ବଲାଙ୍ଗୀରରେ ଦଲିତ ବ୍ୟଙ୍ଗ କବି ଗଦାଧର ନିଆଲଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀରରେ ଦଲିତ ବ୍ୟଙ୍ଗ କବି ଗଦାଧର ନିଆଲଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗୀର : ବଲାଙ୍ଗୀର ସ୍ଥାନୀୟ ଗେଟସରୋବର ପଡା ଅମ୍ବେଦକର କ୍ଲବ ଠାରେ ଅମ୍ବେଦକର କ୍ଲବ ଆନୁକୁଲ୍ୟରେ ତଥା ମୁହୁରୀ କଳାପରିଷଦ କୁତମୁଣ୍ଡା, ପାଟଣାଗଡର ସହଯୋଗରେ ଦଲିତ ବ୍ୟଙ୍ଗ କବି ଗଦାଧର ନିଆଲଙ୍କ ଉଦ୍ଦେଶ୍ୟରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା । ଗତ ୧୨ ତାରିଖ ଭାରତୀୟ ଦଲିତ ସାହିତ୍ୟ ଏକାଡେମିର ୪୧ତମ ରାଷ୍ଟ୍ରୀୟ ଅଧିବେଶନ ପଞ୍ଚଶୀଳ ଆଶ୍ରମ, ଝରୋଦା ନୂଆଁ ଦିଲ୍ଲୀ ଠାରେ ସାରା ଭାରତର ବିଭିନ୍ନ ପ୍ରତିଭାଙ୍କୁ ସମ୍ମାନୀତ କରାଯାଇଥିଲା । ଓଡିଶା ରାଜ୍ୟ ସଭାପତି ନିହାଲ ସିଂ ଙ୍କ ତତ୍ତ୍ବାବଧାନରେ ଓଡିଶାର ୩୦ ଜଣ ସମ୍ମାନୀତ ହୋଇଥିଲେ ଏବଂ ଏଥିରେ ବ୍ୟଙ୍ଗ କବି ଶ୍ରୀ ଗଦାଧର ନିଆଲ ଓଡିଶାର ବିଭିନ୍ନ ପ୍ରତିଭା ମଧ୍ୟରେ ଡ.ବି.ଆର୍. ଅମ୍ବେଦକର ଜାତୀୟ ସେବା ସମ୍ମାନରେ ସମ୍ମାନୀତ ହୋଇଥିଲେ । ଏଥିପାଇଁ ତାଙ୍କୁ ବଲାଙ୍ଗୀର ଠାରେ ସମ୍ବର୍ଦ୍ଧନା ଦେବା ଉଦ୍ଦେଶ୍ୟରେ ସୀତାରାମ କୁମ୍ଭାରଙ୍କ ସଭାପତିତ୍ବରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବେ ନେପାଳ ଚନ୍ଦ୍ର ବାଗ, ବାସୁଦେବ ମୁଗ୍ରୀ, ପୂର୍ଣ୍ଣଚନ୍ଦ୍ର ବିଶ୍ବାଳ, ବିପ୍ର ଚରଣ ଜୟପୁରିଆ ଉପସ୍ଥିତ ଥିଲେ । ଏହି ଅବସରରେ ଅତିଥିଗଣ ଶ୍ରୀ ନିଆଲଙ୍କ ସଙ୍ଘର୍ଷମୟ ଜୀବନର କାହାଣୀ ଉପସ୍ଥାପନ କରିଥିଲେ । ମୁହୁରୀ କଳାପରିଷଦ କୁତମୁଣ୍ଡା, ପାଟଣାଗଡ ତରଫରୁ ଶ୍ରୀ ନିଆଲଙ୍କୁ “ଦଲିତଙ୍କ ସ୍ବର” ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଏହି ଅବସରରେ ମୁହୁରୀ କଳାପରିଷଦର ମୁଖ୍ୟ ହିମାଂଶୁ ଶେଖର କୁମ୍ଭାର ସମେତ ବିଭିନ୍ନ ବ୍ୟକ୍ତି ବିଶେଷ ତରଣୀ ଦୀପ, ସୂର୍ଯ୍ୟ ସୁନା, ସରୋଜ ମେସ୍ବା, ମଙ୍ଗଳୁ ତାଣ୍ଡି, ସିମେଇ ଦୀପ, ମୂରଳୀ ଶିକା ଓ ଅନ୍ୟମାନେ ଉପସ୍ଥିତ ଥିଲେ । ଶେଷରେ ଅର୍ଜୁନ ମୁଗ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top