

ବାଦିପାଲି ସ୍କୁଲରେ ଶିକ୍ଷା ସଭା
ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ଅର୍ନ୍ତଗତ ବାଦିପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଯୋଖିପାଲି କ୍ଲଷ୍ଟରସ୍ତରୀୟ ଶାକ୍ଷା ସଭା ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପ୍ରଧାନ ଶିକ୍ଷକ ସୁନନ୍ଦ ମିଶ୍ରଙ୍କ ସଂଯୋଜନାରେ ମୁଖ୍ୟ ଅତିଥି ଭାବେ ଯୋଖିପାଲି ସରପଞ୍ଚ ସବିତା ସାହୁ, ମୁଖ୍ୟବକ୍ତା ଭାବେ ଏବିଇଓ ଦିବାକର ବରିହା, ସମ୍ମାନୀୟ ଅତିଥି ଭାବେ ପୁଞ୍ଜିପଥର ହାଇସ୍କୁଲର ପ୍ରଧାନ ଶିକ୍ଷକ ଚୂଡାମଣି ବଢେଇ, ସିଆରସିସି ତ୍ରିନାଥ ସେଠ ଉପସ୍ଥିତ ଥିଲେ । ଛାତ୍ରଛାତ୍ରୀଗଣ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ । ବୈଠକରେ ପାଠତ୍ୟାଗୀ ପିଲାଙ୍କୁ ଶିକ୍ଷାର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ମତପ୍ରକାଶ ପାଇଥିଲା ଓ ଏଥିପାଇଁ ସମସ୍ତଙ୍କ ସକ୍ରିୟ ସହଯୋଗ କାମନା କରାଯାଇଥିଲା । ତ୍ରିସ୍ତରୀୟ ପଞ୍ଚାୟତ ପ୍ରତିନିଧି, ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଅଭିଭାବକଗଣ ଉପସ୍ଥିତ ଥିବା ଏହି ସଭା ଶେଷରେ ଶିକ୍ଷକ ବାସୁଦେବ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।





