

ଭାଇ ଭଉଣୀର ଅତୁଟ ବନ୍ଧନ ହେଉଛି ରକ୍ଷାବନ୍ଧନ
ବିଜେପୁର : ଆଦ୍ୟ ତା.୦୯.୦୮.୨୦୨୫ ଶନିବାର ପବିତ୍ର ଶ୍ରାବଣ ପୂର୍ଣ୍ଣିମା ବା ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବରଗଡ ଜିଲ୍ଲା ବିଜେପୁର ନଗର ତରଫରୁ କାର୍ଯ୍ୟକର୍ତ୍ତl ମାନେ ବିଜେପୁର ଥାନା ଓ ଅଗ୍ନିଶମ ବିଭାଗକୁ ଯାଇ ରକ୍ଷାବନ୍ଧନ କରିଥିଲେ। ଭଉଣୀ ଭାଇର ଶୁଭ ମନାସିବା ସହିତ ଦୀର୍ଘାୟୁ କାମନା ପୂର୍ବକ ରକ୍ଷାବନ୍ଧନ କରୁଥିବା ବେଳେ ଭଉଣୀର ରକ୍ଷା କବଚ ଭାବେ ଭାଇ ନିଜର କର୍ତ୍ତବ୍ୟ କରିଥାଏ । ଭାଇ ଓ ଭଉଣୀର ଏହି ପବିତ୍ର ଅତୁଟ ବନ୍ଧନ ଅନେକ ଦିନରୁ ଚଳି ଆସୁଥିବା ବେଳେ ଆଜିର ଏହି କାର୍ଯକ୍ରମରେ ବିଜେପୁର ନଗର ସମ୍ପାଦକ ଶୁଭଙ୍କର ଦାଶ, ସହ-ସମ୍ପାଦିକା ସୋନାଲି ରାଣୀ ଦାଶ, ଛାତ୍ରୀ ଟିନା ସାହୁ ଏବଂ କାର୍ଯ୍ୟକର୍ତ୍ତା ନିରୁପମା ସୁନା ଉପସ୍ଥିତ ରହି ରକ୍ଷାବନ୍ଧନ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ ।



