ଆଜିର ଶିଶୁ ହେବେ ସମୃଦ୍ଧ ଓଡିଶାର ନିଖୁଣ ବିନ୍ଧାଣୀ

ଆଜିର ଶିଶୁ ହେବେ ସମୃଦ୍ଧ ଓଡିଶାର ନିଖୁଣ ବିନ୍ଧାଣୀ

ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ପଡା କ୍ଲଷ୍ଟର ସ୍ତରୀୟ ଶିଶୁ ପ୍ରତିଭା ମହୋତ୍ସବ ସୁରଭି ପଡା ଉ.ପ୍ରା ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ସିଆରସିସି ନବୀନ କୁମାର ସାହୁଙ୍କ ନେତୃତ୍ବ ତଥା ସ୍ଥାନୀୟ ସ୍କୁଲର ପ୍ରଧାନଶିକ୍ଷକ ମୋହନ ରାଉତଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ସରପଞ୍ଚ ଗୋପାଳ ମେହେର, ସମ୍ମାନୀତ ଅତିଥି ଗୋବିନ୍ଦ ସାହା ଓ ପ୍ରଶାନ୍ତ କୁମାର ପଣ୍ଡା ଉପସ୍ଥିତ ଥିଲେ । ଆଜିର ଶିଶୁ ହେବେ ସମୃଦ୍ଧ ଓଢିଶାର ନିଖୁଣ ବିନ୍ଧାଣୀ ବୋଲି ଅତିଥିଗଣ ମତପ୍ରକାଶ କରିଥିଲେ । ସ୍ଥାନୀୟ ସ୍କୁଲର ଛାତ୍ରଛାତ୍ରୀମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିବା ବେଳେ ଅକ୍ଷୟ ସାହୁ ଅତିଥି ପରିଚୟ ପ୍ରଦାନ, ତାପସ କୁମାର ଗଡତିଆ ସଭା ସଂଯୋଜନା ଓ ସୁମନ୍ତ କୁମାର ଗଡତିଆ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଓ କୃତୀ ପ୍ରତିଯୋଗିଙ୍କୁ ପୁରଷ୍କୃତ କରାଯାଇଥିଲା । ଟିକଲାଲ ପଧାନ, ଯଦୁମଣି ସୁନା, ଶାନ୍ତନୁ ମେହେର, ପ୍ରଦୀପ ସାହୁ, ଆନନ୍ଦ ମଲ୍ଲିକ, ହୃଦମଣି ସାହୁ, ରୁବି ସାହୁ, ମୋନାଲିସା ସାହୁ, ମିଲନ କୁମାର ସାହୁଙ୍କ ସମେତ କ୍ଲଷ୍ଟରର ଶିକ୍ଷକ/ଶିକ୍ଷୟିତ୍ରୀଗଣ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top