ବାଜିଲା ସରକାରୀ ମୋହର : ସୁନ୍ଦରଗଡ଼ ଜିଲ୍ଲା ଭାଗବତ ଟୁଙ୍ଗୀ ସୁରକ୍ଷା ସମିତି ପଞ୍ଜିକୃତ

ବାଜିଲା ସରକାରୀ ମୋହର : ସୁନ୍ଦରଗଡ଼ ଜିଲ୍ଲା ଭାଗବତ ଟୁଙ୍ଗୀ ସୁରକ୍ଷା ସମିତି ପଞ୍ଜିକୃତ

ସୁନ୍ଦରଗଡ : ଜିଲ୍ଲାର ଶ୍ରୀ ଭାଗବତ ଟୁଙ୍ଗିର ସୁରକ୍ଷା, ପ୍ରଚାର ପ୍ରସାର ଓ ପୁନଃରୁଦ୍ଧାର ପାଇଁ ସୁନ୍ଦରଗଡ ସଂକଳ୍ପ ବଦ୍ଧ । ଜିଲ୍ଲାର ସମସ୍ତ ବ୍ଲକର କଳାକାରଙ୍କୁ ନେଇ ପୂର୍ବରୁ ଗଠିତ ହୋଇ କାର୍ଯ୍ୟ କରି ଆସୁଥିବା ସୁନ୍ଦରଗଡ଼ ଜିଲ୍ଲା ଭାଗବତ ସୁରକ୍ଷା ସମିତି ବର୍ତ୍ତମାନ ସରକାରୀ ଭାବେ ପାନପୋଷ ସବ-ରେଜିଷ୍ଟର ଅଫିସରେ ଅଦ୍ୟ ତା.୦୬. ୦୧.୨୦୨୬ ଦିନ ପଞ୍ଜିକୃତ ହୋଇଯାଇଛି l ଏଥିରେ ସଭାପତି ଭାବେ ରଜନୀକାନ୍ତ ଆଚାର୍ଯ୍ୟ, କାର୍ଯ୍ୟକାରୀ ସଭାପତି ହୁଲ୍ଲାସ ମହାନ୍ତ, ଉପ-ସଭାପତି ଲବକିଶୋର ସାହୁ, ସମ୍ପାଦକ ପଦ୍ମ ଚରଣ ଆଚାର୍ଯ୍ୟ, ସହ-ସମ୍ପାଦକ ପ୍ରଫୁଲ୍ଲ କୁମାର ମିଶ୍ର, କୋଷାଧକ୍ଷ ରମେଶ ସୁନା, କାର୍ଯ୍ୟକାରୀ ସମ୍ପାଦକ ଭାସ୍କର ମଗର, ଦୀପକ ବାରିକ, ରାଜେନ୍ଦ୍ର ମାଝୀ, ସଦାନନ୍ଦ ଛତ୍ରିଆ, ପଦ୍ମାବତୀ କିସାନ, ମୁଖ୍ୟ ଉପଦେଷ୍ଟା ଦଶରଥ ସାହୁ, ଉପଦେଷ୍ଟା କେଶବ ଚନ୍ଦ୍ର ସାହୁ, ନିଶାମଣୀ ମହାନ୍ତ, ମନୋବୋଧ ପଧାନ, ଏହା ବ୍ୟତିତ କାର୍ଯ୍ୟକାରୀ ସଭ୍ୟ/ସଭ୍ୟା ଭାବେ ବଣାଇ ବ୍ଲକର ଶ୍ରୀକାନ୍ତ ସାହୁ, ଲହୁଣୀପଡା ବ୍ଲକର ଗୀତାଞ୍ଜଳୀ ମହାନ୍ତ, କୋଇଡା ବ୍ଲକର ରାମକୃଷ୍ଣ ମହାନ୍ତ, ଗୁରୁଣ୍ଡିଆ ବ୍ଲକର ଶିବ ସିଂ, କୁଆଁରମୁଣ୍ଡା ବ୍ଲକଳ ରାତିରମ ବଢେକ, ଲେଫ୍ରିପଡାର ତ୍ରିଲୋଚନ ବେହେରା, ରାଜଗାଙ୍ଗପୁରର କୁଠୁ ଲାକ୍ରା, ଟାଙ୍ଗରପାଲିର ଯୋଗେଶ୍ୱର ଚିତ୍ତା, ବୀରମାତ୍ରପୁରର ଅଶ୍ୱିନୀ ବାଘ, ବଡଗାଁ ବ୍ଲକର ଲଳିତା ଖରସେଲ, ବିଶ୍ରା ବ୍ଲକର ସେବତୀ ମହାନ୍ତ, ଲାଠିକଟା ବ୍ଲକର ପ୍ରକାଶ ମଣ୍ଡଳ, କୁତ୍ରା ବ୍ଲକର ମହାରା ବାହାଲା, ସବଡେଗା ବ୍ଲକର ପଙ୍କଜ ବେହେରା, ସଦର ବ୍ଲକର ବିନୋଦ ବିହାରୀ ଖରସେଲ୍ ପ୍ରମୁଖ ପଞ୍ଜିକୃତ ହେଲେ l ଆଜିଠାରୁ ଉକ୍ତ ଅନୁଷ୍ଠାନ ଜିଲ୍ଲାର ପ୍ରତ୍ୟେକ ଗ୍ରାମ ବୁଲି ସମସ୍ତ ଭାଗବତ ଟୁଙ୍ଗି ପୁନଃରୁଦ୍ଧାର ସହ ନୂତନ ଗଠନ କାର୍ଯ୍ୟକ୍ରମକୁ ଆଗେଇ ନେବେ । ଆଗାମୀ ଦିନରେ ରାଜ୍ୟସ୍ତରୀୟ ଭାଗବତ ଟୁଙ୍ଗି ସୁରକ୍ଷା ସମିତି ଗଠନରେ ନିଜ ନିଜର କାର୍ଯ୍ୟ ସମ୍ପାଦନ ପୂର୍ବକ ଯେଉଁମାନେ ବିଶେଷ ଭୂମିକା ଗ୍ରହଣ କରିଥିବେ ସେମାନଙ୍କୁ ଚୟନ କରାଯାଇ ରାଜ୍ୟ ସ୍ତରୀୟ ସଂଗଠନରେ ଅବସ୍ଥାପିତ କରାଯିବ ଏବଂ ଆଗାମୀ ୧୫ ଦିନ ମଧ୍ୟରେ ୧୭ ଗୋଟି ଗ୍ରାମାଞ୍ଚଳୀୟ ବ୍ଲକ ଓ ୪ ଗୋଟି ସହରାଞ୍ଚଳୀୟ ବ୍ଲକ ସ୍ତରୀୟ କମିଟି ଗଠନ କରାଯାଇ ପ୍ରତ୍ୟେକ ବ୍ଲକରେ ଥିବା ଭାଗବତ ଟୁଙ୍ଗି ସହ ଗ୍ରାମ ମାନଙ୍କରେେ ନୂତନ ଭାଗବତ ଟୁଙ୍ଗି ଗଠନ କରାଯାଇ ତାହାର ତାଲିକା ପ୍ରଦାନ କରାଯିବ । ଜିଲ୍ଲା ଏବଂ ରାଜ୍ୟ ସ୍ତରର ଭାଗବତ ଟୁଙ୍ଗି ସୁରକ୍ଷା ସମିତିର ସୁପାରିଶ କ୍ରମେ ନୂତନ ଭାଗବତ ଟୁଙ୍ଗୀ ଗୃହ ନିର୍ମାଣ ଓ ଆବଶ୍ୟକ ପରିଚାଳନା ଅନୁଦାନ ନିମିତ୍ତ ଭାଗବତ ଟୁଙ୍ଗୀ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଥିବା ଆମ ରାଜ୍ୟ ସରକାରଙ୍କ “ଆମ ଗାଁ ଆମ ବିକାଶ” ଯୋଜନାରେ ଅନ୍ତର୍ଭୁକ୍ତ କରାଯିବ । ଉପରୋକ୍ତ ସମସ୍ତ କର୍ଯ୍ୟର ପରିଚାଳନା ପାଇଁ ସୁନ୍ଦରଗଡ଼ ଜିଲ୍ଲା ପାଇଁ ଉକ୍ତ ରେଜିଷ୍ଟ୍ରିଭୁକ୍ତ ଅନୁଷ୍ଠାନ ସଂକଳ୍ପ ବଦ୍ଧତା ଘୋଷଣା କରାଯାଇଛି ବୋଲି କୋଷାଧ୍ୟକ୍ଷ ରମେଶ ସୁନା ସୂଚନା ଦେଇଛନ୍ତି ।

Leave a Comment

Your email address will not be published. Required fields are marked *

Scroll to Top