

ବିଦ୍ୟାଳୟ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୫
ଭଟଲି : ବରଗଡ ଜିଲ୍ଲା ଭଟଲି ବ୍ଲକ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ନାରଙ୍ଗପୁର କ୍ଲଷ୍ଟରର କାଶିପାଲି ସରକାରୀ ଉ.ପ୍ରା ବିଦ୍ୟାଳୟ ପରିସରରେ ପ୍ରଥମ ଥର ଚଳିତ ବର୍ଷ ଛାତ୍ରଛାତ୍ରୀଙ୍କ ଅନ୍ତର୍ନିହିତ ଗୁଣାବଳୀର ବିକାଶ ନିମିତ୍ତ ମୋ ସ୍ବପ୍ନର ଓଡିଶା ୨୦୩୬ ଭାବାବେଗକୁ ନେଇ ବିଦ୍ୟାଳୟ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୫ କାର୍ଯ୍ୟକ୍ରମ ଏସଏମସି ସଭାପତି ସରୋଜ କୁମାର ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଗ୍ରାମ୍ୟ ଶାନ୍ତି କମିଟିର ସଭାପତି ସରୋଜ କୁମାର ମହାପାତ୍ର, ସମ୍ମାନୀତ ଅତିଥି ଭାବେ ଗୌନ୍ତିଆଣୀ ବିଦୁମୁଖି ମହାପାତ୍ରଙ୍କ ସହିତ ଅନ୍ୟତମ ଅତିଥି ଭାବେ ଜପ ସାହୁ ଉପସ୍ଥିତ ଥିଲେ । ପ୍ରଧାନ ଶିକ୍ଷକ ସୁଦାମ ସେଟ ସ୍ବାଗତ ଭାଷଣ ସହକାରୀ ଶିକ୍ଷକ ପ୍ରଦୀପ କୁମାର ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ କନିଷ୍ଠ ଓ ବରିଷ୍ଠ ବିଭାଗରେ ତର୍କ, ପ୍ରବନ୍ଧ, ଚିତ୍ରାଙ୍କନ, ସଙ୍ଗୀତ, କୁଇଜ, ସୃଜନଶୀଳ ଲିଖନ, ହସ୍ତାକ୍ଷର, ଚିତ୍ରକଳା, ଶିଳ୍ପକଳା ଏବଂ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ବିଭାଗରେ ଗଣିତ କୁଇଜ୍, ଗଳ୍ପ କଥନ, ଅଙ୍କ ଦୌଡ ଓ ଚିତ୍ରାଙ୍କନ ଇତ୍ୟାଦି ପ୍ରତିଯୋଗିତା କରାଯାଇଥିଲା । ପରେ ଛାତ୍ରୀମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା । ଦ୍ବିତୀୟ ପର୍ଯ୍ୟାୟରେ ସିଆରସିସି ଗୁପ୍ତଚନ୍ଦ୍ର ରାଏ ଓ ଏସଏମସି ସଦସ୍ୟ ରମେଶ ପଧାନ, ଡୋଳାମଣି ମହାପାତ୍ର, ମଣିଲାଲ ଭୁଏ ପ୍ରମୁଖ ଯୋଗଦାନ କରି କୃତୀ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ । ସମଗ୍ର କାର୍ଯ୍ୟକ୍ରମରେ ଗ୍ରାମ୍ୟ ଶାନ୍ତି କମିଟିର ସମ୍ପାଦକ ସୁବୋଧ ପଧାନ, ବିରାଟ ପଟେଲ, ଲବ ସାହୁ, ନିର୍ମଳ ପଧାନ, ସୁଧୀର ପଧାନ, ଲକ୍ଷ୍ମଣ ସାହୁ ସହଯୋଗ କରିଥିଲେ। ସହକାରୀ ଶିକ୍ଷକ ଗୋବିନ୍ଦ ବାଗ, ଦେବପ୍ରସାଦ ବାଗ, ନେହେରୁ ପାଇକ, ଶିକ୍ଷୟିତ୍ରୀ ସୁନୀତା ମହାପାତ୍ର ପ୍ରତିଯୋଗିତା ଗୁଡିକୁ ପରିଚାଳନା କରିଥିଲେ । ଶେଷରେ ଚାଷୀନେତା ଶ୍ରୀଯୁକ୍ତ ମାନଭଞ୍ଜନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।





