

ବିଜେପୁର ଅଞ୍ଚଳରେ ବୃକ୍ଷରୋପଣ କାର୍ଯ୍ୟକ୍ରମ : ଏକ୍ ପେଡ୍ ମାଁକେ ନାମ୍
ବିଜେପୁର : ବରଗଡ ଜିଲ୍ଲା ବିଜେପୁର ଅଞ୍ଚଳରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ ତମ ଜନ୍ମ ଦିବସ ଅବସରରେ ଓଡ଼ିଶା ସରକାରଙ୍କ ତରଫରୁ ଏକ୍ ପେଡ୍ ମାଁ କେ ନାମ୍ ୨.୦ କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏମ୍.ଗଣ୍ଡପାଲି ଆଦର୍ଶ ବିଦ୍ୟାଳୟରେ ଅଧ୍ୟକ୍ଷ ମୁରାରୀ ପ୍ରସାଦ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଜିଲ୍ଲା ପରିଷଦ ସଦସ୍ୟ ସୁଶାନ୍ତ ଗଡତିଆ, କୃଷି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ପରିଚାଳନା ଏଜେନ୍ସିର ଯୋଗିନ୍ଦ୍ର ପ୍ରଧାନ, ସହକାରୀ ଉଦ୍ୟାନ ଅଧିକାରୀ ନିରଞ୍ଜନ ଦ୍ବିବେଦୀ ଓ ସମ୍ପ୍ରସାରଣ କର୍ମଚାରୀ ଦୀପିକା ପାତ୍ର ଅତିଥି ଭାବେ ଉପସ୍ଥିତ ଥିବା ବେଳେ ଏହି ଅବସରରେ ଶିକ୍ଷକ ଓ କର୍ମଚାରୀଙ୍କ ସମେତ ଛାତ୍ରଛାତ୍ରୀମାନେ ୨୫୦ ଗୋଟି ବୃକ୍ଷରୋପଣ କରିଥିଲେ । ସେହିପରି ବିଜେପୁର ମହାବିଦ୍ୟାଳୟରେ ଅଧ୍ୟକ୍ଷ ପ୍ରଦୀପ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଏନଏସଏସ ପ୍ରୋଗ୍ରାମ ଅଫିସର ପ୍ରତୀକ୍ଷା ସେଠ ଓ ରବିକାନ୍ତ ମହାନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ତାବଧାନରେ ଏନଏସଏସ ତରଫରୁ ଲେମ୍ବୁ, ଆମ୍ବ, ପଣସ, ନଡିଆ, ପିଜୁଳି ଆଦି ୩୦୦ ବୃକ୍ଷରୋପଣ କରାଯାଇ ଏକ ଫଳ ବଗିଚା ତିଆରି କରାଯାଇଥିବା ବେଳେ ଅତିଥି ଭାବେ ଘେଁସ ରେଞ୍ଜର ବିଜୟ ଲକ୍ଷ୍ମୀ ପଟେଲ, ବିଜେପୁର ଫରେଷ୍ଟର ଚିନ୍ମୟ ପ୍ରଧାନ, ଫରେଷ୍ଟ ଗାର୍ଡ ନରେଶ କୁମାର ମେହେର, ସହକାରୀ ଉଦ୍ୟାନ ନିର୍ଦ୍ଦେଶକ ଗୋବିନ୍ଦ ପଧାନ, ସହକାରୀ ଉଦ୍ୟାନ ଅଧିକାରୀ ନିରଞ୍ଜନ ଦ୍ବିବେଦୀ, ଉଦ୍ୟାନ ସମ୍ପ୍ରସାରଣ କର୍ମଚାରୀ ଦୀପିକା ପାତ୍ର, ପକୃତି ପ୍ରେମୀ ଶିଶିର ମଲ୍ଲିକ ଉପସ୍ଥିତ ଥିଲେ । ଏହି ଅବସରରେ ଅଧ୍ୟାପକ/ଅଧ୍ୟାପିକାଙ୍କ ସମେତ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ ।


ସେହିପରି ଜାରିଂ ଓ ରେଡିଏନ୍ସ୍ ଶିକ୍ଷାନୁଷ୍ଠାନ ବିଜେପୁରେ ମଧ୍ୟ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପାଳନ କରାଯାଇଥିଲା । ଅଞ୍ଚଳର ବିଦ୍ୟାଳୟମାନଙ୍କରେ ମଧ୍ୟ ସେହିପରି ବୃକ୍ଷରୋପଣ କରାଯାଇଥିଲା । ବିଜେପୁର ସମନ୍ବିତ ଶିଶୁ ବିକାଶ ସେବା ପ୍ରକଳ୍ପ କାର୍ଯ୍ୟାଳୟରେ କେକ୍ କାଟି ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଳନ କରାଯାଇଥିବା ବେଳେ ଭୈରୋପୁରରେ ଅସଂଖ୍ୟ ଦୀପ ପ୍ରଜ୍ବଳନ କରି ଏହାକୁ ପାଳନ କରାଯାଇଥିଲା । ସମଗ୍ର କାର୍ଯ୍ୟକ୍ରମ ମାନ୍ୟବର ବିଜେପୁର ବିଧାୟକ ସନତ କୁମାର ଗଡତିୟାଙ୍କ ତତ୍ତ୍ବାବଧାନରେ ସମ୍ପାଦିତ ହୋଇଥିବା ବେଳେ ବିଜେପୁର ବ୍ଲକର ୨୩ ଗୋଟି ଗ୍ରାମ ପଞ୍ଚାୟତରେ ପ୍ରାୟ ୧୭୦୦୦ ବୃକ୍ଷରୋପଣ କରାଯାଇଥିଲା ।





