ବରଗଡ କଲ୍ୟାଣ ମଣ୍ଡପ ଠାରେ ଜାତୀୟ ଗୌରବ ଦିବସ ପାଳିତ

ବରଗଡ କଲ୍ୟାଣ ମଣ୍ଡପ ଠାରେ ଜାତୀୟ ଗୌରବ ଦିବସ ପାଳିତ

ବରଗଡ : ବରଗଡ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ବିର୍ସା ମୁଣ୍ଡା ସଂଘର୍ଷ ବିହିନୀ ଓ ସମ୍ବିଧାନ ସୁରକ୍ଷା ମଞ୍ଚ ବରଗଡ ଆନୁକୁଲ୍ୟରେ ସଂଘର୍ଷ ବାହିନୀର ପ୍ରତିଷ୍ଠାତା ତଥା ସୁରକ୍ଷା ମଞ୍ଚର ଆବାହକ ପବିତ୍ର ଦେହେରୀଙ୍କ ଆବାହନ କ୍ରମେ ଧରତୀ ଆବା ବିର୍ସା ମୁଣ୍ଡା ଜୟନ୍ତୀ ଅବସରରେ ଦଶମ ଜାତୀୟ ଗୌରବ ଦିବସ ପାଳିତ ହୋଇଯାଇଛି ।

ପ୍ରଥମେ କଲ୍ୟାଣ ମଣ୍ଡପ ଠାରୁ ନୃତ୍ୟ, ଗୀତ, ସଂଗୀତ ଓ ବିଭିନ୍ନ ସ୍ଲୋଗାନ ସହିତ ଏକ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରାଯାଇଥିଲା । ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘ ଠାରେ ଦଲିତ/ଆଦିବାସୀ କର୍ମଚାରୀ ସଂଗଠନ ତରଫରୁ ବିର୍ସା ମୁଣ୍ଡା ଜୟନ୍ତୀ ପାଳନ କରୁଥିବା ସମସ୍ତ ବିର୍ସା ପ୍ରେମୀ ଶୋଭାଯାତ୍ରା ଦଳକୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହାପରେ କଚେରୀ ନିକଟସ୍ଥ ସମ୍ବିଧାନ ପ୍ରଣେତା ଡ.ଭୀମରାଓ ଅମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ପୂର୍ବକ ସମ୍ମାନ ଜଣାଇ ସମସ୍ତେ ସଭାସ୍ଥଳକୁ ପହଞ୍ଚିଥିଲେ ।

ଏହି ଅବସରରେ ମରିୟମ ବାର୍ଲାଙ୍କ ପରିଚାଳନାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ରାଜନୈତିକ କର୍ମୀ ନରେନ୍ଦ୍ର କୁମାର ନାଏକ, ସମ୍ମାନୀତ ଅତିଥି ଭାବେ ଚାଷୀନେତା ରମେଶ ମହାପାତ୍ର, ଯୁବନେତା ଭବାନୀ ସାହୁ, ବୌଦ୍ଧ ସଭା ସଭାପତି ଜଗଦୀଶ ବୌଦ୍ଧ, ସାବିତ୍ରୀ ବାଈ ଫୁଲେ ସମିତି ସଭାପତି ଶକୁନ୍ତଳା ସୁନା, ଅଧ୍ୟାପକ ସଞ୍ଜିବ କୁମାର ସୁନା, କୋଶଳ ନେତା ଅଶୋକ ଛତର ଆଦି ଉପସ୍ଥିତ ରହି ବକ୍ତବ୍ୟ ପ୍ରଦାନ କରିଥିଲେ । ସଭା ପରେ ଆଦିବାସୀ ନୃତ୍ୟ ପରିବେଷିତ ହୋଇଥିଲା ଶେଷରେ ଶକୁନ୍ତଳା ସୁନା ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ । ସୁଜାତା କେର୍କେଟା, ଆନନ୍ଦିନୀ କେର୍କେଟା ଙ୍କ ସମେତ ଅନ୍ୟମାନେ ସହଯୋଗ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top