ଆନ୍ତର୍ଜାତୀୟ ଭିନକ୍ଷମ ଦିବସ ୨୦୨୫ ପାଳନ

ଆନ୍ତର୍ଜାତୀୟ ଭିନକ୍ଷମ ଦିବସ ୨୦୨୫ ପାଳନ

ବିଜେପୁର : ବରଗଡ ଜିଲ୍ଲା ବିଜେପୁର ସ୍ଥାନୀୟ ସଙ୍କର୍ଷଣ ଉ.ପ୍ରା ବିଦ୍ୟାଳୟ ପ୍ରାଙ୍ଗଣରେ ଗୋଷ୍ଠୀ ଶିକ୍ଷାଧିକାରୀ ବଲ୍ଲଭ ମେହେରଙ୍କ ଅଧ୍ୟକ୍ଷତାରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସରୋଜ କୁମାର ବିଶ୍ବାଲ, ସମ୍ମାନୀତ ଅତିଥି ଭାବେ ଗୋଷ୍ଠୀ ମୁଖ୍ୟ ଚିକିତ୍ସାଧିକାରୀ ସୁଶାନ୍ତ କୁମାର ମେହେର, ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ରାମକୃଷ୍ଣ ବିଶ୍ବାଲ, ଶିଶୁ ଉନ୍ନୟନ ପ୍ରକଳ୍ପ ଅଧିକାରୀଣୀ ଆମ୍ରେନ୍ସିଆ ଏକ୍କା, ଗୋଷ୍ଠୀ ସହ-ଶିକ୍ଷାଧିକାରୀ ଦିବାକର ବରିହା ଓ ସୁଶାନ୍ତ କୁମାର ପାଣ୍ଡେ ଉପସ୍ଥିତ ରହି ସୁଚିନ୍ତିତ ବକ୍ତବ୍ୟ ପ୍ରଦାନ କରିଥିଲେ । ଜନାର୍ଦ୍ଦନ ବାରିକ, ପ୍ରଶାନ୍ତ କୁମାର ଗଡତିଆ, ଗୋଷ୍ଠୀ ସାଧନା କର୍ମୀଦ୍ବୟ ଉତ୍ସବର ପରିଚାଳନା କରିଥିଲେ । କାର୍ଯ୍ୟକ୍ରମରେ ଦିବ୍ୟାଙ୍କ ୧୪ ଗୋଟି ଏମ୍.ଆର୍ କିଟ୍, ୧୧ ଗୋଟି ବେଲ୍ କିଟ୍, ଦୁଇ ଗୋଟି ହ୍ବିଲ ଚେୟାର୍, ଗୋଟିଏ ରୋଲେଟର୍ ଓ ଗୋଟିଏ ସିପି ଚେୟାର୍ ବଣ୍ଟନ କରାଯାଇଥିଲା । ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ପ୍ରାୟ ୧୫୦ ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ। ୩୫ ଜଣ ପିତାମାତା ତଥା ଅଭିଭାବକ ଓ ୨୫ ଜଣ ବିଚାରକ ତଥା ଅତିଥି ଉପସ୍ଥିତ ଥିଲେ । ଏହି ଅବସରରେ ଦବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ଚିତ୍ରଙ୍କନ, ନାଚ, ଗୀତ, ପୁଚି ଖେଳ, ମ୍ୟଜିକ୍ ଚେୟାର୍, ହାଣ୍ଡିପିଟା ପ୍ରତିଯୋଗିତାର କୃତୀ ପ୍ରତିଭାଙ୍କୁ ଟ୍ରଫି ସହିତ ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା । ଶେଷରେ ଜନାର୍ଦ୍ଦନ ବାରିକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top