

ବାନ୍ଦୁପାଲି କ୍ଳଷ୍ଟରରେ ନିପୁଣ ମେଳା
ବିଜେପୁର/ବରଗଡ : ବରଗଡ ଜିଲ୍ଲା ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ବାନ୍ଦୁପାଲି କ୍ଲଷ୍ଟରର ନିପୁଣ ଓଡ଼ିଶା ମେଳା ବରମୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନିମନ୍ତ୍ରୀତ ଅତିଥି ଭାବେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ବରଗଡ଼ ର ଶିକ୍ଷକ ପ୍ରଶିକ୍ଷକ ଶ୍ରୀ ଗଗନ ବେହେରା, ଶ୍ରୀ ଜନକ୍ ସେଠ୍ , ସୁଶ୍ରୀ ତନୁଶ୍ରୀ ତନୁଜା ନାଗ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ପାଣ୍ଡେ, ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଦିବାକର ବରିହା, ବିଜେପୁର ମିଳିତ ପ୍ରାଥମିକ ଶିକ୍ଷକ ସଂଘର ସଭାପତି ବାସୁଦେବ ପଧାନ, ସି.ଆର୍.ସି.ସି ଶରତ କୁମାର ପଧାନ, ବରିଷ୍ଠ ପ୍ରଧାନ ଶିକ୍ଷକ କୈଳାସ ରାଜହଂସ ଯୋଗଦେଇ ନିପୁଣ ମେଳା କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ ବାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୀତାରାମ ଦୀପ ନିପୁଣ ମେଳାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଖେଳ ଶିକ୍ଷକ ବିଶ୍ବଜିତ ହୋତା ସ୍ବାଗତ ସଙ୍ଗୀତ ଗାନ କରିଥିବା ବେଳେ ଛାତ୍ରୀମାନେ ସ୍ବାଗତ ନୃତ୍ୟ ପରିବେଷଣ କରିଥିଲେ ଓ ବଡବାଉଁସେନ କ୍ଲଷ୍ଟରର ସି.ଆର୍.ସି.ସି ଦୁର୍ବାଦଳ ବଡଗୋଛିଆ ନିପୁଣ ମେଳାର ଶପଥ ପାଠ କରାଇଥିଲେ । ନିପୁଣ ମେଳାଳେ ଅଂଶଗ୍ରହଣ କରିଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ଏବଂ ସମସ୍ତ ଏଫ୍.ଏଲ୍.ଏନ୍ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା। ଶ୍ରେଷ୍ଠ ଏଫ୍.ଏଲ୍.ଏନ୍ ଶିକ୍ଷକ ଭାବେ ଭାଳୁପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ମାଧବ ଚନ୍ଦ୍ର ସାହୁଙ୍କୁ ବ୍ଳକ ସ୍ତରୀୟ କାର୍ଯ୍ୟକ୍ରମକୁ ମନୋନୟନ କରାଯାଇଥିଲା । ସମସ୍ତ କାର୍ଯ୍ୟକ୍ରମ କୁ ସ୍ଥାନୀୟ ବିଦ୍ୟାଳୟର ସହକାରୀ ଶିକ୍ଷକ ବିଭୂତି ଭୂଷଣ ସାହୁ ସଂଯୋଜନା କରିଥିଲେ । ଅମୀୟ ପ୍ରସାଦ ଭୋଇ ଧନ୍ୟବାଦ ଅର୍ପଣ କରିଥିବା ବେଳେ ବିଜେପୁର ବ୍ଳକର ସମସ୍ତ ସି.ଆର୍.ସି.ସି ଉପସ୍ଥିତ ରହି କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ବାନ୍ଦୁପାଲି କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିବା ବେଳେ ସମସ୍ତ ଅଭିଭାବିକା/ଅଭିଭାବକ ସମୂହ ଓ ଛାତ୍ରଛାତ୍ରୀମାନେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।



