

ବଡବାଉଁଶେନ ଗ୍ରାମ୍ୟ ଜଙ୍ଗଲ ପଡିଆରେ ବନମହୋତ୍ସବ ସପ୍ତାହ ପାଳନ
ବିଜେପୁର : ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ବଡବାଉଁଶେନ ଗ୍ରାମ ନିକଟସ୍ଥ ଗ୍ରାମ୍ୟ ଜଙ୍ଗଲ ପଡିଆରେ ଅଦ୍ୟ ତା.୦୬.୦୭.୨୦୨୫ ଦିନ ସରକାରଙ୍କ ବନବିଭାଗ ପକ୍ଷରୁ ୭୬ ତମ ବନମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି । ଏହି ଅବସରରେ ଘେଁସ ରେଞ୍ଜ ସ୍ତରୀୟ ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ବିଜେପୁର ବିଧାୟକ ସନତ କୁମାର ଗଡତିୟା, ବରଗଡ ବନଖଣ୍ଡ ଅଧିକାରୀ ବିକ୍ରମଦେବ ପଟ୍ଟନାୟକ, ବରଗଡ ଜିଲ୍ଲା ପରିଷଦ ଅଧ୍ୟକ୍ଷା ମାନିନୀ ଭୋଇ, ବରଗଡ ସହକାରୀ ବନ ସଂରକ୍ଷକ ଡ. ହରମୋହନ ରଥ, ବିଜେପୁର ଜୋନ୍ ୩ ର ଜିଲ୍ଲା ପରିଷଦ ସଭ୍ୟ ସୁଦାମ ଚରଣ ସାହୁ, ଘେଁସ ବନାଞ୍ଚଳ ଅଧିକାରୀ ବିଜୟଲକ୍ଷ୍ମୀ ପଟେଲ, ବିଜେପୁର ଫରେଷ୍ଟର ଚିନ୍ମୟ କୁମାର ପ୍ରଧାନ, ମେଲଛାମୁଣ୍ଡା ଫରେଷ୍ଟର ଉଦ୍ଧବ ପଧାନ, ବିଜେପୁର ବନରକ୍ଷୀ ନରେଶ କୁମାର ମେହେର, ଘେଁସ ବନରକ୍ଷୀ ଲୋକେଶ୍ବର ବୁଡେକ, ଘେଁସ ରେଞ୍ଜ୍ ର ଅନ୍ୟାନ୍ୟ ବନରକ୍ଷୀ ଓ ସମସ୍ତ ସ୍କ୍ବାର୍ଡ, ଆଖପାଖ ଗ୍ରାମର ଜନସାଧାରଣଙ୍କ ସମେତ କୁର୍କୁଟା ହାଇସ୍କୁଲର ପି.ଇ.ଟି ଦଶରଥ ଗଡତିଆଙ୍କ ନେତୃତ୍ବରେ କୁର୍କୁଟା ହାଇସ୍କୁଲ ଓ ବଡବାଉଁଶେନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉପସ୍ଥିତ ରହି ବିଭିନ୍ନ ପ୍ରକାରର ଚାରାରୋପଣ କରିଥିଲେ ।


ଏଠାରେ ବନବିଭାଗ ପକ୍ଷରୁ ସହରାଞ୍ଚଳ ବନୀକରଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବା ବେଳେ, ଏଥିରେ ବିଭିନ୍ନ ପ୍ରକାରର ୧୦,୦୦୦ ଗଛ ଲଗାଯିବା ପାଇଁ ସ୍ତିରିକୃତ କରାଯାଇଥିବା ବେଳେ ସେଥି ମଧ୍ୟରୁ ଆଜି ବିଭିନ୍ନ ପ୍ରକାରର ପ୍ରାୟଃ ୧୦୦୦ ବୃକ୍ଷରୋପଣ କରାଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ବୃକ୍ଷରୋପଣ ସମୟରେ ଅଞ୍ଚଳର ଜନସାଧାରଣଙ୍କ ବିଶେଷ ଆଗ୍ରହ ପରିଲକ୍ଷିତ ହୋଇଥିବାରୁ ଆଗାମୀ ଦିନରେ ଅଞ୍ଚଳରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆଗୁଆ ରହିବ ବୋଲି ଅନୁମାନ କରାଯାଉଛି ।





