ବିଜେପୁରରେ ଶ୍ରୀ ଅରବିନ୍ଦ ବିଜ୍ଞାନ ମେଳା : ୧୭୫ ପ୍ରକଳ୍ପ ପ୍ରଦର୍ଶିତ

ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁର ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ଶ୍ରୀ ଅରବିନ୍ଦ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଅଧ୍ୟୟନରତ ଛାତ୍ରୀଛାତ୍ରମାନଙ୍କ ଦ୍ବାରା ୧୭୫ ଗୋଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ସଭାପତି ଲୋକନାଥ ମେହେରଙ୍କ ସଭାପତିତ୍ବରେ ଆୟୋଜିତ ଉଦଘାଟନି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ଆନନ୍ଦ ଚନ୍ଦ୍ର ସାହୁ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂପାଦକ ଦେବାର୍ଚ୍ଚନ ସାହୁ, କୋଷାଧ୍ୟକ୍ଷା ପ୍ରତିମା ଗୁରୁ, ପରିଚାଳନା କମିଟି ସଦସ୍ୟ ରାଜେଶ୍ବର ବେହେରା, କୁମର ମହାନନ୍ଦ ପ୍ରମୁଖ ମଞ୍ଚାସୀନ ଥିଲେ । ପ୍ରାରମ୍ଭରେ ଛାତ୍ରୀଗଣ ମାତୃ ସଂଗୀତ ପରିବେଷଣ କରିଥିଲେ । ଅଧ୍ୟକ୍ଷ ବଳରାମ ସାହା ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଶିକ୍ଷକ ଚୂଡାମଣି ତାଣ୍ଡି ସଭା ପରିଚାଳନା କରିଥିଲେ । ଶିକ୍ଷୟିତ୍ରୀ ସ୍ବର୍ଣ୍ଣପ୍ରଭା ମାହାଣା ଧନ୍ୟବାଦ ଅର୍ପଣ କରିଥିଲେ । ପରେ କୁନି ବୈଜ୍ଞାନିକଙ୍କ ଦ୍ବାରା ପ୍ରଦର୍ଶିତ ପ୍ରକଳ୍ପଗୁଡିକୁ ଅଭିଭାବକଗଣ ପରିଦର୍ଶନ କରିଥିଲେ । ବିଜ୍ଞାନ ଶିକ୍ଷକ ଗୋବିନ୍ଦ ସାହା, ଅଧ୍ୟାପକ ଶାନ୍ତନୁ ସାହୁ, ଆନନ୍ଦ ଚନ୍ଦ୍ର ସାହୁ ବିଚାରକ ଭାବେ ଯୋଗଦେଇ ପ୍ରକଳ୍ପ ଗୁଡ଼ିକର ମୂଲ୍ୟାୟନ କରିଥିଲେ । ପରିଚାଳନା କମିଟି ସଦସ୍ୟ କୁନ୍ତଳା ସାହୁଙ୍କ ସମେତ ଶିକ୍ଷା କେନ୍ଦ୍ରର ଅପାଭାଇଗଣ ପ୍ରଦର୍ଶନୀରେ ସକ୍ରିୟ ଭାବେ ସହଯୋଗ କରିଥିଲେ

bijepur padampur bargarh

Leave a Comment

Your email address will not be published. Required fields are marked *

Scroll to Top