ଅଭ୍ୟନ୍ତରୀଣ ପ୍ରତିଯୋଗିତା ବିନା ଶୈକ୍ଷିକ ଉନ୍ନତି ଅସମ୍ଭବ

ପ୍ରଥମ ମାସିକ କ୍ଲଷ୍ଟରସ୍ତରୀୟ ବୈଠକ

ବିଜେପୁର/ବରଗଡ : ବରଗଡ ଜିଲ୍ଲା ବିଜେପୁର ବିଜେପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଅନ୍ତର୍ଗତ ୧୨ କ୍ଲଷ୍ଟରରେ କ୍ଲଷ୍ଟରସ୍ତରୀୟ ପ୍ରଥମ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜାରିଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ସି.ଆର୍.ସି.ସି ରାଜେଶ୍ବର ବେହେରାଙ୍କ ଅଧ୍ୟକ୍ଷତାରେ ଜାରିଂ କ୍ଲଷ୍ଟରସ୍ତରୀୟ ପ୍ରଥମ ମାସିକ ବୈଠକ ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ଶିକ୍ଷକ ସଂକୀର୍ତ୍ତନ ବିଶି, ମାନପୁର ସ୍କୁଲର ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ପୁରି ଓ ସ୍ଥାନୀୟ ସ୍କୁଲର ପ୍ରଧାନ ଶିକ୍ଷକ ଭାଦ୍ରବ ପାଣ୍ଡେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ଅନ୍ୟମାନଙ୍କୁ ଦେଖି ପ୍ରତିଯୋଗିତା କରିବା ଉଚିତ୍ ନୁହେଁ । ବରଂ ଏଥିରେ ବେଳେବେଳେ ଝୁଣ୍ଟି ପଡିବାର ସମ୍ଭାବନା ରହିଥିବା ହେତୁ ଆଭ୍ୟନ୍ତରୀଣ ପ୍ରତିଯୋଗିତା ନ ହେଲେ ଶୈକ୍ଷିକ ପ୍ରଗତି ଅସମ୍ଭବ । ତେଣୁ ଏ ଦିଗପ୍ରତି ଶିକ୍ଷକ ଶିକ୍ଷୟିତ୍ରୀ ଦୃଷ୍ଟି ଦେବା ଉଚିତ୍ ବୋଲି ସଭାରେ ମତପ୍ରକାଶ ପାଇଥିଲା । ଶିଶୁ ବାଟିକାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ଶୈକ୍ଷିକ ଉନ୍ନତି ସହ ବିଦ୍ୟାଳୟ ବିକାଶ ଯୋଜନା, ବିଦ୍ୟାଳୟ ନିରାପତ୍ତା ଯୋଜନା ବିଷୟରେ ବିଶଦ ଆଲୋଚନା ହୋଇଥିଲା । ଗୋଷ୍ଠୀ ଶିକ୍ଷା ଅଧିକାରୀ ବଲ୍ଲଭ ମେହେର, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶାନ୍ତ ପାଣ୍ଡେ ବୈଠକ ପରିଦର୍ଶନ କରି ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ମାର୍ଗଦର୍ଶନ କରିଥିଲେ । ଏଥିରେ କ୍ଲଷ୍ଟରର ବିଭିନ୍ନ ସ୍କୁଲର ପ୍ରଧାନ ଶିକ୍ଷକ ସମେତ ଏଫ୍.ଏଲ୍.ଏନ୍ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ପ୍ରେମରାଜ ରଣା, ବାହାଦୁର ପଧାନ, ଗୀତାଞ୍ଜଳି ସାହୁ, ନିର୍ମଳା ସାହୁ, ରୋମାଞ୍ଚକ ମହାନନ୍ଦ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସେହିପରି ତାଲପଦର ସି.ଆର୍.ସି.ସି ବାସୁଦେବ ପ୍ରଧାନଙ୍କ ଅଧ୍ୟକ୍ଷତାରେ ତାଲପଦରରେ, ବଡବାଉଁଶେନ ସି.ଆର୍.ସି.ସି ଦୁର୍ବାଦଳ ବଡଗୋଛିଆଙ୍କ ତତ୍ତ୍ବାବଧାନରେ ଅଇଲପୁରରେ, ବାନ୍ଦୁପାଲି ସି.ଆର୍.ସି.ସି ସୀତାରାମ ଦୀପଙ୍କ ଆବାହକତ୍ବରେ ବାନ୍ଦୁପାଲିରେ, ବିଜେପୁର ସି.ଆର୍.ସି.ସି ସୁଧାଂଶୁ ଶେଖର ଜାଲଙ୍କ ନେତୃତ୍ୱରେ କେଉଁଟିପାଲିରେ, ଟି.ଗଣ୍ଡପାଲି ସି.ଆର୍.ସି. ପ୍ରଭାତ ରଞ୍ଜନ ସାହୁଙ୍କ ଆବାହକତ୍ବରେ ରଙ୍ଗମାଟିଆରେ, ଲାଉମୁଣ୍ଡା ସି.ଆର୍.ସି.ସି ପ୍ରକାଶ ମହାନନ୍ଦଙ୍କ ନେତୃତ୍ବରେ ଲାଉମୁଣ୍ଡା ହାଇସ୍କୁଲରେ, ବଡବ୍ରାହ୍ମଣୀ ସି.ଆର୍.ସି.ସି ଡୋଲାମଣି କୁମ୍ଭାରଙ୍କ ଆବାହକତ୍ବରେ ମହବେର୍ଣ୍ଣାରେ, ଖରମୁଣ୍ଡା ସି.ଆର୍.ସି.ସି ପ୍ରଫୁଲ୍ଲ ଭୋଇଙ୍କ ଅଧ୍ୟକ୍ଷତାରେ ବୈରଖପାଲିରେ, ପଡା ସି.ଆର୍.ସି.ସି ନବୀନ କୁମାର ସାହୁଙ୍କ ଆବାହକତ୍ବରେ ପଡାରେ, ପଥର୍ଲା ସି.ଆର୍.ସି.ସି ହେମନ୍ତ କୁମାର ଆରୁକଙ୍କ ଅଧ୍ୟକ୍ଷତାରେ ପଥର୍ଲାରେ, ଯୋଖିପାଲି ସି.ଆର୍.ସି.ସି ତ୍ରିନାଥ ସେଠଙ୍କ ଆବାହକତ୍ବରେ ପ୍ରଧାନମାଲରେ ପ୍ରଥମ ମାସିକ କ୍ଲଷ୍ଟରସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଓ ଶିକ୍ଷକ ପ୍ରତିଷ୍ଠାନର ଶିକ୍ଷକ ପ୍ରଶିକ୍ଷକ ଗଗନ ବେହେରା ଓ ବରୁଣ କୁମ୍ଭକାର ବିଜେପୁର ବ୍ଲକର କେଉଁଟିପାଲି, ବାନ୍ଦୁପାଲି ପ୍ରମୁଖ ସ୍କୁଲରେ ହେଉଥିବା କ୍ଲଷ୍ଟରସ୍ତରୀୟ ବୈଠକ ପରିଦର୍ଶନ କରି ମାର୍ଗଦର୍ଶନ କରିଥିଲେ ।

Leave a Comment

Your email address will not be published. Required fields are marked *

Scroll to Top