ବିଜେପୁର ଅଞ୍ଚଳର ଗୌରବ ବଢାଇଲେ ଲିପୁନ ଓ ପ୍ରତିକ

ବିଜେପୁର ଅଞ୍ଚଳର ଗୌରବ ବଢାଇଲେ ଲିପୁନ ଓ ପ୍ରତିକ

ବିଜେପୁର : ବିଜେପୁର ଅଞ୍ଚଳର ଅନେକ ପ୍ରତିଭା ଅକ୍ଲାନ୍ତ ପରିଶ୍ରମ କରି ସମୟ ସମୟରେ ବିଭିନ୍ନ କ୍ଷେତ୍ରରେ ଅଞ୍ଚଳକୁ ଗୌରବାନ୍ବିତ କରୁଥିବା ବେଳେ ଚଳିତ ମ୍ୟାଟ୍ରିକ ପରୀକ୍ଷାରେ ଦୁଇଜଣ ଛାତ୍ର A1 ଗ୍ରେଡ୍ ରଖି ବିଜେପୁର ଅଞ୍ଚଳର ଗୌରବ ବଢାଇଛନ୍ତି । ସାଇପାଲି ହାଇସ୍କୁଲର ଛାତ୍ର ତଥା ମହୁଲପାଲି ଗ୍ରାମର ଦାଶରଥୀ ଓ ସାବିତ୍ରୀଙ୍କ ସୁପୁତ୍ର ଲିପୁନ ସାହୁ ୫୫୮ ତଥା ୯୩% ନମ୍ବର ଏବଂ ଜଗନ୍ନାଥ ହାଇସ୍କୁଲ ବଡବ୍ରାହ୍ମଣୀର ଛାତ୍ର ତଥା ବଡବ୍ରାହ୍ମଣୀ ଗ୍ରାମର ଗତିକୃଷ୍ଣ ଓ ଖଗେଶ୍ବରୀଙ୍କ ସୁପୁତ୍ର ପ୍ରତିକ ଦଲପତି ୫୪୭ ତଥା ୯୧.୧୬% ନମ୍ବର ରଖି ସଫଳତା ଲାଭ କରିଛନ୍ତି । ଏହି ଅବସରରେ ଇଣ୍ଡିଭିଜୁଆଲ୍ କୋଚିଙ୍ଗ୍ ସେଣ୍ଟର୍ ଟେଙ୍ଗରା ଠାରେ ପରିଚାଳକ ପ୍ରକାଶ କୁମାର ଯୋଶୀଙ୍କ ସଭାପତିତ୍ବରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା । ଶିକ୍ଷକ ସାନନ୍ଦ ମହାନନ୍ଦଙ୍କ ସଂଯୋଜନାରେ ଆୟୋଜିତ ସଭାରେ ଯଥାକ୍ରମେ ୯୩%, ୯୧% ଓ ୭୮% ନମ୍ବର ରଖିଥିବା ଲିପୁନ ସାହୁ, ପ୍ରତିକ ଦଲପତି ଓ ଝସକେତନ ସାହୁଙ୍କୁ ଅନୁଷ୍ଠାନର ଶିକ୍ଷକ/ଶିକ୍ଷୟିତ୍ରୀ ଓ ବିଦ୍ୟାର୍ଥୀଙ୍କ ଉପସ୍ଥିତିରେ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷକ ବିରେନ୍ଦ୍ର ସାହୁ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଶିକ୍ଷୟିତ୍ରୀ ମଞ୍ଜୁଳତା ବେହେରା ଧନ୍ୟବାଦ ଜ୍ଞାପନ କରିଥିଲେ । ଯସ୍ମିତା ଯୋଶୀ, ମେଘନାଥ ହାତୀ, ସଞ୍ଜୟ ସାହୁ, ସସ୍ମୀତା ସାହୁ ସହଯୋଗ କରିଥିଲେ । ୨୦୨୦ ମସିହାରୁ ସୂଚାରୁ ରୂପେ ଚଳିଆସୁଥିବା ଉକ୍ତ କୋଚିଙ୍ଗ୍ ସେଣ୍ଟରର ଶିକ୍ଷାର୍ଥିମାନେ ଭଲ ନମ୍ବର ରଖି କୃତକାର୍ଯ୍ୟ ହୋଇ ଆସୁଛନ୍ତି । ୨୦୨୦-୨୧ ରେ ଅନନ୍ତ ମେହେର ୮୦%, ୨୦୨୧-୨୨ ରେ ରଶ୍ମୀ ବେହେରା ୮୧%, ୨୦୨୨-୨୩ ସମନ ଭୂଷଣ ମେହେର ୮୪%, ୨୦୨୩-୨୪ ସୁଦର୍ଶନ ସାହୁ ୮୬% ସର୍ବାଧିକ ନମ୍ବର ରଖିଆସୁଥିବା ତଥା ଆଗାମୀ ବର୍ଷରେ ସଫଳତାରେ ଅନୁଷ୍ଠାନକୁ ଆହୁରି ବଳବତ୍ତର ରଖିବା ପାଇଁ ଶିକ୍ଷକ/ଶିକ୍ଷୟିତ୍ରୀ ମାନେ ଶତ ପ୍ରତିଶତ ଚେଷ୍ଟିଟ ବୋଲି ପରିଚାଳକ ଶ୍ରୀ ଯୋଶୀ ସୂଚନା ଦେଇଛନ୍ତି ।

Leave a Comment

Your email address will not be published. Required fields are marked *

Scroll to Top