ଏପ୍ରିଲ ୧୧ ହେବ ୨୦ତମ ଆଦର୍ଶ ଗଣବିବାହ

ଗଣବିବାହର ସଫଳ ରୂପାୟନ ପାଇଁ ପ୍ରସ୍ତୁତି ବୈଠକ

ବରଗଡ଼ : ଜାତିବିହୀନ ଯୌତୁକ, ବିହିନ ତଥା ନିରାଡମ୍ବର ସରଳ ଓ ସମାନତା ଭିତ୍ତିକ ବିବାହକୁ ସମାଜରେ ପ୍ରଚଳନ ପୂର୍ବକ ଏହାକୁ ପ୍ରୋତ୍ସାହନ ଦେବା ନିମିତ୍ତ ବରଗଡରେ ଆଜକୁ ୨୦ ବର୍ଷ ହେବ ପ୍ରତ୍ୟେକ ବର୍ଷ ଆଦର୍ଶ ଗଣବିବାହ ହୋଇ ଆସୁଅଛି । ଚଳିତ ୧୧ ଏପ୍ରିଲ ୨୦୨୬ ଦିନ ସମ୍ବିଧାନ ସୁରକ୍ଷା ମଞ୍ଚ ଓ ଅମ୍ବେଦକର ଚେରିଟେବୁଲ ଟ୍ରଷ୍ଟ, ବରଗଡ ଆନୁକୂଲ୍ୟରେ ବିଂଶତମ ଆଦର୍ଶ ଗଣବିବାହ ହେବାକୁ ଥିବା ବେଳେ ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘ ଠାରେ ଏହାର ସଫଳ ରୂପାୟନ ନିମିତ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ ବିଷୟ ସମେତ ଏବର୍ଷ ଆଦର୍ଶ ଗଣବିବାହର କିପରି ସୁ-ପରିଚାଳନା ହୋଇ ପାରିବ ସେ ବିଷୟରେ ବିସ୍ତୃତ ଆଲୋଚନା ହୋଇଥିଲା । ବୈଠକରେ ଚେରିଟେବୁଲ ଟ୍ରଷ୍ଟର ସଭାପତି ଗୁଣମଣୀ ସୁନାନୀ, ସଂସ୍ଥାପକ ପବିତ୍ର ଦେହେରୀ, ବରିଷ୍ଠ ସଦସ୍ୟ ହରଦୀପ ସିଂ, ସରଦାର ପ୍ରିତମ ସିଂ, ଆଇନଜୀବୀ ଆଶୁତୋଷ ରଥ, ଦୀନେଶ ଅଗ୍ରଓ୍ବାଲ, ଅଲିମ ରିଜଭୀ, ଉଦ୍ଧବ ମହାନନ୍ଦ, ଉଦ୍ଧବ ମହାନନ୍ଦ, ଉଦ୍ଧବ ସାହୁ, ଅଚ୍ୟୁତ କର, ଅନିରୁଦ୍ଧ ନାୟକ ସମେତ ଅନ୍ୟାନ୍ୟ ପ୍ରମୁଖ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।

Leave a Comment

Your email address will not be published. Required fields are marked *

Scroll to Top