ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ଦେଶର ସ୍ବାଧୀନତା ଦିବସ ପାଳିତ

ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ଦେଶର ସ୍ବାଧୀନତା ଦିବସ ପାଳିତ

ସମ୍ବଲପୁର : ସମ୍ବଲପୁର ମହାନଗର ବଡ଼ବଜାର ସ୍ଥିତ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ଠାରେ ଦେଶର ୭୯ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷା ଶ୍ରୀମତୀ ବବିତା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ରାଷ୍ଟ୍ରୀୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବହୁମୁଖୀ ପ୍ରତିଭା, ବିଶିଷ୍ଟ ସମାଜସେବୀ ସଂସ୍କୃତିରତ୍ନ ଶ୍ରୀଯୁକ୍ତ କାର୍ତ୍ତିକ ପ୍ରସାଦ ବହିଦାର ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ସାମାଜିକ କର୍ମୀ ହରି ଶଙ୍କର ମିଶ୍ର ଉପସ୍ଥିତ ଥିଲେ । ପରେ ପରେ ସାମୁହିକ ଜାତୀୟ ସଙ୍ଗୀତ ଗାୟନ କରାଯାଇଥିଲା । ସମବେତ କଣ୍ଠରେ ଭାରତମାତା ଓ ମୁକ୍ତିସଂଗ୍ରାମୀ ବରପୁତ୍ର ମାନଙ୍କ ଜୟଧ୍ବନୀ ଉଠିଥିଲା । ସମାରୋହରେ ସମବେତ ଶିକ୍ଷାକେନ୍ଦ୍ରର ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକ, ଶିକ୍ଷକ ଶିକ୍ଷୟିତ୍ରୀ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିବା ବେଳେ ୨୦୪୭ ସୁଦ୍ଧା ଭାରତବର୍ଷକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବା ପାଇଁ ଥିବ ମହାନ ଲକ୍ଷ୍ୟପ୍ରାପ୍ତି ନିମିତ୍ତ ସମସ୍ତେ ଆଗାମୀ ୨୨ ବର୍ଷ ଆପ୍ରାଣ ଉଦ୍ୟମ କଲେ ଆମର ପୂର୍ବ ସଂଗ୍ରାମୀଙ୍କ ଅସମ୍ପୂର୍ଣ୍ଣ ସ୍ବପ୍ନକୁ ସାକାର କରିପାରିବା ବୋଲି ମୁଖ୍ୟ ଅତିଥି ଶ୍ରୀ ବହିଦାର ଉଦବୋଧନ ଦେଇଥିଲେ । ଏହି ଅବସରରେ ଶିକ୍ଷୟିତ୍ରୀ ସୁଶ୍ରୀ ତୃପ୍ତି ମାଝୀ ଓ ସୁଜ୍ଞାନୀ ମାହାଣାଙ୍କ ପଳିଚାଳନାରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିବା ବେଳେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପ୍ରଶଂସାପତ୍ର, ମେଡାଲ୍ ଦେଇ ଅତିଥିଗଣ ପୁରସ୍କୃତ କରିଥିଲେ । ଶିକ୍ଷୟିତ୍ରୀ ସୁଶ୍ରୀ ତୃପ୍ତି ମାଝୀ, ସୁଶ୍ରୀ ସୁଜ୍ଞାନୀ ମାହାଣା, ସୁଶ୍ରୀ ପରବୀନ୍, ସୁଶ୍ରୀ ପୁଷ୍ପାଞ୍ଜଳୀ, ସୁଶ୍ରୀ ସସ୍ମିତା ମହାନନ୍ଦ, ଶ୍ରୀମତୀ ସନ୍ତୋଷିନୀ ସୁନା ପ୍ରମୁଖ ସହଯୋଗ କରିଥିଲେ ଓ ଶିକ୍ଷୟିତ୍ରୀ ସୁଶ୍ରୀ ସସ୍ମିତା ମହାନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ | ପରେ ସମସ୍ତେ ମିଷ୍ଟାନ୍ନ ଖାଇ ତୃପ୍ତିଲାଭ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top