

ବାନ୍ଦୁପାଲିର ନୃତ୍ୟ ପ୍ରତିଯୋଗିତା ଗ୍ରାମବାସୀଙ୍କ ମନକୁ ଛୁଇଁଲା
ବିଜେପୁର : ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ବାନ୍ଦୁପାଲିରେ ଖୁଦୁରୁକୁଣୀ ଓଷାଇତିଙ୍କ ତରଫରୁ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଅତିଥି ଭାବେ ଗ୍ରାମର ଗୌନ୍ତିଆ ତଥା କଳାପ୍ରେମୀ ଜୟନ୍ତ ସିଦାର, ଭଦ୍ରବ୍ୟକ୍ତି ଗୟାଧର ରଥ, କଳାକାର ତଥା ସାମ୍ବାଦିକ ଜଗନ୍ନାଥ କୁମ୍ଭାର, ନୃତ୍ୟଶୀଳ୍ପି ମନୋଜ ପାଣ୍ଡେ, ବିଶ୍ବଜିତ ମିଶ୍ର, ସାକଲ୍ୟ ଡନସନା, ହେମନ୍ତ ପଧାନ ଓ ଉଦଘୋଷକ ଭାବେ ରାଜକୁମାର ବିଶାଳ ଉପସ୍ଥିତ ଥିବା ବେଳେ ଓଷାଇତି ଝିଅମାନେ ସମସ୍ତଙ୍କୁ ଉପଢୌକନ ଦେଇ ସମ୍ମାନୀତ କରିଥିଲେ ଓ ଅତିଥିଗଣ ସଂକ୍ଷିପ୍ତରେ ସ୍ବମତ ବ୍ୟକ୍ତ କରିଥିଲେ । ଗ୍ରାମର ଓ୍ବାର୍ଡ ମେମ୍ବର ଚୈତନ୍ୟ ସାହୁ ଝିଅମାନଙ୍କ ତରଫରୁ କାର୍ଯ୍ୟକ୍ରମର ପୂର୍ବାରମ୍ଭରୁ ଶେଷ ପର୍ଯ୍ୟନ୍ତ ସଂଯୋଜନା ସହିତ ସମସ୍ତ ଦାୟୀତ୍ବ ତୁଳାଇଥିଲେ । ଏହି ଅବସରରେ ଅନୁଷ୍ଠିତ ନୃତ୍ୟ ପ୍ରତିଯୋଗିତାରେ ବିଚାରକ ଭାବେ କଳାପ୍ରେମୀ ଜୟନ୍ତ ସିଦାର, କଳାକାର ଜଗନ୍ନାଥ କୁମ୍ଭାର, ନୃତ୍ୟଶୀଳ୍ପି ମନୋଜ ପାଣ୍ଡେ ଦାୟୀତ୍ବ ତୁଳାଇଥିବା ବେଳେ ମିଷ୍ଟି ସାହୁ, ଟ୍ରାଡିସନାଲ୍ ଡେନ୍ସ ଗୃପ ବିଜେପୁର ଓ ରୋଜି ମିର୍ଦ୍ଧା ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ଦୁଇ ହଜାର, ପନ୍ଦର ଶହ, ଓ ଏକ ହଜାର ଟଙ୍କା ପୁରଷ୍କାର ସ୍ବରୂପ ପାଇ ପ୍ରଶଂସିତ ହୋଇଥିଲେ ।


କଳାସଂସ୍କୃତି ପ୍ରେମି ବାନ୍ଦୁପାଲି ଗ୍ରାମରେ ଆଗରୁ ନାଟକ, ସଂକୀର୍ତ୍ତନ୍ୟ, ଲକ୍ଷ୍ମୀପୂଜା ଅବସରରେ ଯାତ୍ରା ଆଦି କାର୍ଯ୍ୟକ୍ରମମାନ ହୋଇଆସୁଥିବା ବେଳେ ଅନେକ ଦିନ ପରେ ଅନୀତା ଗଡତିଆ, ଅଙ୍କିତା ପଧାନ, ରଶ୍ମୀତା ସାହୁଙ୍କ ସମେତ ଖୁଦୁରୁକୁଣୀ ଓଷାଇତି ଝିଅମାନଙ୍କ ଆଜିର ଏହି ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମର ପ୍ରୟାସ ଗ୍ରାମବାସୀଙ୍କ ମନକୁ ବେଶ୍ ଛୁଇଁଥିଲା । କାର୍ଯ୍ୟକ୍ରମରେ ଗ୍ରାମର ଯୁବଗୋଷ୍ଠୀ ସହଯୋଗ କରିଥିଲେ ଓ ଚୈତନ୍ୟ ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।





