ଅତାବିରା ଶିକ୍ଷକ ପ୍ରିମିୟର ଲିଗ୍ ଉଦଯାପିତ
ଅତାବିରା/ବରଗଡ : ବରଗଡ ଜିଲ୍ଲା ଅତାବିରା ବ୍ଲକ ଅନ୍ତର୍ଗତ କୁଲୁଣ୍ଡା ଖେଳ ପଡ଼ିଆରେ “ଷଷ୍ଠ ଅତାବିରା ଶିକ୍ଷକ କ୍ରିକେଟ ପ୍ରିମିୟର୍ ଲିଗ୍” ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ସମାରୋହରେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ବରଗଡ଼ର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଅକ୍ଷୟ କୁମାର ବାରିକ, ଅତାବିରା ପ୍ରାଥମିକ ଶିକ୍ଷକ ସଂଘର ପୂର୍ବତନ ସଭାପତି ତଥା ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ନିଶିକାନ୍ତ ପଣ୍ଡା ଓ ଶିକ୍ଷକ କ୍ରିକେଟ ପ୍ରିମିୟର୍ ଲିଗ୍ ର ସଭାପତି ଶ୍ରୀ ମନୋଜ କୁମାର ପ୍ରଧାନ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ଏଥିରେ ରଶ୍ମୀ ରାଇଡର୍ସ, ଲଳିତ ଷ୍ଟ୍ରାଇକର୍ସ, ନିମାଇଁ ଓ୍ବାରିଅର୍ସ ଓ ବଳରାମ ବ୍ଲାଷ୍ଟର୍ସ ଚାରିଗୋଟି ଦଳ ଅଂଶ ଗ୍ରହଣ କରି ଛଅଗୋଟି ଲିଗ୍ ମ୍ୟାଚ ଖେଳିଥିଲେ । ସପ୍ତମ ତଥା ଫାଇନାଲ ମ୍ୟାଚରେ ଲଳିତ ଷ୍ଟ୍ରାଇକର୍ସର ଅଧିନାୟକ ରାଜିବ ଭୁଏ ବ୍ୟାଟିଙ୍ଗ ଟସ୍ ଜିଣି ନିର୍ଦ୍ଧାରିତ ୪ ଓଭର ୬ ଓ୍ବିକେଟରେ ମାତ୍ର ୩୧ ରନ୍ ସଂଗ୍ରହ କରିଥିବା ବେଳେ ଅଧିନାୟକ କୃତାର୍ଥ ଚନ୍ଦ୍ର ଭୁଏଙ୍କ ରଶ୍ମୀ ରାଇଡର୍ସ ୨.୧ ଓଭରର ୯ ଓ୍ବିକେଟରେ ନେଇ ବିଜେତା ଚମ୍ପିୟାନସିପ୍ ହାସଳ କରିଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀ କାର୍ତ୍ତିକ ବାଗ ଓ ସମ୍ମାନୀତ ଅତିଥି ଅତାବିରା ବ୍ଲକ ସ୍ପୋଟିଂ ସଂଘର ସଭାପତି ଶ୍ରୀ ସୁଦୀପ୍ତ ସାହୁ ଯୋଗଦାନ କରି ଓ୍ବିନର୍ ଓ ରନର୍ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଫାଇନାଲ ମ୍ୟାଚରେ ସୁନ୍ଦର ପ୍ରଦର୍ଶନ ଯୋଗୁଁ ଛବିଳ ପ୍ରଧାନଙ୍କୁ ମ୍ୟାନ୍ ଅଫ୍ ଦ ମ୍ୟାଚ ଓ ଟୁର୍ଣ୍ଣାମେଣ୍ଟରେ ଉଚ୍ଚ କୋଟୀର ପ୍ରଦର୍ଶନ ଯୋଗୁଁ ହେମନ୍ତ ଷଣ୍ଢଙ୍କୁ ମ୍ୟାନ୍ ଅଫ୍ ଦ ସିରିଜ ପୁରସ୍କାର ପ୍ରଦାନ କରାଯାଇଥିଲା ଏବଂ ରଶ୍ମୀ ରଞ୍ଜନ ସାହୁ, ଲଲିତ ଭୁଏ, ନିମାଇଁ ଚରଣ ସାହୁ, ବଳରାମ ମେହେର ପ୍ରମୁଖ ଚାରିଗୋଟି ଦଳର ଫ୍ରାଞ୍ଚାଇଜଙ୍କୁ ମାନପତ୍ର, ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅମ୍ପ୍ୟାରିଙ୍ଗ, ସ୍କୋରିଂ, ବାଉଣ୍ଡ୍ରି ବଏ ଇତ୍ୟାଦି ତଥା କାର୍ଯ୍ୟକ୍ରମ ଆୟୋଜନରେ କୁଲୁଣ୍ଡା ସ୍ପୋଟିଂ କ୍ଲବର ସମସ୍ତ ସଦସ୍ୟ ସହଯୋଗ କରିଥିଲେ । ଶେଷରେ ଜୟଦେବ ନାଏକ ଧନ୍ୟବାଦ ଅର୍ପଣ କରିଥିଲେ ।



