“ଆସ କରମା ପ୍ରାଣୀ ପାଳନ” ନାଟକ ମଞ୍ଚସ୍ଥ

“ଆସ କରମା ପ୍ରାଣୀ ପାଳନ” ନାଟକ ମଞ୍ଚସ୍ଥ

ବିଜେପୁର : ବରଗଡ ଜିଲ୍ଲା ବିଜେପୁର ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ ପରିସରରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଉପଲକ୍ଷ୍ୟେ ସମ୍ବଲପୁରୀ ନାଟକ “ଆସ କରମା ପ୍ରାଣୀ ପାଳନ; ନାଟକ ମଞ୍ଚସ୍ଥ ହୋଇଯାଇଛି । ବି.ଡି.ଓ ସରୋଜ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ବିଧାୟକ ସନତ କୁମାର ଗଡତିୟା ମୁଖ୍ୟ ଅତିଥି, ବ୍ଲକ ଅଧ୍ୟକ୍ଷ ଜୟକୃଷ୍ଣ ଡନସନା, ଏନ୍.ଏ.ସି ଅଧ୍ୟକ୍ଷା ସୀତା ବାରିକ, ଜିଲ୍ଲା ମୁଖ୍ୟ ପ୍ରାଣୀ ଧନ ଚିକିତ୍ସା ଅଧିକାରୀ ଡା.ନିଗମାନନ୍ଦ ପାଢୀ, ଡା.ସଞ୍ଜୀବ ପଟେଲ, ଡା.ଶୁଭସ୍ମିତା ଘଡେ଼ଇ ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଥିଲେ ।ବି.ଭି.ଓ ସଂଯୁକ୍ତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା, ମାଈ ବାଛୁରୀ ପାଳନ, ବଜ୍ରାଘାତରେ ମୃତ ଗାଈଗୋରୁଙ୍କ ବୀମା ରାଶି ପ୍ରାପ୍ୟ, ମତ୍ସ୍ୟ ପାଳନ ଆଦି ବିବିଧ ଯୋଜନା ଉପରେ ନାଟକଟି ପର୍ଯ୍ୟବେଷିତ ହୋଇଥିଲା । ଏହାକୁ ବୁଡାପାଲି ପ୍ରାଣୀ ଧନ ସହାୟକ ଦିଲ୍ଲୀପ କୁମାର ଦେବତା ରଚନା କରିଥିବା ବେଳେ କଳାକାର ରାଜେଶ୍ବର ବେହେରା ନିର୍ଦ୍ଦେଶନା ଦେଇଥିଲେ । ନୀଳମଣି ମେହେର, କୁମର ମହାନନ୍ଦ, ଭାଗବତ ପଧାନ, ନରେଶ ତରିଆ, ଶିବ ପଧାନ, ନରେଶ କାଣ୍ଡ, ରାଜେଶ୍ବର ବେହେରା ପ୍ରମୁଖ ଅଭିନୟ କରିଥିଲେ । ଟି.ଗଣ୍ଡପାଲି ସରଗିଡାଙ୍ଗ କଳା ପରିଷଦର ନୃତ୍ୟ ନିର୍ଦ୍ଦେଶିକା ପ୍ରତିମା ସେଠଙ୍କ ନିର୍ଦ୍ଦେଶନାରେ ପ୍ରତୀକ୍ଷା ସାହୁ, ପ୍ରଗତି ମଲ୍ଲିକ, ଅଲିଭା ବାରିକ, ଜିତେନ୍ଦ୍ର ସାହୁ ପ୍ରମୁଖ ଦଳଗତ ନୃତ୍ୟରେ ସହଯୋଗ କରିଥିଲେ । ଘନଶ୍ୟାମ ମେହେର, ସୁଷମା ଭୋଇ ସଙ୍ଗୀତ ପରିଚାଳନା କରିଥିବା ବେଳେ ଦେବେନ୍ଦ୍ର ମଟାରୀ, ଆଶିଷ ବେହେରା ପ୍ରମୁଖ ବାଦ୍ୟଯନ୍ତ୍ରରେ ସହଯୋଗ କରିଥିଲେ । କଳାକାର ମାନଙ୍କ ନିଖୁଣ ଅଭିନୟ ପାଇଁ ନାଟକଟି ବେଶ ଉପଭୋଗ୍ୟ ହୋଇ ପାରିଥିଲା ।

Leave a Comment

Your email address will not be published. Required fields are marked *

Scroll to Top