମାଲରେ ସିଆରସିସି ପ୍ରକାଶ କୁମାର ମହାନନ୍ଦଙ୍କ ଆବାହନ କ୍ରମେ ପ୍ରଧାନ ଶିକ୍ଷକ ଧିରେନ କୁମାର ଦେବତାଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ସୁବାଷ ଡନସନା, ସମ୍ମାନୀତ ଅତିଥି ଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ରମେଶ କୁମାର ଶତପଥି, ବିଜୟ କୁମାର ଡନସନା, ଝସକେତନ ଡନସନା, ଅରୁଣ କୁମ୍ଭାର, ହିମାଂସୁ ସେଠ, ପୂର୍ଣ୍ଣଚନ୍ଦ୍ର ଭୋଇ, ମାନଭଞ୍ଜନ ଡନସନା, ଗଦାଧର ସାହୁ, ନାଏବ ସରପଞ୍ଚ ସୌଦାମିନୀ କୁମ୍ଭାର ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ସେହିପରି ପଥର୍ଲା କ୍ଲଷ୍ଟରର ପଥର୍ଲା ଉଚ୍ଚ ବିଦ୍ୟାଳୟରେ ସିଆରସିସି ହେମନ୍ତ ଆରୁକଙ୍କ ଆବାହନରେ ପ୍ରଧାନ ଶିକ୍ଷକ ବାବୁଲାଲ ମହାନନ୍ଦ ସଭାପତିତ୍ବ କରିଥିଲେ । ମୁଖ୍ୟ ଅତିଥି ଭାବେ ଭୂମିଦାତା ତଥା ଗ୍ରାମର ଗୌନ୍ତିଆ ହିରେନ୍ ସାହୁ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଟି.ଗଣ୍ଡପାଲି କ୍ଲଷ୍ଟରର ଧୁମାପାଲି ଉ.ପ୍ରା ବିଦ୍ୟାଳୟରେ ସିଆରସିସି ପ୍ରଭାତ କୁମାର ସାହୁଙ୍କ ଆବାହନରେ ପ୍ରଧାନ ଶିକ୍ଷକ ମକୁନ୍ଦ ପାଣ୍ଡେ ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଏସଏମସି ଚେୟାରପର୍ସନ୍ ଦୁର୍ଯ୍ୟଧନ ମେହେର, ସମ୍ମାନୀତ ଅତିଥି ଭାବେ ଶିକ୍ଷକ ସଂଘ ସଭାପତି ସନ୍ତୋଷ ବାଗ, ଟି.ଗଣ୍ଡପାଲି ୟୁପିଏସ ର ପ୍ରଧାନ ଶିକ୍ଷକ ଶଶି ଭୂଷଣ ସାହୁ ଉପସ୍ଥିତ ଥିଲେ ।


ଶୁଶୀଳ କୁମାର ସୁନା ଓ ଦୁଲ୍ଲଭ ମେହେର କାର୍ଯ୍ୟକ୍ରମର ପରିଚାଳନା ଏବଂ ସନ୍ତୋଷ ବାଗ, ରାଜେଶ୍ବର ବେହେରା, ବାଳାଜୀ ରାଓ ମୋରେ, ପଦ୍ନନାଭ ଦାଶ, ଡୋଲାମଣି କୁମ୍ଭାର, ଦୁଲ୍ଲଭ ମେହେର ବିଭିନ୍ନ ପ୍ରତିଯୋଗିତାର ବିଚାରକ ଭାବେ ଦାୟିତ୍ବ ତୁଳାଇଥିଲେ । ସୌମ୍ୟ ରଞ୍ଜନ ପଧାନ ଧନ୍ୟବାଦ ଜ୍ଞାପନ କରିଥିଲେ । ବଡବାଉଁଶେନ କ୍ଲଷ୍ଟରର ମହୁଲପାଲି ପ୍ରାଥମିକ ବିଦ୍ୟାଳୟରେ ସିଆରସିସି ଦୁର୍ବାଦଳ ବଡଗୋଛିଆଙ୍କ ଆବାହନ ଓ ପ୍ରଧାନ ଶିକ୍ଷକ ଧର୍ମରାଜ ବାରିକଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ପୂର୍ବତନ ସରପଞ୍ଚ ମଙ୍ଗୁଳୁ ସାହୁ, ସମ୍ମାନୀତ ଅତିଥି ଯୋଖିପାଲି ସରପଞ୍ଚ ସବିତା ସାହୁ ଉପସ୍ଥିତ ଥିଲେ । ଖରମୁଣ୍ଡା କ୍ଲଷ୍ଟରର ଜାଲପାଲି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସିଆରସିସି ପ୍ରଫୁଲ୍ଲ ଭୋଇଙ୍କ ଆବାହନ, ପଡା କ୍ଲଷ୍ଟରର ପଡା ଉ.ପ୍ରା ବିଦ୍ୟାଳୟରେ ସିଆରସିସି ନବୀନ କୁମାର ସାହୁଙ୍କ ଆବାହନ, ତାଲପଦର କ୍ଲଷ୍ଟରର ତାଲପଦର ଉଚ୍ଚ ବିଦ୍ୟାଳୟରେ ସିଆରସିସି ବାସୁଦେବ ପଧାନଙ୍କ ଆବହନ କ୍ରମେ କମଳାକାନ୍ତ ସାହୁଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ସ୍ଥାନୀୟ ସରପଞ୍ଚ ସୁଜାତା ସାହୁଙ୍କ ସମେତ ସରୋଜ କୁମାର ସାହୁଙ୍କ ଉପସ୍ଥିତିରେ ଏବଂ ଯୋଖିପଲି କ୍ଲଷ୍ଟରର ସିଆରସିସି ତ୍ରିନାଥ ସେଠଙ୍କ ଆବାହନରେ ପୁଞ୍ଜିପଥର ହାଇସ୍କୁଲରେ ସୁରଭି ୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମସ୍ତ କ୍ଲଷ୍ଟରରେ କୃତୀ କୁନି ପ୍ରତିଭାମାନଙ୍କୁ ପୁରଷ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମ ଗୁଡିକରେ କ୍ଲଷ୍ଟର ଅଞ୍ଚଳର ଶିକ୍ଷକ/ଶିକ୍ଷୟିତ୍ରୀ, ଏସଏମସି ସଦସ୍ୟ/ସଦସ୍ୟା, ପିତାମାତା/ଅଭିଭାବକ ଓ ସ୍ଥାନୀୟ ଛାତ୍ରଛାତ୍ରୀମାନେ ଆନ୍ତରିକତାର ସହିତ ସହଯୋଗ କରିଥିଲେ । ବାନ୍ଦୁପାଲି କ୍ଲଷ୍ଟରର ବଲଣ୍ଡା ସେବାଶ୍ରମ ବିଦ୍ୟାଳୟରେ ଶିକ୍ଷକ ସଂଘ ସଭାପତି ସନ୍ତୋଷ ବାଗଙ୍କ ସଭାପତିତ୍ବରେ ସୋମବାର ସ୍ଥାନୀୟ ପ୍ରଧାନ ଶିକ୍ଷକ ନୀଳାମ୍ବର ସାହୁଙ୍କ ସମେତ ଶିକ୍ଷକ/ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀମାନେ ସହଯୋଗ କରିଥିବା ବେଳେ ବୁଧବାର ଅନ୍ୟ କ୍ଲଷ୍ଟରରେ ସୁରଭି କାର୍ଯ୍ୟକ୍ରମ ହେବାକୁ ଥିବାର ସିଆରସିସି ମାନେ କହିଥିଲେ ।





